ନମସ୍କାର ବନ୍ଧୁଗଣ, ଆପଣମାନେ ତ ଜାଣନ୍ତି ମାଙ୍କଡ ମାନଙ୍କ କାମ ହେଉଛି ଗଛରେ ଏ ଡାଳରୁ ସେ ଡାଳକୁ ଡେଇଁବା । କିନ୍ତୁ ବେଳେବେଳେ ମାଙ୍କଡ ମାନେ ଘରକୁ ପଶିଆସିଥାନ୍ତି ଗୋଟେ ମାଙ୍କଡ ଘରେ ପଶିଯିବା ପଛରେ ଅନେକ କାରଣ ରହିଛି । ସେହିଭଳି ଏନେକ ଲକ୍ଷ୍ମୀଛଡା ପଶୁ ମଧ୍ୟ ରହିଛନ୍ତି ତେବେ ଆସନ୍ତୁ ଆଜି ଜାଣିବା ସେହି ସବୁ ପଶୁ ମାନଙ୍କ ଲକ୍ଷଣ ବିଷୟରେ ।
ଯେଉଁ ଘରେ କିଛି ନିୟମ ନାଷ୍ଟି ନଥାଏ ଏବଂ ଭାଗବତ ପାଠ ହୁଏ ନାହିଁ ସେହି ଘରୁ ଲକ୍ଷ୍ମୀ ଛାଡିଯାନ୍ତି । ସେ ଘର ଲକ୍ଷ୍ମୀ ଛଡା ହୋଇଯାଏ । ଏବଂ ଯଦି ଘରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗେ ଓ କଳହ ସୃଷ୍ଟି ହୁଏ ତେବେ ସେହି ଘରକୁ ଲକ୍ଷ୍ମୀ ତ୍ୟାଗ କରିଥାନ୍ତି । ପରିବାର ମଧ୍ୟରେ ସବୁବେଳେ ସବୁ କଥାରେ ଅଶାନ୍ତି ଲାଗି ରହିଲେ ମା ଲକ୍ଷ୍ମୀ ସେହି ସ୍ଥାନରେ ବସବାସ କରନ୍ତି ନାହି ।
ଅନିୟମତା ଏବଂ ଶିଷ୍ଟାଚାର ବିହୁନ ଘରକୁ ମା ଲକ୍ଷ୍ମୀ ଛାଡି ଚାଲିଯାନ୍ତି । ଏସବୁ ଭୁଲ କାର୍ଯ୍ୟ କରିବା ଦ୍ଵାରା ମାତା ଲକ୍ଷ୍ମୀ ଗୃହକୁ ତ୍ୟାଗ କରିଥାନ୍ତି କିନ୍ତୁ, ମାତା ଲକ୍ଷ୍ମୀଙ୍କ ଗୃହ ତ୍ୟାଗ କରିବାର କିଛି ସଙ୍କେତ ମାତା ଲକ୍ଷ୍ମୀ ଆମକୁ ଆଗରୁ ପ୍ରଦାନ କରିଥାନ୍ତି । କିଛି ପଶୁ ମାନଙ୍କ ଠାରୁ ମଧ୍ୟ ଏହି ସଙ୍କେତ ମିଳିଥାଏ । ପଶୁମାନଙ୍କ କାର୍ଯ୍ୟ କଳାପ ରୁ ଆମେ ଜାଣି ପାରିବା କି ମାତା ଲକ୍ଷ୍ମୀ ଆମ ଉପରେ ରୁଷ୍ଟ ଅଛନ୍ତି ।
ଯଦି ଏକ କଳା ମାଙ୍କଡ ର ପଦ ଚିହ୍ନ ଆପଣଙ୍କ ଘରେ ପଡେ ତେବେ ସେହି ଘରୁ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଚାଲିଯାନ୍ତି । ସେହି ଘରେ ସର୍ବଦା ଅଭାବ ଅନାଟନ ଲାଗିରହେ । ଯେଉଁ ସବୁ ପଶୁବିଷୟରେ କୁହା ଯାଇଛି ସେସବୁ ହେଉଛନ୍ତି ଅଶୁଭ । ତେଣୁ ସେହି ସବୁ ପଶୁ ଗୁଡିକୁ ଘରେ ପାଳନ କରିବା ଉଚିତ ନୁହେଁ ।
ଯଦି କୌଣସି ବାହାର ବୁଲା କୁକୁଡ଼ା ଆପଣଙ୍କ ଘରକୁ ପଶିଆସେ ତେବେ ଏହା ସତର୍କ ସୂଚନା ମିଳିଥାଏ କି ମାତା ଲକ୍ଷ୍ମୀ ଙ୍କ ଆଶ୍ରିବାଦ ଆପଣଙ୍କ ଘର ଉପରେ ନାହିଁ । ଯଦି କୁକୁଡା ମଧ୍ୟ ଆପଣଙ୍କ ଘରକୁ ଚାଲି ଆସେ ତେବେ ଜାଣନ୍ତୁ କି ମା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ଅଛନ୍ତି । ଛେଳି ଗୋଡ ମଧ୍ୟ ଘରେ ପଡିଲେ ମା ଲକ୍ଷ୍ମୀ ସେ ଘରେ ରୁହନ୍ତି ନହିଁ ।
ପୂର୍ବରୁ ଲୋକମାନେ ଗୋମାତାଙ୍କୁ ପୂଜା କରୁଥିଲେ କିନ୍ତୁ ଏବେ ଲୋକମାନେ ଏତେ ଉଚକୋଟିର ନିଜକୁ ମନେ କରୁଛନ୍ତି ଯେ ନିଜ ଘରେ କୁକୁର ପୋଷୀ ରଖୁଛନ୍ତି । କୌଣସି ଧର୍ମ ରେ କୁକୁରକୁ ଶୁଭ ବୋଲି ମନାଯାଏ ନାହି । ତେଣୁ ଲକ୍ଷ୍ମୀ ଛଡା କାର୍ଯ୍ୟ କରନ୍ତୁ ନାହିଁ । ସବୁବେଳେ ଘରକୁ ସୁଖ ଶାନ୍ତିରେ ରଖିବା ପାଇଁ ଚେଷ୍ଟା କରନ୍ତୁ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର ନିଶ୍ଚୟ କରନ୍ତୁ ।