ସ୍ଵପ୍ନରେ ବାହାଘର ଦେଖିବାର ଅର୍ଥ ? ଦେଖନ୍ତୁ କଣ ଅଟେ Swapna Shastra ଅନୁସାରେ ଏହାର ଅର୍ଥ

ନମସ୍କାର ବନ୍ଧୁଗଣ, ଆମେ ଦେଖିଥିବା ସ୍ଵପ୍ନ ଆମ ଆଗାମୀ ସମୟର ସୂଚକ ହୋଇଥାଏ । ତେଣୁ ଆପଣ ସ୍ଵପ୍ନରେ ଦେଖୁଥିବା କଥାକୁ ଅଣଦେଖା କରିବା ଉଚିତ ହୋଇନଥାଏ । ତେବେ ଯଦି ଆପଣ ପବିତ୍ର ବହାଘରର ସ୍ଵପ୍ନ ଦେଖନ୍ତି ତେବେ ଏହାର ଅର୍ଥ କଣ ହୋଇଥାଏ ହୁଏତ ତାହା ଆପଣଙ୍କୁ ଜଣା ନଥିବ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଯଦି ଆପଣ ସ୍ଵପ୍ନରେ ବାହାଘର ହେବାର ଦେଖନ୍ତି ତେବେ ଏହାର ଅର୍ଥ କଣ ହୋଇଥାଏ ?  ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ଏହା ସମ୍ପର୍କରେ ।

ବିବାହ ଏହା ଏକ ଏମିତି ବନ୍ଧନ ଯେଉଁଥିରେ ବାନ୍ଧି ହେବାକୁ ସମସ୍ତ ପୁଅ ଝିଅଙ୍କର ଇଚ୍ଛା ଥାଏ । କାରଣ ଆମ ସଂସାରରେ ବିବାହ ଏକ ପ୍ରଥା ଅଟେ ଯାହାକୁ ସମସ୍ତଙ୍କୁ ମାନିବା ଦରକାର । କାରଣ ସଂସାର ଏବଂ ବଂଶ ଆଗକୁ ବଢିବାର ଏକମାତ୍ର ସ୍ରୋତ ହେଉଛି ବିବାହ । ବିବାହ ପୁଅ ଝିଅ ଙ୍କର ମିଳନ କେବଳ ହୋଇନଥାଏ ଦୁଇ ପରିବାର ମଧ୍ୟରେ ଏକ ଉତ୍ତମ ସମ୍ପର୍କ ସ୍ଥାପନ ମଧ୍ୟ ହୋଇଥାଏ ।

ଏହି ପବିତ୍ର ବିବାହ ହେବାର ସଙ୍କେତ କଣ ଆପଣ ମାନଙ୍କୁ କେବେ ମିଳିଛି ! ଆପଣ କେବେ ବାହା ହେବେ ଏହାର ଉତ୍ତର ଆପଣ କେବେ ପାଇଛନ୍ତି କି ଯଦି ନା ତେବେ ଆଜି ଏହା ବିଷୟରେ ଆପଣ ଜାଣିବାକୁ ପାଇବେ ଆମର ଏହି ପୋଷ୍ଟ ମାଧ୍ୟମରେ । ବିବାହର ସୁନ୍ଦର ସ୍ଵପ୍ନ କେଉଁ ସଙ୍କେତ ଦେଇଥାଏ ଜାଣନ୍ତୁ ଆଉ ବିଳମ୍ବ ନକରି ।

ପ୍ରଥମ: ଯଦି ଆପଣ ସ୍ଵପ୍ନରେ ନିଜର କିମ୍ବା ଅନ୍ୟ କାହାର ବି ବାହାଘର ହେବାର ଦେଖନ୍ତି ତେବେ ଏହା ଶୁଭ ହୋଇନଥାଏ । ଆପଣଙ୍କର ବନ୍ଧୁ ପରିବାର ବର୍ଗ ସାହି ପଡିସା ଯାହାର ବି ହେଉ ନା କାହିଁକି । ଏହି ସ୍ଵପ୍ନ ଆପଣଙ୍କ ଆଗାମୀ କୌଣସି କାର୍ଯ୍ୟରେ ବାଧା ଆସିବାର ସଙ୍କେତ ଦେଇଥାଏ ।

ଦିତୀୟ: ଯଦି କୌଣସି ମହିଳାକୁ ଆପଣ ବାହାଘର ଶାଢୀ ପିନ୍ଧିବାର ଦେଖନ୍ତି ତେବେ ଏହାର ଅର୍ଥ ଶୁଭ ହୋଇଥାଏ । ତୃତୀୟ: ଯଦି ଆପଣ ସ୍ଵପ୍ନରେ ବିଦା ହେଉଥିବା ଝିଅ କାନ୍ଦିବାର ଦେଖନ୍ତି ତେବେ ଏହା ବହୁତ ଅଶୁଭ ହୋଇଥାଏ । ଚତୁର୍ଥ: ଯଦି ଆପଣ ନିଜ ପ୍ରେମିକ ବା ପ୍ରେମିକାଙ୍କ ବାହାଘର ଅନ୍ୟ କାହା ସହ ହେବାର ଦେଖନ୍ତି ତେବେ ଆପଣଙ୍କ ବାହାଘର ବହୁତ ଶୀଘ୍ର ହୋଇଥାଏ । କିନ୍ତୁ ଆପଣ ଭଲ ପାଉଥିବା ପୁଅ ବା ଝିଅ  ସହ ହେବ ଏହା ଜରୁରୀ ହୋଇନଥାଏ ।

ପଞ୍ଚମ: ଯଦି ଆପଣ ବାହାଘର ସହ ଜଡିତ କୌଣସି ବସ୍ତୁ ଦେଖନ୍ତି ତେବେ ଏହା ଶୁଭ । ଯେମିତି କି ମଙ୍ଗଳ ସୂତ୍ର, ସିନ୍ଦୁର, ଶଙ୍ଖା ଇତ୍ୟାଦି । ଏହାର ଅର୍ଥ ହୋଇଥାଏ ଆପଣଙ୍କର ବିବାହ ବହୁତ ଶୀଘ୍ର ହେବାକୁ ଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *