ଥଣ୍ଡା, କାଶ ସମସ୍ୟାକୁ ଦୂର କରିବା ପାଇଁ ମାତ୍ର ଏକ ଚାମଚ ମହୁ ର ପ୍ରୟୋଗ କରନ୍ତୁ, ଆଉ ତା ପରେ ଦେଖନ୍ତୁ…

ବନ୍ଧୁଗଣ ବର୍ତ୍ତମାନ ବର୍ଷା ଦିନ ଚାଲିଛି । ଏହି ଦିନ ରେ ଅଧିକାଂଶ ସମୟରେ ଥଣ୍ଡା, କାଶ ଲାଗି ରହିଥାଏ । ଥଣ୍ଡା କାଶ ରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ଔଷଧର ମଧ୍ୟ ସେବନ କରିଥାନ୍ତି । ଅନେକ ସମୟରେ ଏମିତି ହୋଇଥାଏ ମେଡିସିନ ଖାଇଲେ ଥଣ୍ଡା ବା କାଶ କମି ନ ଥାଏ । ବେଳେବେଳେ ମେଡ଼ିସିନ ଖାଇବା ପାଇଁ ବିରକ୍ତ ମଧ୍ୟ ଲାଗିଥାଏ ।

କିନ୍ତୁ କଣ ଆପଣ ଜାଣିଛନ୍ତି କି ଥଣ୍ଡା ବା କାଶ ପାଇଁ ମେଡ଼ିସିନ ଖାଇବା ଜରୁରୀ ନୁହେଁ । ଏମିତି ଅନେକ ଉପାୟ ଅଛି ଯାହା ଥଣ୍ଡା କାଶ କୁ ଦୂର କରିପାରିବା । ଆଜି ଆମେ ଜାଣିବା ଥଣ୍ଡା କଶା ଦୂର କରିବା ପାଇଁ କିଛି ଉପାୟ ବିଷୟରେ । ଥଣ୍ଡା କାଶ କୁ ସଂପୂର୍ଣ୍ଣ ରୂପେ ଠିକ କରିବା ପାଇଁ ମହୁ ର ସେବନ କରିବା ଉଚିତ ।

ବର୍ଷା ଦିନରେ ଥଣ୍ଡା ଜିନିଷ ଖାଇଲେ ଗଳା ରେ ଇନଫେସନ ହୋଇଥାଏ । ଏହି ସମୟରେ ହାଲକା ଗରମ ପାଣିରେ ମହୁ ଓ ଲେମ୍ବୁ ମିଶାଇ ପିଇଲେ ଗଳା ଠିକ ହୋଇଥାଏ । ଏଇ ଦିନରେ ଥଣ୍ଡା, ନାକ ନ ଫିଟିବା, ଜ୍ଵର, କାଶ କୁ ଠିକ କରିବା ପାଇଁ ମହୁ ରାମବାଣ ଭଳି କାର୍ଯ୍ୟ କରିଥାଏ । ଏଥିପାଇଁ ଅଦା ରସରେ ମହୁ ମିଶାଇ ସେବନ କରିବା ଦ୍ଵାରା ସବୁ ସମସ୍ଯା ଦୂର ହୋଇଥାଏ ।

ଏହା ସହ ମହୁ କୁ ଛାଇ ମଧ୍ୟ ଖାଇଲେ ଥଣ୍ଡା ଓ କାଶ ଦୂର ହୋଇଥାଏ । କାରଣ ମହୁ କୁ ଛାତି ଖାଇଲେ ଥଣ୍ଡା କାଶ ସମସ୍ଯା ରୁ ମୁକ୍ତି ପାଇ ହେବ । ଦିନକୁ 2 ରୁ 3 ଥର ମହୁ ଖାଇଲେ କାଶ ବନ୍ଦ ହୋଇଥାଏ । ଏହା ବାଦ ଡାଲଚିନି ଗୁଣ୍ଡ ସହ ମହୁ ମଧ୍ୟ ମିଶାଇ ଖାଇ ପାରିବେ । କାରଣ ଏହା ବେସ ଫାଇଦା ଦେଇଥାଏ । ଗୋଟେ କପ ଗରମ ପାଣି ରେ ଏକ ଚାମଚ ମହୁ ମିଶାଇ ଖାଇଲେ ଦିନ ସାରା ଶରୀରକୁ ଏନର୍ଜୀ ମିଳିଥାଏ ।

ଅନେକ ସମୟରେ ଏମିତି ହୋଇଥାଏ କି କାମ କରିବା ସମୟରେ ଥକା ଅନୁଭବ ହୋଇଥାଏ । ଏଥିପାଇଁ ଦିନକୁ ଗୋଟେ କପ ଗରମ ପାଣି ରେ ଏକ ଚାମଚ ମହୁ ମିଶାଇ ସେବନ କରନ୍ତୁ । ଦେଖିବେ ଆପଣଙ୍କୁ କାମ କରିବା ପାଇଁ ଏନର୍ଜି ମିଳିବ । ତେବେ ଏହା ଥିଲା ମହୁ ର କିଛି ଖାସ ଉପାୟ । ଯାହାକୁ ଥଣ୍ଡା କାଶ ଜ୍ଵର ଦୂର କରିବା ପାଇଁ ବ୍ୟବହାର କରିବା ଉଚିତ ।

ମହୁ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ମହୁ ର ସେବନ କରିବା ଦ୍ଵାରା ଶରୀରରେ ଅନେକ ରୋଗ ଭଲ ହୋଇଥାଏ । ତେଣୁ ଦିନକୁ ଥରେ ମହୁ ର ସେବନ କରିବା ନିତାନ୍ତ ଜରୁରୀ ଅଟେ । ଏହା ଦ୍ଵାରା ଥଣ୍ଡା, କାଶ ସମସ୍ଯା ଦୂର ହେବ ସହ ନାକ ବନ୍ଦ ଥିବା ସମସ୍ଯା ମଧ୍ୟ ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *