ଆଜି ପବିତ୍ର ଧନୁ ସଂକ୍ରାନ୍ତି କରନ୍ତୁ କେବଳ ଏହି 3ଟି କାମ, ହେବ ସବୁ ମନସ୍କାମନା ପୁରା

ବନ୍ଧୁଗଣ ଆସନ୍ତା କାଲି ହେଉଛି ପବିତ୍ର ଧନୁ ସଙ୍କ୍ରାନ୍ତି । ସୂର୍ଯ୍ୟଙ୍କର ଗୋଟିଏ ରାଶିରୁ ନ୍ୟ ଏକ ରାଶିକୁ ଚଳନ କରିବାକୁ ସଙ୍କ୍ରାନ୍ତି କୁହାଯାଇଥାଏ । ସଙ୍କ୍ରାନ୍ତି ଗୋଟେ ସୌର ଘଟଣା ଅଟେ । ହିନ୍ଦୁ କ୍ଯାଲେଣ୍ଡର ଅନୁଯାୟୀ ବର୍ଷକୁ ୧୨ଟି ସଙ୍କ୍ରାନ୍ତି ମାନା ଯାଇଥାଏ । ପ୍ରତେକ ସଙ୍କ୍ରାନ୍ତିର ଅଲଗା ଅଲଗା ମହତ୍ଵ ରହିଥାଏ । ସଙ୍କ୍ରାନ୍ତିର ତିଥି ଓ ସମୟକୁ ବହୁତ ମହତ୍ଵ ଦିଆଯାଇଛି ଶାସ୍ତ୍ରରେ । ପ୍ରଭୂ ସୂର୍ଯ୍ୟଦେବ ପ୍ରତେକ ମାସରେ ନିଜର ସ୍ଥାନ ବଦଳି ଗୋଟେ ରାଶିରୁ ଆଉ ଗୋଟେ ରାଶିକୁ ଯାଇଥାନ୍ତି ।

ତେବେ ଧନୁ ସଙ୍କ୍ରାନ୍ତିରେ ଏହି କାମ କରିଲେ ମନସ୍କାମନା ପୁରା ହୋଇଥାଏ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ୧- ଏହି ସଙ୍କ୍ରାନ୍ତିରେ ମୁଆଁ ପ୍ରଥମ ଭୋଗ ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ଲାଗି ହେବା ପରେ କଣ୍ଟିଲ ନୀଳ ମାଧବ, କାକଟପୁର ମଙ୍ଗଳା, ଆଠଗଡ ସର୍ପେଶ୍ଵର ମହାଦେବ ଙ୍କ ଠାରେ ମଧ୍ୟ ଧନୁ ମୁଆଁ ଭୋଗ ଲାଗିଥାଏ । ଧନୁ ମୁଆଁର ସ୍ଵତନ୍ତ୍ର ମର୍ଯ୍ୟାଦା ଓଡିଶାରେ ରହିଛି ।

ଏହି ଧନୁ ସଙ୍କ୍ରାନ୍ତି ରେ ମନ୍ଦିରରେ ପୂଜା କରିବା ପରେ ଘରେ ଏହାକୁ ଭୋଗ ଲଗାଇବେ ତେବେ ଅତ୍ୟନ୍ତ ଶୁଭଙ୍କାରୀ ହୁଏ । ଭଗବାନଙ୍କୁ ଭୋଗ ଲଗାଇବା ପରେ ପରିବାରର ସଦସ୍ଯଙ୍କୁ ଖାଇବାକୁ ଦେବେ । ୨- ଏହି ଧନୁ ସଙ୍କ୍ରାନ୍ତି ଦିନ ସୂର୍ଯ୍ୟ ଦେବଙ୍କ ବିଶେଷ ପୂଜା କରାଯାଇଥାଏ । ଏହି ଦିନ ସକାଳୁ ଉଠି ସୂର୍ଯ୍ୟ ଉଦୟ ସମୟରେ ସ୍ନାନ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଲେ ତାଙ୍କର ଚମତ୍କାରିତା ଆଲୋକ ପକାଇଥାନ୍ତି । ଏହି ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଲେ ସେହି ଦିନ ଟି ଭଲରେ କଟିଥାଏ ।

ଏହା ସହ ସୂର୍ଯ୍ୟ ଦେବ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଦିନର ଆରମ୍ଭ ସୂର୍ଯ୍ୟଙ୍କ ଠାରୁ କରିଲେ ଦିନ ଗୁଡାକ ଶୁଭରେ କଟିବ । ପ୍ରଭୁ ସୂର୍ଯ୍ୟ ଦେବଙ୍କ କୃପା ଆପଣଙ୍କ ଉପରେ ସବୁ ଦିନ ରହିବ । ଏହାକୁ ଆପଣ ପ୍ରତିଦିନ ମଧ୍ୟ କରିପାରିବେ । ୩- ଧନୁ ସଙ୍କ୍ରାନ୍ତି ଏକ ପବିତ୍ର ଦିବସ ହୋଇଥାଏ । ଏହି ଦିନକୁ କିଛି କିଛି ଜାଗାରେ ବର୍ଷର ସମାପ୍ତି ଭାବେ ସଜାସଜି କରି ପାଳନ କରିଥାନ୍ତି । ଧାନ ଚାଷ ସଙ୍କ୍ରାନ୍ତୀୟ ଧନୁ ସଙ୍କ୍ରାନ୍ତି କୃଷି ପର୍ବ ମଧ୍ୟ ଅଟେ । ଏହି ଦିନ କୃଷକ ଧନକୁ ଘରେ ଝୁଲାଇଥାନ୍ତି ।

ଖିରୀ, ଖେଚେଡୀ ପ୍ରସ୍ତୁତ କରି ଭୋଗ ଲଗାଯାଏ । ଧାନ ମାପକ ସେର, ମାଣ, ଗୌଣି ଆଦିରେ ଚିତା ସିନ୍ଦୁର ଲାଗିକରି ସନ୍ଧ୍ୟା ସମୟରେ ଧାନ ଖଳାରେ ମେରି ପୋତି କୃଷକ ଧାନ ବେଙ୍ଗଳି ଲଗାଇଥାଏ । ଖଳା କୁ ଗୋମୟ ରେ ଲିପି ବଟ, ଶିମିଳି ବିଶିଷ୍ଟ ଗଛର କାଠରେ ସ୍ତ୍ରୀ ନାମ ମେରି ପୋତାଜାଏ ।

ତାହା ମୁଣ୍ଡରେ ପତାକା ରୂପେ ନିମ୍ବ ପତ୍ର ର ଓ ସୋରିଷ ରଖିବା ଉଚିତ ହୋଇଥାଏ । ଏଭଳି ଧନୁ ସଙ୍କ୍ରାନ୍ତିରେ ଭଗବାନ ସୂର୍ଯ୍ୟଙ୍କ ପୂଜା କରିବା ସହ ଗରିବଙ୍କୁ ଦାନ ଧର୍ମ କରିଲେ ପୁଣ୍ୟକାରୀ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *