ଏହି 4ଟି ଚିହ୍ନ ଥିବା ଲୋକଙ୍କ ଜନ୍ମ ଧନୀ ହେବା ପାଇଁ ହିଁ ହୋଇଛି, ଦେଖନ୍ତୁ ଆପଣ ଅଛନ୍ତି କି ଏଥିରେ ସାମିଲ

ନମସ୍କାର ବନ୍ଧୁଗଣ, ପଇସାର ଜପମାଳା ସମସ୍ତେ ଜପୁଛନ୍ତି ଏହି ଦୁନିଆରେ । ପଇସାର ଆବଶ୍ୟକତା ସମସ୍ତଙ୍କୁ ରହିଛି । କିନ୍ତୁ କିଛି ଲୋକଙ୍କ ଜନ୍ମ ପଇସା କମାଇବା ନିମନ୍ତେ ହିଁ ହୋଇଥାଏ । ଜନ୍ମ ସମୟରୁ ହିଁ ଏହି କଥାର ପ୍ରମାଣ ସେମାନେ ନିଜ ଶରୀରରେ ଥିବା ଚିହ୍ନ ସହ ନେଇ ଆସିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଶରୀରରେ ଥିବା କେଉଁ ଚିହ୍ନ ଧନୀ ହେବାର ସଙ୍କେତ ଦେଇଥାଏ । ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୂର୍ଣ ଭାବରେ ।

ସମୁଦ୍ର ଶାସ୍ତ୍ରରେ ଏହି ସବୁ ଜିନିଷ ଗୁଡିକର ପ୍ରମୁଖ ଭାବରେ ଉଲ୍ଲେଖ କରାଯାଇଛି । ସେଇଥିରୁ ହିଁ  ଗୋଟିଏ ମଣିଷର ଶରୀରରେ ରହିଥିବା ସମସ୍ତ ଚିହ୍ନ, ଆକାର, ରୂପ ବର୍ଣ ଇତ୍ୟାଦିର ସଙ୍କେତ ବିଷୟରେ ଜାଣିବାକୁ ମିଳିଥାଏ । ତେଣୁ ଜୀବନରେ କାହାକୁ ଜନ୍ମ ସମୟରୁ ହିଁ ଧନ ମିଳିବାର ସୁବର୍ଣ ସୁଯୋଗ ମିଳିଥାଏ ତାହା ବିଷୟରେ ଜାଣନ୍ତୁ ।

ପ୍ରଥମ: ଯେଉଁ ବ୍ୟକ୍ତିଙ୍କ ପାପୁଲିର ମଝି ଭାଗରେ ରଥ, ଚକ୍ର, ଧ୍ଵଜର ଚିହ୍ନ ଥାଏ ସେହି ବ୍ୟକ୍ତିଙ୍କୁ ନିଜ ଜୀବନରେ ଶାସନ କରିବାର ଅନେକ ଅବସାର ମାନ ପ୍ରାପ୍ତ ହୋଇଥାଏ । ଏମାନେ ନିଜ ଜୀବନରେ କେବେ କାହା ଅଧୀନରେ ରହିବାକୁ ପସନ୍ଦ କରନ୍ତି ନାହି । ଏବଂ ତାଙ୍କ ଭାଗ୍ୟ ମଧ୍ୟ ଏସବୁ କରିବା ପାଇଁ କେବେ ଦେଇ ନଥାଏ । ତେଣୁ ଏମାନେ ସବୁବେଳେ ଅନ୍ୟ ମାନଙ୍କ ଉପରେ ରହିଥାନ୍ତି ।

ଦିତୀୟ: ଯେଉଁ ବ୍ୟକ୍ତିଙ୍କ ପାପୁଲିର ମଝିରେ କଳାଜାଇ ରହିଥାଏ ସେହି ବ୍ୟକ୍ତି ଧନବାନ ହୋଇଥାନ୍ତି । ଏବଂ ସମାଜରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରନ୍ତି । ଯାହା ଫଳରେ ତାଙ୍କୁ ସମାଜରେ ଅନେକ ମାନ ସମ୍ମାନ ମିଳିଥାଏ । ତୃତୀୟ: ଯେଉଁ ବ୍ୟକ୍ତିଙ୍କ ପାଦରେ ଚକ୍ର ଏବଂ ପଦ୍ମ ଫୁଲର ଚିହ୍ନ ରହିଥାଏ ସେମାନେ ପ୍ରଚୁର ଧନର ଅଧିକାରୀ ହୋଇଥାନ୍ତି ।

ଏହି ଲୋକ ନିଜ ଜୀବନରେ ଧନ, ସମ୍ପତ୍ତି, ଜମିବାଡି ଇତ୍ୟାଦି ସୁଖ ସୁବିଧାର ଆନନ୍ଦ ଜୀବନସାରା ଭୋଗ କରନ୍ତି । ଚତୁର୍ଥ: ଯେଉଁ ଲୋକଙ୍କ ପାଦ ତଳେ କଳାଜାଇ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ନିଜ ଜୀବନରେ ଏକ ଉତ୍ତମ ଶାସକ ଭାବରେ ପରିଚିତ ଥାନ୍ତି ।

ଯେଉଁ ଲୋକଙ୍କ ହାତର ମଧ୍ୟମ ଆଙ୍ଗୁଠିରୁ ମଣିବନ୍ଧ ପର୍ଯ୍ୟନ୍ତ ରେଖା ସ୍ପଷ୍ଟ ଅଟେ ତେବେ ସେହି ବ୍ୟକ୍ତିଙ୍କୁ ନିଜ ଜୀବନରେ ସମସ୍ତ ପ୍ରକାର ସୁଖ ସୁବିଧାର ପ୍ରାପ୍ତି ହୋଇଥାଏ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *