ସୂର୍ଯ୍ୟାସ୍ତ ସମୟରେ ଏହି 5ଟି କାମ ଭୁଲରେ ବି କରନ୍ତୁ ନାହିଁ , ନଚେତ ପୁରା ଗହର ବର୍ବାଦ ହୋଇଯିବ- Vastu Shastra

ବନ୍ଧୁଗଣ ସୂର୍ଯ୍ୟ ଅସ୍ତ ସମୟରେ କେତେକ କାମ ଭୁଲ ରେ କରିବା ମଧ୍ୟ ଉଚିତ ନୁହେଁ । ଏହା ଦ୍ଵାରା ମା ମହାଲକ୍ଷ୍ମୀ କ୍ରୋଧିତ ହୋଇଯାଇଥାନ୍ତି । ଯଦି ଆପଣମାନେ ଏହା ଉପରେ ଧ୍ୟାନ ଦେବେ, ତାହେଲେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ନିହାତି ଭାବରେ ପ୍ରସନ୍ନ ହେବେ । ସୂର୍ଯ୍ୟ ଅସ୍ତ ସମୟରେ ଖଟ ଉପରେ ଶୋଇରହିବା ଉଚିତ ନୁହେଁ । ଏହାକୁ ମୃତ୍ୟୁର କାରଣ ବୋଲି ଧରାଯାଇଥାଏ । ସୂର୍ଯ୍ୟ ଅସ୍ତ ସମୟରେ କାନ୍ଦିବା କଥା ନୁହେଁ, ଏହା ଅଶୁଭର ସଙ୍କେତ ହୋଇଥାଏ । ଦହି ଖାଇବା ମଧ୍ୟ ଠିକ କଥା ନୁହେଁ ଏହା କରିବା ଦ୍ଵାରା ଘରେ ଶିକ୍ଷା ସମୃଦ୍ଧି ନଷ୍ଟ ହୋଇଥାଏ । ଏହି ସମୟରେ ଘରର ଜିନିଷ ଅନ୍ୟ କାହାକୁ ଦେବା ଠିକ କଥା ନୁହେଁ ।

ଏହି ସମୟରେ ଭୋଜନ କରିବା ମଧ୍ୟ ଉଚିତ ନୁହେଁ । ଭୋଜନ କରିବା ଦ୍ଵାରା ସ୍ଵାସ୍ତର ହାନି ଘଟିବା ସହିତ ଧନର ମଧ୍ୟ ଅଭାବ ଦେଖାଯାଇଥାଏ । ସୂର୍ଯ୍ୟ ଅସ୍ତ ସମୟରେ ଯେଉଁ ମଣିଷ ଶୋଇରୁହେ, ତା ଭାଗ୍ୟ ମଧ୍ୟ ସବୁଦିନ ପାଇଁ ଶୋଇରହିଯାଏ । ଏହି ସମୟରେ ଯେଉଁ ମଣିଷ କରଜ ନେଇଥାଏ କିମ୍ବା ଦେଇଥାଏ ସେହି ମଣିଷ ଜୀବନରେ କେବେ ମଧ୍ୟ ଖୁସିରେ ରହିପାରେନି ।

ଏହି ସମୟରେ ଯେଉଁ ମାନେ ଘର ଓଳାଓଳି କରିଥାନ୍ତି, ଅଳିଆ ଘରୁ ବାହାରି ଯିବା ସହିତ ମା ଲକ୍ଷ୍ମୀ ମଧ୍ୟ ସେହି ଘର କ୍ରୋଧରେ ତ୍ୟାଗ କରିଥାନ୍ତି । ସୂର୍ଯ୍ୟ ଅସ୍ତ ସମୟରେ ଯେଉଁମାନେ ନଖ,କେଶ କାଟିଥାନ୍ତି, ଏହା କରିବା ଦ୍ଵାରା ସେମାନଙ୍କ ଜୀବନରେ ନକରାତ୍ମକ ଶକ୍ତିର ବୃଦ୍ଧି ହେବା ସହିତ ବିଭିନ୍ନ ସମସ୍ଯା ଦେଖାଯାଇଥାଏ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗୋଡ ମଧ୍ୟ ହଲାଇବା ଭଲ ଅଭ୍ଯାସ ହୋଇନଥାଏ, ଏହାକୁ ଅଶୁଭ ଧରାଯାଇଥାଏ । ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଅସ୍ତ ସମୟରେ ତୁଲସୀ ପତ୍ର ଛିଡାଇବା ଉଚିତ ହୋଇନଥାଏ କିମ୍ବା ତୁଲସୀ ଗଛରେ ପଣି ମଧ୍ୟ ଦିଆଯାଇନଥାଏ । ସେହି ଠାରେ ସନ୍ଧ୍ଯା ସମୟରେ ଦୀପ ଜାଳି ପୂଜା କରିବା ଉଚିତ ମନାଯାଇଥାଏ,ନହେଲେ ଅନ୍ଧକାର ରହୁଥିବା ଜାଗା ମାନଙ୍କରେ ଭୁତ, ପ୍ରେତ ପରି ନକରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ ।

ଏହି ସନ୍ଧ୍ଯା ସମୟରେ ଶାରିରୀକ ସମ୍ପର୍କ ମଧ୍ୟ ରଖାଯାଇନଥାଏ, ଏହାକୁ ଅଶୁଭ ବୋଲି କୁହାଯାଇଥାଏ । ଏହି ସବୁ କାରଣ ଯୋଗୁ ମା ଲକ୍ଷ୍ମୀ କ୍ରୋଧିତ ହୋଇ ସେହି ଜାଗାକୁ ତ୍ୟାଗ କରିଥାନ୍ତି। ଘରେ ଗୋଟିଏ ରୁ ଅଧିକ ଛୁରି ରଖିବା ଠିକ ହୋଇନଥାଏ, ଏହା ଦ୍ଵାରା ଘରେ ପରିବାର ଲୋକଙ୍କ ସାଥିରେ ମନମାଳିନ୍ୟ ହୋଇଥାଏ । ଘରେ କଣ୍ଟା ଜାତୀୟ ଗଛ ରଖିବା ଦ୍ଵାରା ଅଶୁଭ ହୋଇଥାଏ ।

ଯାହା ଦ୍ଵାରା ଘରେ ନକରାତ୍ମକ ଶକ୍ତିର ବୃଦ୍ଧି ହେବ ସହିତ ଦାଂପତ୍ଯ ଜୀବନରେ ଫାଟକ ଆସିଥାଏ । କାରଣ କଣ୍ଟା ଜାତୀୟ ଗଛ ପ୍ରେମର ପ୍ରତୀକ ହୋଇନଥାଏ। ଘରେ କୌଣସି ପ୍ରକାର ଭାଙ୍ଗି ଯାଇଥିବା ଜିନିଷ ରଖିବା ଉଚିତ ନୁହେଁ, ଏହା ଦ୍ଵାରା ଘରେ ଅଶାନ୍ତି ସବୁବେଳେ ଲାଗିରହିଥାଏ ।

ଘରେ ଶୁଖିଯାଇଥିବା ତୁଳସୀ ଗଛ ରଖନ୍ତୁ ନାହିଁ, ଏହା ଦ୍ଵାରା ଅଶୁଭ ହୋଇଥାଏ । ରାତିର ଖାଇସାରିଲା ପରେ ଅଇଁଠା ବାସନ ରଖନ୍ତୁ ନାହିଁ, ଏହା ଦ୍ଵାରା ପୁରା ଘର ଗରିବ ହୋଇଯାଇଥାଏ। ରୋଷେଇ ଘର ସବୁବେଳେ ସଫାସୁତୁରା ରଖିବା ଉଚିତ ହୋଇଥାଏ, ନହେଲେ ମା ଲକ୍ଷ୍ମୀ ରାଗିଯାଇଥାନ୍ତି। ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ, ତେବେ କମେଣ୍ଟ ଦ୍ଵାରା ମତାମତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *