ତେବେ ଏହିଭଳି ହୋଇଥିଲା ସଂସାରରେ ଭୋଲେନାଥଙ୍କ ଜନ୍ମ- Shiva Puran

ଆମର ହିନ୍ଦୁ ଧର୍ମରେ ମୋଟ ୧୮ ଟି ପୁରାଣ ଅଛି ଓ ଏହି ପୁରାଣରେ ଭଗବାନ ବିଷ୍ଣୁ, ଶିବ ଓ ବ୍ରହ୍ମାଙ୍କ ସହ ଜଡିତ ବିଭିନ୍ନ ପ୍ରକାରର ଗାଥା ଉଲ୍ଲେଖ ଅଛି । ଏହି ପୁରାଣରେ ତ୍ରିଦେବଙ୍କ ଜନ୍ମ ବିଷୟରେ ବି କୁହାଯାଇଛି । କିନ୍ତୁ ଏହି ପୁରାଣ ଗୁଡିକରେ ବିଷ୍ଣୁ ଓ ଶିବଙ୍କ ଜନ୍ମ ସହ ଜଡିତ ଭିନ୍ନ ଭିନ୍ନ ପ୍ରକାରର ଗାଥା ଲେଖା ଯାଇଛି । ଶିବ ପୁରାଣରେ ଶିବଙ୍କ ଜନ୍ମ ସହ ଜଡିତ ଗାଥା ଅନୁସାରେ ଶିବ ସ୍ଵୟଂଭୁ ଅର୍ଥାତ ନିଜ ଠାରୁ ଜନ୍ମ ହୋଇଛନ୍ତି ।

ପୁରାଣ ଅନୁସାରେ ଥରେ ଭଗବାନ ଶିବ ଯେତେବେଳେ ନିଜର ଆଣ୍ଠୁରେ ଅମୃତ ଲଗାଉଥିଲେ ତେବେ ସେହି ସମୟରେ ସଂସାରରେ ବିଷ୍ଣୁଙ୍କ ଜନ୍ମ ହୋଇଥିଲା । ଅନ୍ୟ ପଟେ ବିଷ୍ଣୁ ପୁରାଣରେ ଲେଖା ଯାଇଛି କି ଶିବଙ୍କ ଜନ୍ମ ବିଷ୍ଣୁଙ୍କ ମସ୍ତିଷ୍କର ତେଜରୁ ହୋଇଛି ।

ବିଷ୍ଣୁ ପୁରାଣରେ ଶିବଙ୍କ ଜନ୍ମ ବିଷୟରେ ଲେଖା ଯାଇଥିବା ଏକ କଥା ନୁସାରେ ଥରେ ବ୍ରହ୍ମାଙ୍କୁ ଏକ ଶିଶୁ ଦରକାର ଥିଲା ଓ ଏଥିପାଇଁ ସେ ତପସ୍ୟା ଆରମ୍ଭ କରିଦେଲେ । ଏହା ପରେ ତାଙ୍କ କୋଳରେ ଭଗବାନ ଶିବ ଶିଶୁ ରୂପରେ ପ୍ରକଟ ହୋଇଥିଲେ । ବ୍ରହ୍ମା ଏକ ଛୋଟ ଶିଶୁକୁ କୋଳରେ ଦେଖି ତାର ନାଁ ରୁଦ୍ର ଦେଲେ ।

କିନ୍ତୁ ଏହି ନାଁ ସେହି ଶିଶୁକୁ ପସନ୍ଦ ଆସିଲା ନାହିଁ । ଯେଉଁ କାରଣରୁ ସେ କାନ୍ଦିବାକୁ ଲାଗିଲା । ବ୍ରହ୍ମା ତାଙ୍କୁ ବହୁତ ନାଁ ଦେଲେ କିନ୍ତୁ କୌଣସି ବି ନାଁ ସେହି ଶିଶୁକୁ ପସନ୍ଦ ଆସିଲା ନାହିଁ । ଯେତେବେଳେ ସେ ଶିବ ନାଁ ଦେଲେ ତେବେ ଶିଶୁଟି ଚୁପ ହେଲା । ଏହା ମଧ୍ୟରେ ବ୍ରହ୍ମା ଶିବଙ୍କୁ ୮ ଟି ନାଁ ଦେଇଥିଲେ । ଯାହାକି ରୁଦ୍ର, ଶର୍ବ, ଭାବ, ଉଗ୍ର, ଭୀମ, ପଶୁପତି, ଇଶାନ ଓ ମହାଦେବ ଥିଲା ।

ଅନ୍ୟ ଏକ ପୁରାଣ ଅନୁସାରେ ଥରେ ଋଷି ଓ ମୁନିମାନେ ଥରେ ଶିବଙ୍କୁ ପ୍ରଶ୍ନ କରିଲେ କି ଆପଣଙ୍କ ପିତାଙ୍କ ନାଁ କଣ । ତେବେ ଏହାର ଉତ୍ତରରେ ଭଗବାନ ଶିବ କହିଲେ କି ତାଙ୍କର ପିତାଙ୍କ ନାଁ ବ୍ରହ୍ମା ଓ ସେ ମୋର ଜନ୍ମଦାତା ।

ଶିବଙ୍କ ଏହି ଜବାବ ଶୁଣି କିଛି ଦିନ ପରେ ଋଷିମାନେ ଭଗବାନ ଶିବଙ୍କୁ ପୁଣି ପ୍ରଶ୍ନ କରିଲେ କି ଯଦି ଆପଣଙ୍କର ପିତା ବ୍ରହ୍ମା ତେବେ ଆପଣଙ୍କ ଜେଜେବାପା କିଏ । ଏହାର ଜବାବରେ ଶିବ କହିଲେ କି ବିଷ୍ଣୁ ତାଙ୍କର ଜେଜେବାପା ଅଟନ୍ତି । ଶିବଙ୍କ ଜାବବ ଶୁଣି ଋଷିମାନେ ତାଙ୍କୁ ପୁଣି ପ୍ରଶ୍ନ କରିଲେ କି ତେବେ ଆପଣଙ୍କ ଜେଜେବାପାଙ୍କ ବାପା କିଏ । ତେବେ ଶିବ ଜବାବ ଦେଲେ କି ଭଗବାନ ଶିବ ।

ଶ୍ରୀ ମଦ ଭଗବତରେ ଶିବଙ୍କ ଜନ୍ମ ସହ ଜଡିତ ଗାଥା ଅନୁସାରେ ତାଙ୍କର ଜନ୍ମ ସେହି ସମୟରେ ହୋଇଥିଲା ଯେତେବେଳେ ଭଗବାନ ବିଷ୍ଣୁ ଓ ବ୍ରହ୍ମାଙ୍କ ମଧ୍ୟରେ ନିଜକୁ ଶ୍ରେଷ୍ଠ ବୋଲି କହି ଯୁଧ୍ୟ ଚାଲିଥିଲା । ଯୁଧ୍ୟ ସମୟରେ ଗୋଟିଏ ଜଳୁଥିବା ଖମ୍ବରୁ ଭଗବାନ ଶିବ ପ୍ରକଟ ହୋଇଥିଲେ ଓ ତାଙ୍କର ଜନ୍ମ ହୋଇଥିଲା ।

Leave a Reply

Your email address will not be published. Required fields are marked *