2024 ରେ ଖୋଲାଯିବ କୋଣାର୍କର ମୁଖଦ୍ଵାର ? ଆସିବ ମହା ପ୍ରଳୟ! ଦେଖନ୍ତୁ କଣ କହୁଛି Malika Bachana

ଦର୍ଶକ ବନ୍ଧୁ ଭାରତରେ ଥିବା ରହସ୍ୟମୟ ମନ୍ଦିର ମଧ୍ୟରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଅନ୍ୟତମ ଅଟେ । ଓଡିଶାରେ ପୁରୀ ଜିଲ୍ଲାରେ ଅବସ୍ଥିତ ଏହି ମନ୍ଦିରର ଲୁଚି ରହିଛି ଅନେକ ରହସ୍ୟମୟ କାହାଣୀ । ଇତିହାସ କୁହେ ୧୨୫୦ ଖ୍ରୀଷ୍ଟାବ୍ଦରେ ରାଜା ନରସିଂହ ଦେବ ଏହି ମନ୍ଦିର ନିର୍ମାଣ କରିଥିଲେ । କୋଣାର୍କ ମୁଖ ଦ୍ଵାରା ଖୋଲିବା ନେଇ ଅନେକ ତର୍କ ବିତର୍କ ଜାରି ରହିଛି ।

କଣ ଏହା ୨୦୨୪ରେ ଖୋଲିବାକୁ ଯାଉଛି ନା ଏହା ଖୋଲିଲେ ମହା ପ୍ରଳୟ ଆସିବ । ଏମିତି ଅନେକ ପ୍ରଶ୍ନ ଏବେ ଉଠୁଛି । ଏହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । କୋଣାର୍କ ମନ୍ଦିର ଚନ୍ଦ୍ରାଭାଗା ସମୁଦ୍ର କୂଳରେ ଥିବାରୁ ସଂପୂର୍ଣ୍ଣ ରୂପେ ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଛି । ଏହି ମନ୍ଦିରର ନିର୍ମାଣ ଶୈଳୀ ଏକ ରଥ ସଦୃଶ । ଯେଉଁଥିରେ ୧୨ଟି ଛକ ଓ ୭ଟି ଘୋଡା ନିର୍ମିତ ହୋଇଛି ।

ଏ ରଥ ସଦୃଶ ମନ୍ଦିରରେ ସୂର୍ଯ୍ୟଦେବଙ୍କୁ ବିରାଜମାନ କରାଯାଇଥିବା ଦେଖାଯାଏ । କୁହାଯାଏ ସୂର୍ଯ୍ୟ ଉଦୟ ସମୟରେ ପ୍ରଥମ କିରଣ ଏଠାରେ ପଡିଥାଏ । ସୂର୍ଯ୍ୟଙ୍କର ଉଦୟ ଓ ଅସ୍ତ ସମୟରେ ଏହି ମନ୍ଦିର ସୁନେଲି ଓ ନାଲି ରଙ୍ଗ ଧାରଣ କରେ । ଏହି ମନ୍ଦିରରେ ନିର୍ମିତ ଛକ ୧୨ ମାସକୁ ସୂଚିତ କରିଥାଏ । ଏହି ମନ୍ଦିର ୨ ଭାଗରେ ବିଭକ୍ତ ହୋଇଛି ଯଥା ନାଟ ମଣ୍ଡପ ଯେଉଁଥି ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡେ ।

ଏଠାରେ ନିର୍ମିତ ହାତୀ ଓ ସିଂହର ମୂର୍ତ୍ତି ଅହଂକାର ନାସକ ଓ ଜ୍ଞାନ ବର୍ଦ୍ଧକକୁ ବୁଝାଇଥାଏ । କୁହାଯାଏ ସନ୍ଧ୍ୟା ପରେ ଏହି ମନ୍ଦିରରୁ ନର୍ତ୍ତକୀ ମାନଙ୍କର ଘୁଙ୍ଗୁର ଶବ୍ଦ ଶୁଭେ । ଏହି ମନ୍ଦିରକୁ ନିର୍ମାଣ ସମୟରେ ନର୍ତ୍ତକି ମାନଙ୍କୁ ନୃତ୍ୟୁ କରାଯାଇଥିଲା । ସେହି ନର୍ତ୍ତକୀ ମାନଙ୍କର ନୃତ୍ୟୁର ମୁଦ୍ରାରୁ ମନ୍ଦିରର ନର୍ତ୍ତକୀ ମୂର୍ତ୍ତି ନିର୍ମାଣ କରାଯାଇଥିଲା ।

ବିଶ୍ଵ ପ୍ରସିଦ୍ଧ ଏହି ମନ୍ଦିରର ନିର୍ମାଣ ଶୈଳୀକୁ ଦେଖିଲେ ଆଧୁନିକ କୌଶଳୀ ହାର ମାନିଯାଏ । ଏହାର କାନ୍ଥରେ ଥିବା ପ୍ରତି ପଥର ତଳେ ଲୁହା ପ୍ଳେଟ ରଖାଯାଇଛି । ମନ୍ଦିର ଉପରେ ୨୨ ମେଟିକ ଟନ ଓଜନର ଏକ ଚୁମ୍ବକ ରଖାଯାଇଛି ଜାହା ମୂର୍ତ୍ତିକୁ ଶୂନ୍ୟରେ ଝୁଲାଇ ରଖୁଥିଲା । କୁହାଯାଏ କଳା ପାହାଡ ଆକ୍ରମଣ ସମୟରେ ଏହି ଚୁମ୍ବକ ଭାଙ୍ଗି ଦିଆଯାଇଥିଲା ଯାହା ଫଳରେ ସନ୍ତୁଳନ ରହିପାରି ନ ଥିଲା ।

ମନ୍ଦିରଟି ଭାଙ୍ଗିବା କାରଣରୁ ଭଙ୍ଗା ଚୁମ୍ବକକୁ ମନ୍ଦିର ଉପରେ ରଖାଯାଇଥିଲା । କିନ୍ତୁ ସେହି ଚୁମ୍ବକ ସମୁଦ୍ରରେ ଯାଉଥିବା ଜାହଜକୁ ଗାୟବ କରିଦେଉଥିଲା । ଚୁମ୍ବକ ଭାଙ୍ଗିବା ପରେ ସୂର୍ଯ୍ୟ ମୂର୍ତ୍ତି ସନ୍ତୁଳନ ହରାଇ ଶୂନ୍ୟକୁ ଖସିଯାଇଥିଲା । ପରେ ମୁସଲମାନଙ୍କ ଆକ୍ରମଣରୁ ରକ୍ଷା ପାଇବାକୁ ସେହି ମୂର୍ତ୍ତିକୁ ଜଗନ୍ନାଥ ମନ୍ଦିରରେ ସ୍ଥାପନ କରାଯାଇଥିଲା ।

୧୯୦୧ରେ ମନ୍ଦିରା ସୁରକ୍ଷା ପାଇଁ ଭିତରେ ବାଲି ଭର୍ତ୍ତି କରାଯାଇଥିଲା । ଯାହା ଫଳରେ ମନ୍ଦିର ସୁରକ୍ଷିତ ରହିପାରିବ । ଏବେବି ୧୨୦ ବର୍ଷ ହେଲା ମନ୍ଦିରର ମୁଖ ଦ୍ଵାରା ବାଲିରେ ବନ୍ଦ ଅଛି । ତେବେ ପ୍ରଶାସନ ଏ ଯାଏଁ ମୁଖ ଦ୍ଵାରରୁ ବାଲି ବାହାର କରି ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *