ତୁଳସୀ, ବେଲପତ୍ର ଓ ଫୁଲକୁ କେଉଁ ସମୟରେ ବ୍ୟବହାର କରିବେ ନାହିଁ… ଜାଣନ୍ତୁ ପୂଜା କରିବାର ସମ୍ପୂର୍ଣ୍ଣ ବିଧି

ନମସ୍କାର ବନ୍ଧୁଗଣ, ହିନ୍ଦୁ ଧର୍ମ ଅନୁଯାୟୀ ସମସ୍ତ ବୃକ୍ଷର ମହତ୍ଵ ରହିଛି । ଅନେକ ବୃକ୍ଷର ଫଳ, ପୁଷ୍ପ ଏବଂ ପତ୍ର ଇତ୍ୟାଦି ଭଗବାନଙ୍କ ପୂଜାରେ ଲାଗିଥାଏ । ଏହିସବୁକୁ ପୂଜାରେ ଲାଗାଇବାର ସମ୍ପୂର୍ଣ ବିଧି କିମ୍ବା ସମୟ କିଛି ଲୋକଙ୍କୁ ନିହାତି ଭାବରେ ଜଣାନଥିବ । ଯାହା ଫଳରେ ଏହି ଅଜାଣତରେ କରୁଥିବା ଭୁଲରେ ପ୍ରଭାବ ଆପଣଙ୍କୁ ଭୋଗିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ତୁଳସୀ, ବେଲପତ୍ର ଓ ଫୁଲକୁ କେଉଁ ସମୟରେ ବ୍ୟବହାର କରିବା ଉଚିତ ହୋଇନଥାଏ ।

ପ୍ରଥମ: ଶ୍ମଶାନ କିମ୍ବା କୌଣସି ଅପବିତ୍ର ସ୍ଥାନରେ ଉଠିଥିବା ଠାକୁରଙ୍କ କାର୍ଯ୍ୟରେ ଲାଗୁଥିବା କୌଣସି ଗଛରୁ ଫୁଲ ଫଳ କିମ୍ବା ପତ୍ର ଆଣି ଠାକୁରଣକ କାର୍ଯ୍ୟରେ ଲଗାଇବା ଅନୁଚିତ । କାରଣ ଏହିସବୁକୁ ଅପବିତ୍ର ମନାଯାଇଥାଏ । ଦିତୀୟ: ତଳେ ପଡିଥିବା ଫୁଲକୁ କେବେ ମଧ୍ୟ ଠାକୁରଙ୍କ ପୂଜାରେ ଲଗାଇବେ ନାହିଁ ।

ତୃତୀୟ: ପୁର୍ଣିମା, ଅମାବାସ୍ୟା, ଦ୍ଵାଦଶୀ, ସଙ୍କ୍ରାନ୍ତି ଏବଂ ଛୁତିକିଆ, ମୃତିକିୟା ଓ ରାତ୍ର ସମୟରେ ତୁଳସୀ ପତ୍ର ତୋଳିବା ନିଷେଧ ଅଟେ । ଚତୁର୍ଥ: ଚତୁର୍ଥୀ, ଅଷ୍ଟମୀ, ନବମୀ,ଚତୁର୍ଦସୀ, ଅମବାସ୍ୟା ତିଥି ସଙ୍କ୍ରାନ୍ତି ସୋମବାର ଦିନ ବେଲ ପତ୍ର ତୋଳିବା ଅନୁଚିତ । ପଞ୍ଚମ: ଶାଳଗ୍ରାମ ପୂଜା ପାଇଁ ଯେଉକୌଣସି ଦିନ ତୁଳସୀ ପତ୍ର ଛିଡାଇବା ଦ୍ଵାରା ଦୋଷ ଲାଗିନଥାଏ ।

ଷଷ୍ଠ: ଅନ୍ୟ ଧର୍ମର ଲୋକଙ୍କ ବାଡିରେ କିମ୍ବା ଘରେ ଫୁଟିଥିବା ଫୁଲ ଆଣି କେବେ ମଧ୍ୟ ଠାକୁରଙ୍କ ପୂଜାରେ ଲାଗାନ୍ତୁ ନାହିଁ । ଏହା ଶାସ୍ତ୍ର ଅନୁଯାୟୀ ନିଷେଧ ଅଟେ । ସପ୍ତମ: ଚନ୍ଦ୍ର ଗ୍ରହଣ ସମୟରେ ଆପଣ କେବଳ ତୁଳସୀ ପତ୍ର ହିଁ ତୋଳି ପାରିବେ । ଏଥିପାଇଁ କୌଣସି ବାରଣ ଉଲ୍ଲେଖ ନାହିଁ ।

ଅଷ୍ଟମ: ବିକୃତ ଦେଖା ଯାଉଥିବା କିମ୍ବା ଚିରା ଫଟା ଫୁଲ ଠାକୁରଙ୍କ ପୂଜାରେ ବ୍ୟବହାର କରିବା ଅନୁଚିତ । ବେଲପତ୍ର, ତୁଳସୀ ପତ୍ର ଇତ୍ୟାଦି ଯାହା ବି  ଦେବା ଦେବୀଙ୍କ ପୂଜାରେ ଲାଗିଥାଏ ସେହିସବୁ ଅକ୍ଷତ ହୋଇଥିଲେ ହିଁ ପୂଜାରେ ଲଗାନ୍ତୁ । ନବମ: ଫୁଟି ନଥିବା ଫୁଲ ତଥା କୌଣସି ଫୁଲର କଢକୁ କେବେ ଠାକୁରଙ୍କ କାର୍ଯ୍ୟରେ ଲଗାଇବେ ନାହିଁ । ଏହାର ବାରଣ କରାଯାଇଛି । କିନ୍ତୁ ଜଳରେ ଫୁଟୁଥିବା ଫୁଲ ପ୍ରତି କଢ ଅବସ୍ଥାରେ ତୋଳିବା ଦ୍ଵାରା କୌଣସି ବାରଣ କରାଯାଇନାହିଁ । ତଥା, ପଦ୍ମ କଇଁ ଇତ୍ୟାଦି ।

ଅପରାଜିତା, ମନ୍ଦାର, ଜବା, ନାଗ ଚମ୍ପା ଏବଂ ତୁଳସୀ ଇତ୍ଯାଦିକୁ ଡେମ୍ଫ ସହ ହିଁ ଠାକୁରଙ୍କୁ ଅର୍ପଣ କରିବା ଉଚିତ । ତେବେ ଆପଣ ଏହି ସମସ୍ତ କଥାର ଧ୍ୟାନ ରଖି ଠାକୁରଙ୍କ ପୂଜା ଅର୍ଚନା ନିମନ୍ତେ ଫୁଲ, ପତ୍ର ତୋଳିବା ଅବଶ୍ୟାକ ହୋଇଥାଏ । ତେଣୁ ଆପଣ ଏହି ସମସ୍ତ କଥାର ପାଳନ ନିହାତି କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *