25 Octoberରେ ପଡୁଛି ଭୟଙ୍କର ସୂର୍ଯ୍ୟପରାଗ, ଓଡିଶାରେ ହେବ ଦୃଶ୍ୟମାନ… ଏହି 8ଟି ରାଶି ଉପରେ ପଡିବ ଅତ୍ୟନ୍ତ ଶୁଭ ପ୍ରଭାବ

ନମସ୍କାର ବନ୍ଧୁଗଣ, ସୂର୍ଯ୍ୟ ପରାଗର ବହୁତ ନିୟମ ରହିଛି । ଏହିସବୁ ନିୟମକୁ ଜାଣିବା ଓ ମାନିବା ନିହାତି ଜରୁରୀ । ଯଦି ଆପଣ ଏହିସବୁ ନିୟମକୁ ଅଜାଣତରେ ମଧ୍ୟ ନ ମନନ୍ତି ତେବେ ମଧ୍ୟ ଜୀବନରେ ବହୁତ ଦୁଖ କଷ୍ଟ ଭୋଗିବାକୁ ପଡିବ ଏହାର ପ୍ରଭାବରେ । ତେବେ ଆଉ  ଡେରି ନକରି ଆଜି ଆସନ୍ତୁ ଜାଣିବା ଏହି ବର୍ଷ ସୂର୍ଯ୍ୟ ପରାଗ କେଉଁ  ଦିନ ହେବ ଏବଂ କେଉନସବୁ ନୟମ ଗୁଡିକୁ ମାନିବାକୁ ପଡିବ । ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ଏହା ବିଷୟରେ ।

ସୂର୍ଯ୍ୟ ପରାଗର ସମୟସୀମା: ତାରିଖ.। ୨୫ ଅକ୍ଟୋବର ୨୦୨୨ ମଙ୍ଗଳବାର । ଆରମ୍ଭ: ଦିନ ୧୨.୧୧ ମିନିଟ । ସର୍ବାଧିକ ସୂର୍ଯ୍ୟ ପରାଗ: ଦିନ ୧. ୨୧ ମିନିଟ । ସର୍ବାଧିକ ସୂର୍ଯ୍ୟ ପରାଗ ଅବଧି: ମାତ୍ର ୩୪ ସେକେଣ୍ଡ । ଶେଷ ବା ମୋକ୍ଷ ପ୍ରାପ୍ତି: ଦିନ ୨.୩୧ ମିନିଟ । ଅବଧୀ କାଳ: ୨ ଘଣ୍ଟା ୧୯ ମିନିଟ ଏବଂ ୨୬ ସେକେଣ୍ଡ ।

ସୁତକ କାଳ ବା ଦେବ ନୀତି: ଗ୍ରହଣ ଲାଗିବାର ୯ ଘଣ୍ଟା ବା ତିନି ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର ବାର ଘଣ୍ଟା ବା ଚାରି ପ୍ରହର ପୂର୍ବରୁ ପକା ନିଷେଧ ବା ହାଣ୍ଡିଛାଡ ହୋଇଥାଏ ।  ଏହି ସମୟ ସୀମାକୁ ସୁତକ କାଳ ବୋଲି କୁହାଯାଏ । ହାଣ୍ଡିଛାଡ ବା ପାକ ନିଷେଧ: ଏହି ସମୟରେ ଖାଦ୍ଯ ତିଆରି କରନ୍ତୁ ନାହିଁ । ଖାଦ୍ୟ ରୋଷେଇକୁ ଏହି ସମୟରେ ଅଶୁଭ ମନାଯାଇଥାଏ ।

ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଗ୍ରହଣ କରିବା ନିଷେଧ ଅଟେ ।  ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଖାଇଲେ ଏହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏହି ସମୟରେ ଆପଣମାନେ ଫଳମୂଳ ଇତ୍ୟାଦି ଖାଇପାରିବେ । ଗର୍ଭବତୀ ମହିଳା: ପରାଗ ଲାଗିବା ସମୟରେ କୌଣସି ମହିଳା ବାହାରକୁ ବାହାରନ୍ତୁ ନାହିଁ  ବା ଗ୍ରହଣର ଦୃଶ୍ୟ ମଧ୍ୟ ଦେଖନ୍ତୁ ନାହିଁ ।

ଏହି ସମୟରେ କୌଣସି ଜିନିଷ ଆପଣମାନେ କଟା କଟି କରନ୍ତୁ ନାହିଁ । ଏହି ସବୁର କୁପ୍ରଭାବ ଗର୍ଭରେ ଥିବା ପିଲା ଉପରେ ପଡିଥାଏ । ଶୁଭ ଅଶୁଭ କାର୍ଯ୍ୟ ସୂଚୀ: ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ କିମ୍ବା କୌଣସି ଶୁଭ କାର୍ଯ୍ୟ କରିବାର ଯୋଜନା ମଧ୍ୟ କରନ୍ତୁ ନାହିଁ ।ଏହାଫଳରେ ଆପଣଙ୍କ ପରିବାରରେ ଅନିଷ୍ଟ ହୋଇଥାଏ ।

ଶୁଭ ଅଶୁଭ ରାଶି: ମେଷ, ମିଥୁନ, ସିଂହ, ବିଛା, ଧନୁ, ମକର, କୁମ୍ଭ ଏବଂ କର୍କଟ ରାଶିର ଲୋକଙ୍କ ଉପରେ  ଏହି ସୂର୍ଯ୍ୟ ପରାଗ ଶୁଭ ରହିବ । ବୃଷ, ତୁଳା, କନ୍ୟା, ଏବଂ ମିନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ପରାଗ ଅଶୁଭ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *