ବନ୍ଧୁଗଣ ପ୍ରତେକ ବର୍ଷ ମାଘ ମାସ ଶୁକ୍ଳ ପାଖ ର ପଞ୍ଚମୀ ତିଥିରେ ବସନ୍ତୀ ପଞ୍ଚମୀ ବା ସରସ୍ଵତୀ ପୂଜା ପାଳନ କରା ଯାଇଥାଏ । ଏହି ବର୍ଷ ଶ୍ରୀପଞ୍ଚମୀ ଜାନୁଆରୀ 26 ତାରିଖ ପଡିବାକୁ ଆଉଛି । ଏହି ଦିନ ବାଣୀ, କଳା, ସଙ୍ଗୀତ, ବିଦ୍ୟାର ଦେବୀ ମା ସରସ୍ଵତୀଙ୍କ ପୂଜା କରାଯାଏ । ଏହି ଦିନ ସ୍କୁଲ ଓ ଶିକ୍ଷା ଅନୁଷ୍ଠାନ ଗୁଡିକରେ ସରସ୍ଵତୀ ପୂଜାର ଆୟୋଜନ କରା ଯାଇଥାଏ । ଜ୍ଯୋତିଷ ଅନୁଯାୟୀ ଏହି ଥର ବସନ୍ତୀ ପଞ୍ଚମୀ 4ଟି ଶୁଭ ଯୋଗ, ଶିବ ଯୋଗ, ସିଦ୍ଧି ଯୋଗ, ସର୍ବସିଦ୍ଧି ଯୋଗ ଓ ରବି ଯୋଗ ବନିବାକୁ ଯାଉଛି ।
ଏହି ଯୋଗ କାରଣରୁ ରାଶି ଅନୁଯାୟୀ କେଉଁ କମ କରିଲେ ଲାଭଦାୟକ ହୋଇଥାଏ ଆସନ୍ତୁ ଜାଣିବା । ମେଷ ରାଶି : ଶ୍ରୀପଞ୍ଚମୀ ଦିନ ଆପଣଙ୍କୁ ଧଳା ରଙ୍ଗର ବସ୍ତ୍ର ପିନ୍ଧି ସରସ୍ଵତୀ ମା ଙ୍କ ପୂଜା କରିବା ଉଚିତ । ଏହି ଦିନ ସରସ୍ଵତୀ ପାଠ କରିଲେ ଏକାଗ୍ରତା ବୃଦ୍ଧି ହୁଏ ।
ବୃଷ ରାଶି : ଶ୍ରୀପଞ୍ଚମୀ ଦିନ ମା ସରସ୍ବତୀଙ୍କୁ ପ୍ରସନ୍ନ କରିବା ଧଳା ଚନ୍ଦନ ତିଳକ ସହ ଫୁଲ ଅର୍ପଣ କରିଲେ ଜ୍ଞାନରେ ବୃଦ୍ଧି ଓ ଇଚ୍ଛା ପୁରଣ ହୁଏ ।
ମିଥୁନ ରାଶି : ଏହି ଦିନ ଆପଣଙ୍କୁ ମା ଙ୍କର ବିଧି ଅବିଧାନ ଅନୁଯାୟୀ ପୂଜା କରି ହଳଦିଆ ମିଠା ଚାଉଳ ଭୋଗ ଲାଗାଇ ହଳଦିଆ ରଙ୍ଗର କଲମ ଅର୍ପଣ କରନ୍ତୁ । ଏହା ଦ୍ଵାରା କାମରେ ସଫଳତା ମିଳିବ ।
କର୍କଟ ରାଶି : ଆପଣଙ୍କୁ ଶ୍ରୀପଞ୍ଚମିରେ ଖିରୀ ଭୋଗ ଲଗାଇ ଗାୟତ୍ରୀ ମନ୍ତ୍ର ପାଠ କରିବା ଉଚିତ । ଯଦ୍ବାରା ସଫଳତା ପ୍ରାପ୍ତି ହେବ ।
ସିଂହ ରାଶି : ଏହି ରାଶିର ଜାତକଙ୍କୁ ସଚ୍ଚା ମନରେ ମା ଙ୍କର ପୂଜା କରି ଗାୟତ୍ରୀ ପାଠ କରିଲେ ଶିକ୍ଷାରେ ଅପାର ସଫଳତା ମିଳିଥାଏ ।
କନ୍ୟା ରାଶି : ଏହି ଦିନ କନ୍ୟା ରାଶିର ଲୋକଙ୍କୁ ପୂଜା ପରେ ଶିକ୍ଷା ସମ୍ବଧିତ ବହି, କଲମ, ପେନ୍ସିଲ ଆଦି ଦାନ କରିଲେ ବିଶେଷ ଲାଭ ମିଳିବ ।
ତୁଳା ରାଶି : ଆପଣଙ୍କୁ ସରସ୍ଵତୀ ପୂଜା ଦିନ ପୂଜା ପରେ ଧଳା ବସ୍ତ୍ର, ଜିନିଷ ଦାନ କରିଲେ ଶୁଭ ହେବା ସହ ସମସ୍ୟାରୁ ମୁକ୍ତି ମିଳିଥାଏ ।
ବିଛା ରାଶି : ଏହି ଦିନ ମା ସରସ୍ଵତୀଙ୍କ ପୂଜା କରି ନାଲି ରଙ୍ଗର ବସ୍ତୁ ଅର୍ପଣ କରିଲେ କୃପା ଲାଭ ହୁଏ ।
ଧନୁ ରାଶି : ଆପଣଙ୍କୁ ଶ୍ରୀପଞ୍ଚମୀ ଦିନ ବେସନ ଲଡ ବା ହଳଦିଆ ରଙ୍ଗର ଭୋଗ ଲଗାଇବା ଦ୍ଵାରା ଇଚ୍ଛା ପୂରଣ ହେବ ସହ ନିସ୍ପତି ନେବାର କ୍ଷମତା ବୃଦ୍ଧି ପାଏ ।
ମକର ରାଶି : ମକର ରାଶିର ଲୋକଙ୍କୁ ଶୁଭ ଯୋଗରେ ସରସ୍ଵତୀ ପୂଜା ଦିନ ଅସହାୟ ଲୋକଙ୍କୁ ଚାଉଳ ଦାନ କରିଲେ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୁଏ ।
କୁମ୍ଭ ରାଶି : ଏହି ଦିନ ଆପଣଙ୍କୁ ପୂଜା ପରେ ଧଳା ମିଠା ଭୋଗ ଲଗାଇବା ସହ ବିଦ୍ୟା ସମ୍ବଧିତ ବସ୍ତୁ ଦାନ କରିବା ଉଚିତ ।
ମୀନ ରାଶି : ଏହି ଦିନ ଆପଣଙ୍କୁ କନ୍ୟାଙ୍କୁ ହଳଦିଆ ବସ୍ତ୍ର ଦାନ କରିଲେ କ୍ଯାରିୟରରେ ସଫଳତା ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।