ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ମନେରଖନ୍ତୁ ଏହି 10ଟି କଥା- Chanakya Niti

ନମସ୍କାର ବନ୍ଧୁଗଣ, ଆଜିକାଲି ଦାମ୍ପତ୍ୟ ଜୀବନ ବେଶି ଦିନ ତିଷ୍ଟିପାରୁନାହିଁ । ଏହି ଭାଙ୍ଗିବା ଗଢିବା ସମ୍ପର୍କ ଗୋଟିଏ ନାରୀ ଉପରେ ହିଁ ନିର୍ଭର କରେ । ଗୋଟେ ନାରୀ ଚାହିଁଲେ ହିଁ ନିଜ ଘରକୁ ଭାଙ୍ଗିବାରୁ ରୋକିପାରିବ । ତେବେ ଆସନ୍ତୁ ଜାଣିବା ଚାଣକ୍ୟ ଙ୍କ ଦ୍ଵାରା କୁହାଯାଇଥିବା ସେହି ବାଣୀ ଯାହାଦ୍ଵାରା ଗୋଟିଏ ଘରକୁ ସୁଧାରି ହେବ ଏବଂ ଖୁସିରେ ଜୀବନ ଅତିବାହିତ କରିହେବ । ଚାଣକ୍ୟଙ୍କ ପ୍ରଥମ ବାଣୀ, ଯଦି କିଛି କଥା ନିଜ ସ୍ଵାମୀ କୁ କହିବାକୁ ଚାହୁଁଛନ୍ତି ତେବେ ସିଧା କୁହନ୍ତୁ, ଚିଡି ଚିଡି ହୋଇ କୁହନ୍ତୁ ନହିଁ ।

ଏମିତି କଲେ ସେ ଆପଣଙ୍କ କଥା ଶୁଣିବେ ନାହିଁ କି ଗୁରୁତ୍ଵ ଦେବେ ନାହିଁ । ନିଜ ଉପରେ ସନ୍ଧେହ ସୃଷ୍ଟି କରିବାର ସୁଯୋଗ ସ୍ଵାମୀଙ୍କୁ ଦିଅନ୍ତୁ ନାହିଁ । ଯାହାଦ୍ୱାରା ଆପଣଙ୍କ ପ୍ରତି ତାଙ୍କ ଭଲ ପାଇବା କମ ହୋଇଯିବ । ଚାଣକ୍ୟଙ୍କ ଦିତୀୟ ବାଣୀ, ସ୍ଵାମୀ ଯଦି ତାଙ୍କ ଜୀବନରେ କିଛି କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ କଦାପି ରୋକନ୍ତୁ ନାହିଁ ।

ଭଲ କାମ କରିବାକୁ ଚାହୁଁ ଥିଲେ ତାଙ୍କୁ ଆହୁରି ଉସ୍ଛାହିତ କରନ୍ତୁ । ଏହା କରିବା ଦ୍ଵାରା ସମ୍ପର୍କରେ ମଧୁରତା ଆସିଥାଏ । ତୃତୀୟ ବାଣୀ, ଯେତେବେଳେ ଆପଣ ଆପଣଙ୍କ ମନ କଥା ସ୍ଵାମୀଙ୍କ ଆଗରେ କହିବାକୁ ଚାହିଁଥାନ୍ତି, ସେତେବେଳେ ଶକରାମ୍ତକ ଢଙ୍ଗରେ ପ୍ରକାଶ କରନ୍ତୁ । ନିଜ କଥାକୁ ଅଧିକ ଗୁରୁତ୍ଵ ଦେଇ କୁହନ୍ତୁ ନହିଁ, ସ୍ଵାମୀ ଯଦି ଆବଶ୍ୟକତା ପୁରା କରିପାରୁନାହାନ୍ତି ତେବେ ତାଙ୍କ ପରିସ୍ତିତିକୁ ବୁଝନ୍ତୁ ।

ଚତୁର୍ଥ ବାଣୀ ହେଉଛି ଦୁଖ ସମୟରେ ନିଜ ସ୍ଵାମୀଙ୍କୁ ସାହସ ଦିଅନ୍ତୁ ବୁଝାନ୍ତୁ । ବେଳେ ବେଳେ ଜୀବନରେ ଖରପ ସମୟ ଦେଇ ଗତି କରିଥାନ୍ତି ସେହି ସମୟରେ ନିଜେ ନ ଭାଙ୍ଗି ନିଜ ସ୍ଵାମୀ ଙ୍କୁ ସାହାରା ଦେଇ ସାହସର ସହ ସାମ୍ନା କରିବାକୁ ପରାମର୍ଶ ଦିଅନ୍ତୁ । ଦୁଃଖ ପରେ ସୁଖ ନିଶ୍ଚିନ୍ତ ଆସିବ ତେଣୁ ଧର୍ଯ୍ୟ ଆବଶ୍ୟକ । ପଞ୍ଚମ ବାଣୀ ହେଉଛି, ନିଜ ଆର୍ଥିକ ସ୍ଥିତି ଅନୁସାରେ ହିଁ ନିଜ ସ୍ଵାମୀଙ୍କ ଠାରୁ ସବୁକିଛି ଆଶା କରନ୍ତୁ ।

ତେଣୁ ସବୁବେଳେ ବର୍ତ୍ତମାନରେ ବଞ୍ଚନ୍ତୁ । ଷଷ୍ଠ ବାଣୀଟି ହେଉଛି, ଆପଣଙ୍କ ସ୍ଵାମୀକୁ ଆପଣ ଯେତିକି ସମ୍ମାନ ଓ ଭଲପାଇବା ଦେବେ ସିଏ ମଧ୍ୟ ଆପଣଙ୍କୁ ସେତିକି ସମ୍ମାନ ଦେବେ । କିଛି ସମୟରେ ସ୍ଵାମୀ ନିଜ କାମ ଓ ବ୍ୟବସାୟ ଚାପ ଯୋଗୁ ବିରକ୍ତ ହୋଇପଡନ୍ତି ସେହି ସମୟରେ ଆପଣ ନୀରବ ରୁହନ୍ତୁ ।

ସପ୍ତମ ବାଣୀଟି ହେଉଛି, ପରିବାର ତଥା ସାଙ୍ଗ ସାଥିଙ୍କ ସାମ୍ନା ରେ ତାଙ୍କୁ ଭୁଲ ତଥା ଖରାପ ଲାଗିବା କଥା କୁହନ୍ତୁ ନାହିଁ । ତାଙ୍କୁ ଅପମାନ ଲାଗିବା ସହ ଝଗଡାର କାରଣ ହୋଇପାରେ । ଅଷ୍ଟମ ବାଣୀ ସନ୍ତାନ ଜନ୍ମ ପରେ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ଆହୁରି ଦୃଢ ହୋଇଯାଏ । ପିଲାଙ୍କୁ ଉଚିତ ଶିକ୍ଷା ଦେଲା ବେଳେ ପରସ୍ପର ଝଗଡା ଲାଗନ୍ତୁ ନାହିଁ । ନବମ ବାଣୀ, ନିଜ ନିଜ ଭିତରେ ଥିବା ଭୁଲକୁ ପରସ୍ପର ସୁଧାରି ନିଅନ୍ତୁ ।

ଏହାଦ୍ବାରା ଜୀବନ ଖୁସିରେ ଅତିବାହିତ ହେବ । ପ୍ରତିବାଦ ନକରି ସହିଜାଉଥିବା ନାରୀ ହୁଅନ୍ତୁ । ଦଶମ ବାଣୀ, ଛୋଟ ଛୋଟ କଥାରେ ଝଗଡା କରିବା ଛାଡନ୍ତୁ, ଏହାଦ୍ବାରା ସ୍ଵାମୀ ତାଙ୍କ ଗୁରୁତ୍ଵ ପୂର୍ଣା କଥା ଆପଣଙ୍କୁ କହିବା ଉଚିତ ମନେ କରିବେ ନାହିଁ । ଏହିସବୁ କଥାକୁ ସବୁବେଳେ ଧ୍ୟାନ ରେ ରଖନ୍ତୁ । ଯଦି ଏହି ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *