ମାଣବସା ଗୁରୁବାର ଦିନ କରନ୍ତୁ ନାହିଁ ଏହି 10ଟି ଭୁଲ, ଘରକୁ ମାଡି ଆସିବ ବିପଦ

ନମସ୍କାର ବନ୍ଧୁଗଣ, ଗୁରୁବାରକୁ ସବୁଠାରୁ ପବିତ୍ର ବାର ଭାବରେ ମନାଯାଇଥାଏ । କାରଣ ଏହିବାର ଦିନ ହିଁ ମଣିଷ ଜୀବନର ମୂଳ ଚାବି ଧନର ଦେବୀ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । ତେଣୁ ଆପଣ ଏହିଦିନ ଯଦି ଅଜାଣତରେ ମଧ୍ୟ କିଛି ଭୁଲ କରନ୍ତି ତେବେ ଜୀବନସାରା ପାଇଁ କଷ୍ଟ ଭୋଗ କରିବେ । ଆଉ ଡେରି ନକରି ଆସନ୍ତୁ ଜାଣିବା ମାଣବସା ଦିନ କେଉଁ ସବୁ କାର୍ଯ୍ୟ କରିବା ଉଚିତ ହୋଇନଥାଏ । ଏହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ ସମ୍ପୂର୍ଣ ଭାବରେ ଜଣାଇବାକୁ ଯାଉଛୁ ।

ପ୍ରଥମ: ଗୁରୁବାର ଦିନ ବିଳମ୍ବ ସମୟ ଯାଏ ନ ଶୋଇ ବ୍ରହ୍ମ ମୁହୂର୍ତ୍ତରେ ଶର୍ଯ୍ୟା ତ୍ୟାଗ କରନ୍ତୁ । ସର୍ବ ପ୍ରଥମେ ସକାଳୁ ଉଠି ଘର ଦ୍ଵାରା ସାଫା ସୁତୁରା କରନ୍ତୁ । ଦିତୀୟ: ସକାଳୁ ଉଠିବା ପରେ ପ୍ରଥମେ ବାସି ଶେଯ ଉଠାନ୍ତୁ । ଏହା ପରେ ଯାଇ ଆପଣ ଠାକୁର ପୂଜା କରନ୍ତୁ । ଯଦି ଆପଣ ବାସି ବିଛଣା ପଡିଥିବା ଅବସ୍ତାରେ ପୂଜା କରନ୍ତି ତେବେ ଏହା ଏକ ଲକ୍ଷ୍ମୀଛଡା କାମ ହୋଇଥାଏ ।

ତୃତୀୟ: ଗୁରୁବାର ଦିନ ଚଉରା ମୂଳରେ ଯାଇ ପ୍ରଥମେ ମା ବୃନ୍ଦାବତୀଙ୍କୁ ପୂଜା କରନ୍ତୁ । ଏହାପରେ ଯାଇ ଆପଣ ଘର ଠାକୁରଙ୍କୁ ପୂଜା କରିବା ଉଚିତ । ଚତୁର୍ଥ: ବୃହସ୍ପତିଙ୍କ ବାର ହୋଇଥାଏ ଗୁରୁବାର । ତେଣୁ ଆପଣ ତାଙ୍କ ପ୍ରିୟ ହଳଦିଆ ରଙ୍ଗର ବସ୍ତ୍ର ନିଶ୍ଚୟ ପିନ୍ଧନ୍ତୁ । ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରିବା ଶୁଭ ହୋଇଥାଏ ।

ପଞ୍ଚମ: ଆପଣ ଏହିଦିନ ଦୁଃଖୀ ରଙ୍କି ଲୋକ ମାନଙ୍କୁ ହଳଦିଆ ରଙ୍ଗର ଜିନିଷ ଦାନ କରନ୍ତୁ । କଦଳୀ, ଚଣା, ଡାଲି କିମ୍ବା ହଳଦୀ ଇତ୍ୟାଦି ଦାନ କରିବା ଆପଣଙ୍କ ପାଇଁ ଶୁଭ ହୋଇଥାଏ । ଷଷ୍ଠ: ଗୁରୁବାର ଦିନ ଆପଣ ଲାଲ ରଙ୍ଗର କପଡା ଉପରେ ଶ୍ଵେତ ବର୍ଣର ଧାନ ମା ଲକ୍ଷ୍ମୀଙ୍କ ଫଟୋ ପାଖରେ ରଖନ୍ତୁ । ମା ଲକ୍ଷ୍ମୀଙ୍କୁ ସ୍ଵଚ୍ଛ ବହୁତ ପସନ୍ଦ ହୋଇଥାଏ । ଧଳା ରଙ୍ଗ ହେଉଛି ସ୍ଵଚ୍ଛତାର ପ୍ରତୀକ ।

ତେଣୁ ଆପଣ ମାତା ଲକ୍ଷ୍ମୀଙ୍କୁ ଗୁରୁବାର ଦିନ ଧଳା ଫୁଲ ଅର୍ପଣ କରନ୍ତୁ । ସପ୍ତମ: ଗୁରୁବାର ଦିନ ଆପଣ ନିଜ ଘରେ ଭୁଲରେ ଆମିଷ ରୋଷେଇ କରନ୍ତୁ ନାହିଁ । ଅଷ୍ଟମ: ଗୁରୁବାର ଦିନ 12ଟା ପରେ କାହାକୁ ଭିକ୍ଷା ଦେବା ଉଚିତ ହୋଇନଥାଏ । ନବମ:ଗୁରୁବାର ଦିନ ସୂର୍ଯ୍ୟ ଅସ୍ତ ସମୟରେ ବା ସନ୍ଧ୍ଯା ସମୟରେ କେବେ ମଧ୍ୟ ମୁଣ୍ଡ କୁଣ୍ଡାନ୍ତୁ ନାହିଁ କିମ୍ବା ସୁଅନ୍ତୁ ନାହିଁ ।

ଦଶମ: ସନ୍ଧ୍ଯା ସମୟରେ ଆପଣ ଝୁଣା ଧୂପ ଘର ସାରା ବୁଲାନ୍ତୁ । ଏହା ଅଶୁଭ ଶକ୍ତିକୁ ଘରୁ ବାହାର କରିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।  ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢିବାରୁ ଧନ୍ୟବାଦ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *