26 ଜାନୁଆରୀ ସରସ୍ଵତୀ ପୂଜା, କରନ୍ତୁ ଏହି ଉପାୟ ମିଳିବ ଧନ, ବିଦ୍ୟା ଏବଂ ସୁଖ!

ବନ୍ଧୁଗଣ ଚଳିତ ବର୍ଷ ଜାନୁଆରୀ 26 ବୁଧବାର ଦିନ ପଡିବାକୁ ଯାଉଛି ପବିତ୍ର ଶ୍ରୀପଞ୍ଚମୀ ବା ସରସ୍ଵତୀ ପୂଜା । ଶ୍ରୀ ମନ୍ଦିରରେ ବାସନ୍ତୀ ପଞ୍ଚମୀ, ଶ୍ରୀପଞ୍ଚମୀ, ଭଞ୍ଜ ଜୟନ୍ତୀ, ଶ୍ରୀଜୀଉଙ୍କ ରଥ ଘାଟ ଅନୁକୂଳ ହେବା ସହ ମାତା ସରସ୍ଵତୀଙ୍କ ପୂଜା ବି ପର୍ବ ଅଟେ । ମାତା ସରସ୍ବତୀ ହେଉଛନ୍ତି ବିଦ୍ୟା, ବାଣୀ, କଳା ଜଗତର ଆରାଧ୍ୟା ଦେବୀ । ସବୁ ବିଦ୍ୟାର୍ଥୀଙ୍କ ସମେତ ପୁରୁଷ ଓ ନାରୀ ମାନେ ମା ସରସ୍ଵତୀଙ୍କ ଆରାଧନା କରିବା ଉଚିତ ।

କାରଣ ଜ୍ଞାନ, ବିଦ୍ୟା, କଳା ବିନା ସଂସାରରେ ତିଷ୍ଠି ରହିବା ସମ୍ଭାବନା ନୁହେଁ । ଆଜି ଆମେ ଆପଣଙ୍କୁ କହିବୁ ଏହି ଦିନ କେଉଁ ଉପାୟ କରିଲେ ମା ସରସ୍ଵତୀ ପ୍ରସନ୍ନ ହୋଇଥାନ୍ତି । ସରସ୍ଵତୀ ପୂଜା ଦିନ ଡେରି ଯାଏଁ ଶୋଇବା ଉଚିତ ନୁହେଁ । ତେଣୁ ପ୍ରାତଃ କାଳରେ ଉଠି ସ୍ନାନ ଆଦି କରିବା ଉଚିତ । ଏହାକୁ ଶ୍ରେଷ୍ଠ ମାନା ଯାଇଥାଏ । ଏହି ଦିନ ଭୁଲରେ ବି କଳା ବସ୍ତ୍ର ପିନ୍ଧିବା ଅନୁଚିତ ।

ଏହି ଦିନ ଆମିଷ ବା ମଦ ମାଂସ ଠାରୁ ଦୂରେଇ ରହିବା ଉଚିତ । ଏହି ଦିନ ସାତ୍ଵିକ ଆହାର ଗ୍ରହଣ କରିବା ଉଚିତ ହୋଇଥାଏ । ଏହି ଦିନ ଧଳା ବସ୍ତ୍ର ପିନ୍ଧି ମାତା ସରସ୍ଵତୀଙ୍କ ପୂଜା କରିବା ଉଚିତ । ଏହି ଦିନ ମା ସରସ୍ବତୀଙ୍କୁ ଧଳା, ହଳଦିଆ ରଙ୍ଗର ଫୁଲ, ଫଳ ଭୋଗ ଅର୍ପଣ କରିବା ସହ ନିଜେ ଧଳା ଓ ହଳଦିଆ ରଙ୍ଗର ସାତ୍ଵିକ ଆହାର ଖାଇବା ଉଚିତ ।

ଏହା କରିବା ଦ୍ଵାରା ବିଦ୍ୟାର୍ଥୀ ଙ୍କ ସହ ସବୁ ମଣିଷ ଙ୍କୁ ପଜେଟିଭ ଏନର୍ଜି ପ୍ରାପ୍ତି ହୁଏ । ମାତା ସରସ୍ଵତୀଙ୍କ କୃପା ବି ପ୍ରାପ୍ତି ହୁଏ । ଏହି ଦିନ କ୍ରୋଧ, ଅସମ୍ମାନ କରିବା, ଅପମାନିତ କରିବା ଉଚିତ ହୋଇ ନ ଥାଏ । ଏହା ସହ ଖରାପ ଅଭ୍ଯାସ ଠାରୁ ଦୂରେଇ ରହିବା ଉଚିତ ନଚେତ ମା ସରସ୍ଵତୀଙ୍କ କୃପା ପାଇବାରୁ ବଞ୍ଚିତ ରହିବେ । ଏଣୁ ଏହି ଦିନ ଶାନ୍ତ ଓ ସ୍ବଚ୍ଛ ମନରେ ମାତା ଙ୍କ ପୂଜା ଓ ଆରାଧନା କରିବା ଉଚିତ ।

ଏହି ଦିନ ବସନ୍ତୀ ପଞ୍ଚମୀ ହୋଇ ଥିବାରୁ ଧରା ପ୍ରୁଷ୍ଠା ରେ ବାତାବରଣ ସ୍ବଚ୍ଛ ଓ ନିର୍ମଳ ହୋଇଥାଏ । ଏଣୁ ଏହି ଦିନ କୌଣସି ଗଛକୁ କାଟିବା ଉଚିତ ନୁହେଁ । ଏହି ଦିନ ସମସ୍ତେ ନୂତନ ଗଛ ଲଗାଇବା ଉଚିତ । ଏହା ସହ ମା ସରସ୍ଵତୀଙ୍କ ସହ ପ୍ରକୃତି ମା ଙ୍କ ଆଶିଷ ପ୍ରାପ୍ତି ହୁଏ । ଏହି ଦିନ ଗୋଟେ ଗଛ ନିଶ୍ଚୟ ଲଗାନ୍ତୁ ।

ଏହି ସବୁ କଥା ର ପାଳନ କରିଲେ ମା ସରସ୍ଵତୀ ଙ୍କ ଅପାର କୃପାରୁ ଜ୍ଞାନ, ବିଦ୍ୟା, ଧନ, ସୁଖ ସମୃଦ୍ଧି ପ୍ରାପ୍ତ ହୁଏ । ତେଣୁ ଆପଣ ମାନେ ବି ସରସ୍ଵତୀ ପୂଜା ଦିନ ନିଶ୍ଚୟ ଏହି ସବୁ କଥା ର ପାଳନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *