ସପ୍ତାହରେ 2 ଥର ପିଅନ୍ତୁ ଏସିଡିଟି, କବଜ ଭଳି ପେଟର ଅନେକ ସମସ୍ୟା ସବୁଦିନ ପାଇଁ ହୋଇଯିବ ଭଲ- Healthy Tips

ବନ୍ଧୁଗଣ ଆଜି ଆମେ କହିବାକୁ ଯାଉ ଅଛୁ କି ଆପଣ ମାନଙ୍କର ପେଟର ସମସ୍ଯା ଯଦି କିଛି ଅଛି, ତେବେ ଏହି ପାଣିକୁ ପିଈବା ଦ୍ଵାରା ପେଟ ସମସ୍ଯା ଦୂର ହୋଇଯିବ । ପେଟ ସମସ୍ଯା ଯେମିତିକି ପେଟ ଖରାପ ହେବା, ଏସିଡିଟି ହେବା, ପେଟରେ ଗ୍ଯାସ, କବଜ ଆଦି ରୋଗ ଦେଖାଯାଇଥାଏ । ଏହା ଦ୍ଵାରା ଆପଣମାନେ ବହୁତ କଷ୍ଟ ଏବଂ ଯନ୍ତ୍ରଣା ଭୋଗ କରିଥାନ୍ତି । ଏହି ଯନ୍ତ୍ରଣା ଅତ୍ୟନ୍ତ କଷ୍ଟ ଦାୟକ ହୋଇଥାଏ ଯାହାକୁ ସହିବା ଆମ ମାନଙ୍କ ପାଖରେ କାଠିକର ପାଠ ହୋଇଯାଇଥାଏ ।

ଏପରି ପେଟ ଜନିତ ରୋଗ ପାଇଁ ଆପଣମାନେ ଏକ ପାଣି ପ୍ରସ୍ତୁତ କରନ୍ତୁ, ଯାହାକୁ ଆପଣ ସେବନ କରିବା ଦ୍ଵାରା ଆପଣଙ୍କ ପେଟ ରୋଗ ସବୁ ଦିନ ପାଇଁ ଭଲ ହୋଇଯିବ । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଲେମ୍ବୁକୁ ଛୋଟ ଛୋଟ ଗୋଲିଆ କରିକି କାଟି ଦିଅନ୍ତୁ ଏବଂ ଧ୍ୟାନ ଯେମିତି ଲେମ୍ବୁରେ ମଞ୍ଜି ନ ରୁହେ । ତା ପରେ ଗୋଟିଏ ଅଦାକୁ ଆଣିକି ତାକୁ ଛୋଟ ଛୋଟ ସାଇଜରେ କାଟି ଦିଅନ୍ତୁ ଓ ଧ୍ୟାନ ଦିଅନ୍ତୁ ଅଦାକୁ ଯେପରି ବାଟିକି ରସ ବାହାର ନ କରି କାଟିକି ରଖିଥାନ୍ତୁ ।

ଏହାପରେ ପୁଦିନା ପତ୍ର ଆଣନ୍ତୁ, କାରଣ ପୁଦିନା ଆମ ପେଟ ପାଇଁ ବହୁତ ହିଁ ଭଲ ହୋଇଥାଏ । ଏହା ପେଟ ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ । ଗୋଟିଏ ଗ୍ଲାସ ଆଣି ସେଥିରେ କଟାଯାଇଥିବା ୨ ପିସ୍ ଲେମ୍ବୁ ରଖନ୍ତୁ, ତାପରେ କାଟିକି ରଖିଥିବା ଅଦା କିଛି ରଖନ୍ତୁ, ଏହାପରେ ୪ ରୁ ୫ ପୋଦିନା ପତ୍ର ରଖନ୍ତୁ । ଏହାପରେ ପାଣି ଆଣି ସେହି ଗ୍ଲାସରେ ଢାଳନ୍ତୁ ଓ ଗ୍ଲାସ ଉପରେ ଏକ ଢାଙ୍କୁଣୀ ଘୋଡାଇ ଏହାକୁ କିଛି ସମୟ ପାଇଁ ରଖି ଦିଅନ୍ତୁ । ଆପଣ ଏହାକୁ ସକାଳେ ପ୍ରସ୍ତୁତ କରନ୍ତୁ ।

୪ ରୁ୫ ଘଣ୍ଟା ପର୍ଯନ୍ତ ଆପଣ ଏହାକୁ ଢାଙ୍କୁଣୀ ଦ୍ଵାରା ଘୋଡାଇ ରଖନ୍ତୁ । ଧ୍ୟାନ ଦିଅନ୍ତୁ ଯେମିତି ଆପଣ ଏହାକୁ କାଚ ଗ୍ଲାସ କିମ୍ବା କାଚର ଯେ କୌଣସି ପାତ୍ର ରେ ହିଁ ଏହି ପାଣିକୁ ପ୍ରସ୍ତୁତ କରିବେ । ଷ୍ଟିଲ କିମ୍ବା ପ୍ଲାଷ୍ଟିକ ପାତ୍ରରେ ପ୍ରସ୍ତୁତ କରିବେ ନାହିଁ । ଏଥିରେ କରିବା ଦ୍ଵାରା ପ୍ରସ୍ତୁତ କରିଥିବା ପାଣି ଫଳପ୍ରଦ ହେବ ନାହିଁ । ଆପଣ ୪ ରୁ ୫ ଘଣ୍ଟା ପରେ ଢାଙ୍କୁଣୀ ଖୋଲିକି ଦେଖିବେ, ଏହି ପାଣିର ରଙ୍ଗ ବଦଳି ଯାଇଛି । ଏହି ପ୍ରସ୍ତୁତ ହୋଇଥିବା ପାଣିକୁ ଅଳ୍ପ ଅଳ୍ପ କରି ସେବନ କରିବେ ।

ରାତିରେ ପ୍ରସ୍ତୁତ କରି ସକାଳେ ସେବନ କରିବେ ନାହିଁ, ଏହି ପାଣି ଖଟା ହୋଇଯିବ । ଏହି ପାଣିକୁ ପ୍ରତିଦିନ ସେବନ କରିବା ଦ୍ଵାରା ଆପଣଙ୍କ ପେଟ ସମସ୍ଯା ସମ୍ପୂର୍ଣ ଭଲ ହେଇଯିବ । ପେଟରେ ଥିବା ଅପରିଷ୍କାର ପଦାର୍ଥ ପାଣି ଆକାରରେ ବାହାରକୁ ଚାଲି ଆସିବ । ଆପଣ ସତେଜ ଅନୁଭବ କରିବେ । ଯଦି ଏହି ଭିଡିଓ ଟି ଭଲ ଲାଗିଥାଏ, ତେବେ ନିହାତି ଭାବରେ କମେଣ୍ଟ ଦ୍ଵାରା ମତାମତ ଜଣାଇବେ ।

Leave a Reply

Your email address will not be published. Required fields are marked *