ସୋରିଷ ତେଲ ରେ ଏହାକୁ ମିଶେଇ ଲଗେଇ ଦିଅନ୍ତୁ, ଏକଜିମା ଅଳ୍ପ ଦିନରେ ଭଲ ହୋଇଯିବ…

ବନ୍ଧୁଗଣ ଏକଜିମା ଏକ ପ୍ରକାରର ଚର୍ମ ରୋଗ ହୋଇଥାଏ । ଶରୀରର ଯେଉଁ ଜାଗାରେ ଏକଜିମା ହୋଇଥାଏ ଅନେକ ସମୟରେ ସେଠାରେ କୁଣ୍ଡାଇ ହୋଇଥାଏ । ବେଳେବେଳେ ରକ୍ତ ମଧ୍ୟ ବାହାରି ଆସେ । ସାଧାରଣତଃ ଏଲୋପାତି ମେଡ଼ିସିନ ର ସେବନ କରି ଲୋକ ମାନେ ଏକଜିମା ଭଲ କରିବାକୁ ଚେଷ୍ଟା କରନ୍ତି  କିନ୍ତୁ ଅନେକ ସମୟରେ ଏକଜିମା ଭଲ ହୋଇ ନ ଥାଏ । ଏମିତିରେ କିଛି ଆୟୁର୍ବେଦିକ ଉପାୟ ଆପଣେଇବା ଉଚିତ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୂ ଯାଉଛୁ ଯାହାର ପ୍ରୟୋଗ କରିଲେ ଏକଜିମା ଓ ଅନେକ ପ୍ରକାରର ଚର୍ମ ରୋଗ ଭଲ ହେବ । ବ୍ୟାକ୍ଟେରିୟାଲ ସଂକ୍ରମଣ କାରଣରୁ ଏକଜିମା ହୋଇଥାଏ । ଏହା ସହ ବଂଶାନୁଗତିକ କାରଣରୁ ମଧ୍ୟ ଏକଜିମା ରୋଗ ଦେଖା ଯାଇଥାଏ । ଏକଜିମା ହେଲେ ଅଧିକ କୁଣ୍ଡାଇ ହୁଏ । ଯାହା ଫଳରେ ତ୍ଵଚା ଲାଲ ବା ଧଳା ଦେଖାଯାଏ ।

ତ୍ଵଚା ରେ ଜ୍ଵଳନ ହୋଇଥାଏ । ଏକଜିମା ହେବାର ମୁଖ୍ୟ କାରଣ ଜଳବାୟୁ ଓ ପର୍ଯ୍ୟାୟ ବରଣ କାରଣରୁ ହୋଇଥାଏ । ଯଦି ମା ବାପା ଙ୍କ ମଧ୍ୟରୁ କାହାକୁ ଏକଜିମା ସମସ୍ଯା ହୋଇଥାଏ ତେବେ ସନ୍ତାନ ଙ୍କ ଠାରେ ମଧ୍ୟ ଦେଖାଯାଏ । ଏହା ଏକ ପ୍ରକାରର କୁଣ୍ଡିଆଣ ରୋଗ ଅଟେ । ଏହି ରେମେଡି ବନାଇବା ପାଇଁ ଆବଶ୍ୟକ ଏକ ଲୁହା ଲଢେଇ । ଲୁହା କଢେଇ ରେ ଏହି ରେମେଡି କରିଲେ ବହୁତ ଭଲ ହୋଇଥାଏ ।

100 ଗ୍ରାମ ସୋରିଷ ତେଲେ ଏଥିପାଇଁ ନିଅନ୍ତୁ । ତେଲ ଟିକେ ଗରମ ହେବା ପରେ ଏହାର ଫେଣ ମରିଯିବ । ଏହା ପରେ ଗୋଟେ ଧାନ ଲଙ୍କା ପକାନ୍ତୁ । ଧାନ ଲଙ୍କା ପୋଡିଗଲା ପରେ 3ତୁ 4ଟି ରସୁଣ ପାଖୁଡା ପକାନ୍ତୁ । ଏହାକୁ ମଧ୍ୟ ତେଲ ରେ ପୋଡିବାକୁ ପଡିବ । ରସୁଣ ପୋଡି କଳା ହେବା ପରେ ଏକ ଚାମଚ କଳାଜୀରା ପକାନ୍ତୁ । ଯାହାକୁ ଆଚାର ତିଆରି ରେ ବ୍ୟବହାର କରାଯାଏ ।

କଳାଜୀରା ଭଲ ଭାବେ ପୋଡିଗଲା ପରେ ଏହାକୁ ସଂପୂର୍ଣ୍ଣ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହି ତେଲ କୁ କାଚ ଜାର ରେ ଷ୍ଟୋର କରି ରଖିପାରିବେ । ଏବେ ଏହି ତେଲ କୁ ଶରୀରର ଯେଉଁ ଜାଗାରେ ଏକଜିମା ହୋଇଛି ସେଠାରେ ରାତି ରେ ଲଗାଇ ଦିଅନ୍ତୁ । ତା ପରେ ସକାଳୁ ସେହି ସ୍ଥାନକୁ ନରମାଲ ପାଣି ରେ ଧୋଇ ଦିଅନ୍ତୁ । କିଛି ଦିନ ଏହି ଉପାୟ ରେ ଏହି ତେଲ ର ପ୍ରୟୋଗ କରିଲେ ଏକ୍ଜିମ ସଂପୂର୍ଣ୍ଣ ରୂପେ ଭଲ ହୋଇଯିବ ।

ଏକଜିମା ଭଲ କରିବା ପାଇଁ ଏକା ଏକ ବହୁ ପରୀକ୍ଷିତ ଘରୋଇ ଉପାୟ ଅଟେ । ଏହା ଛଡା ନଡିଆ ତେଲ ବା ମହୁ ବା ଏଲୋଭେରା ଜେଲ ଏକଜିମା ଜାଗାରେ ଲଗାଇ ଏକ ଘଣ୍ଟା ଯାଏଁ ରଖନ୍ତୁ । ଯଦି ଏକଜିମା ହୋଇ ଅଧିକ କୁଣ୍ଡାଇ ହେଉଥିବା ବା ନାଲି ନାଲି ହୋଇ ଶରୀର ଫଳି ଯାଇଥିବ ତାହା ଭଲ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *