26 ଜାନୁୟାରୀ ବଡ଼ ଗୁରୁବାର (ବସନ୍ତ ପଞ୍ଚମୀ) ଗାଈକୁ ଖୁଆନ୍ତୁ 1 ଜିନିଷ, ମା ଲକ୍ଷ୍ମୀ କରିବେ ଧନର ବର୍ଷା

ବନ୍ଧୁଗଣ ସରସ୍ଵତୀ ପୂଜା ପ୍ରତି ବର୍ଷ ଖୁବ ଧୂମଧାମ ରେ ମନା ଯାଇଥାଏ । ଏହି ଖାସ ଦିନ ମା ସରସ୍ବତୀଙ୍କୁ ସମର୍ପିତ ଅଟେ । ଏହି ଦିନ ବିଦ୍ୟା ଓ ବୁଦ୍ଧିର ଦେବୀ ମା ସରସ୍ଵତୀଙ୍କ ଭକ୍ତ ଗଣ ବହୁତ ଭକ୍ତି ସହକାରେ ପୂଜା କରିଥାନ୍ତି । ଏହି ପର୍ବ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିକୁ ମାନା ଯାଇଥାଏ । ବସନ୍ତ ଋତୁକୁ ସବୁ ୬ ଋତୁ ମଧ୍ୟରେ ଋତୁର ରାଜା ନାମରେ ବି ଜଣା ଯାଇଥାଏ । ଏହି ବର୍ଷ ଜାନୁଆରୀ ୨୬ ଗୁରୁବାରରେ ବସନ୍ତ ପଞ୍ଚମୀ ପଡୁଛି ।

ଆଜି ଆମେ ଆପଣଙ୍କୁ କହିବୁ ଏହି ଦିନ ଗାଈକୁ କଣ ଖାଇବାକୁ ଦେବେ ଧନର ବର୍ଷା ହୋଇଥାଏ । ସନାତନ ହିନ୍ଦୁ ଧର୍ମରେ ଗାଈ ଗଙ୍ଗା ଓ ଗାୟତ୍ରୀଙ୍କ ଧାର୍ମିକ ମହତ୍ତ୍ଵ ସବୁଠୁ ଅଧିକ ଅଟେ । ଶାସ୍ତ୍ର ଅନୁଯାୟୀ ଗାଈ ଠାରେ ୩୩ କୋଟି ଦେବିଦେବତାଙ୍କ ବାସ ରହିଛି । ଯିଏ ବି ଗାଇର ପୂଜା କରେ ତାଙ୍କ ଉପରେ ସବୁ ଦେବିଦେବତାଙ୍କ କୃପା ପ୍ରାପ୍ତ ହୋଇଥାଏ ।

ଯିଏ ଗୋମାତାଙ୍କୁ ସେବା କରନ୍ତି ଗୋମାତା ମଣିଷର ସବୁ କଷ୍ଟ ହରଣ କରିଥାନ୍ତି । ଗୋ-ମାତାଙ୍କୁ କାମଧେନୁ ମଧ୍ୟ କୁହାଯାଏ । ସେ ସମସ୍ତଙ୍କର କଷ୍ଟ ଦୂର କରିବା ସହ ମନସ୍କାମନା ପୂରଣ କରିଥାନ୍ତି । କୁହାଯାଏ ସୂର୍ଯ୍ୟାସ୍ତ ପରେ ଯେବେ ଗାଈ ଘରକୁ ଫେରିଥାଏ ଆଉ ସେହି ସମୟରେ ଗାଈର ଖୁରା ରୁ ଯେଉଁ ଧୁଳି ଉଡିଥାଏ ସେହି ଧୂଳିରେ ମଣିଷର ପାପ ଧୋଇଯାଏ ।

ଯଦି ବ୍ୟକ୍ତି ପାଠ ପଢାରେ ଦୁର୍ବଳ, କହିବାରେ ଅସମର୍ଥ ଅଟନ୍ତି ତେବେ ତାଙ୍କୁ ଗୋମାତାଙ୍କୁ ସବୁଜ ଚାରା ଖାଇବାକୁ ଦେବା ଅତ୍ୟନ୍ତ ଲାଭପ୍ରଦ ହୋଇଥାଏ । ଏଥିରେ ବୁଧ ଗ୍ରହର ଦଶା ଠିକ ହୋଇଥାଏ । ଗାଈର ଦାନ କରିବା ଶାସ୍ତରେ ଶୁଭ ବିଚାର କରାଯାଏ । ଯଦି ମଙ୍ଗଳ ଗ୍ରହର ଅବସ୍ଥିତି ଖରାପ ଅଛି ତେବେ ଗରିବଙ୍କୁ ଗାଈ ଦାନ କରନ୍ତୁ । ଶନିଙ୍କ ଦଶା ଠିକ କରିବାର ଥିଲେ କଳା ଗାଈ ଦାନ କରନ୍ତୁ ।

ଏହା ଦ୍ଵାରା ସବୁ କଷ୍ଟରୁ ମୁକ୍ତି ମିଳିଥାଏ । ଯଦି କୌଣସି କାମ ବନ୍ଦ ଅଛି ବା ପରିଶ୍ରମ କରି ସଫଳ ମିଳୁ ନାହି ତେବେ ଗୋମାତାଙ୍କୁ ରୁଟି ଖାଇବାକୁ ଦେଇ ତାଙ୍କ କାନରେ ନିଜ ଇଚ୍ଛା ଇଶ୍ଚୟ କହିବା ଉଚିତ । ଗୋମାତାଙ୍କୁ ପ୍ରତିଦିନ ପୂଜା କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହେବ ଅସହ ଘରର ଆର୍ଥିକ ସ୍ଥିତି ଦୃଢ ହୋଇଥାଏ । ଘରକୁ ଆସିଥିବା ଗାଈକୁ ପାଣି ପିଇବାକୁ ଦେଲେ ସବୁ ରୋଗରୁ ମୁକ୍ତି ମିଳିଥାଏ ।

ଶୀତ ଦିନରେ ଗାଈକୁ ଗୁଡ ଖାଇବାକୁ ଦିଅନ୍ତୁ । ପିତୃଦୋଷ ଦୂର କରିବା ପାଇଁ ଅମାବାସ୍ୟାରେ ଗାଈକୁ ରୁଟି, ଗୁଡ, ଚାରା ଖାଇବାକୁ ଦିଅନ୍ତୁ । ଗାଈ ଗୋବରକୁ ପ୍ରତେକ ଦିନ ଘର, ଦୋକାନରେ ଧୂପ ଦିଅନ୍ତୁ । ଘରର ଦ୍ଵାରକୁ ପ୍ରତିଦିନ ଗାଈ ଆସିଲେ ଭାଗ୍ୟଶାଳି ହୋଇଥାନ୍ତି ସେହି ଘରର ବ୍ୟକ୍ତି । ଗୋମାତାଙ୍କ ବେକରେ ଘଣ୍ଟି ନିଶ୍ଚୟ ବଜାନ୍ତୁ ଏହା ଦ୍ଵାରା ତାଙ୍କର ଆରତୀ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *