ଅକାଳରେ ମୃତ୍ୟୁ ପରେ ଆତ୍ମାର କଣ ହୋଇଥାଏ ? Garuda Purana

ନମସ୍କାର ବନ୍ଧୁଗଣ, ଜନ୍ମ ମୃତୁ ଆମ ହାତରେ ନଥାଏ ବୋଲି କୁହାଯାଏ । ହେଲେ କିଛି ବ୍ୟକ୍ତି ନିଜ ଜୀବନରେ ଏତେ କଷ୍ଟ ପାନ୍ତି କି ତାଙ୍କ ଜୀବନକୁ ନିଜ ହାତରେ ହିଁ ହାରି ଦିଅନ୍ତି । ଆତ୍ମହତ୍ୟା କରିବା ଫଳରେ କଣ ସତରେ ସମସ୍ତ କଷ୍ଟରୁ ମୁକ୍ତି ମିଳିଯାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ଏହା ବିଷୟରେ କି ଅକାଳ ମୃତୁ ପରେ ଆତ୍ମାର କଣ ହୋଇଥାଏ ।  କେଉଁ ସବୁ କଷ୍ଟ ଓ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ଜାଣନ୍ତୁ ।

ପ୍ରତ୍ୟକ ବ୍ୟକ୍ତିଙ୍କୁ ପରମତ୍ମା ବା ପ୍ରକୃତି ତରଫରୁ ଏକ ନିର୍ଦ୍ଧିଷ୍ଟ ଆୟୁଷ ମିଳିଥାଏ । ଯଦି ଆୟୁଷ ପୂର୍ବରୁ ହିଁ ହତ୍ୟା ଆତ୍ମହତ୍ୟା ବା ଦୁର୍ଘଟଣା ରେ ମୃତୁ ଘଟେ ତେବେ ଏହାକୁ ଅକାଳ ମୃତୁ କୁହାଯାଏ । କିନ୍ତୁ ଆମ ଶାସ୍ତ୍ରରେ ଅକାଳ ମୃତୁ ମଧ୍ୟରେ ଆତ୍ମ ହତ୍ୟାକୁ ସବୁଠାରୁ ନିମ୍ନ ଓ ନିନ୍ଦନୀୟ ମନାଯାଏ । ଆତ୍ମହତ୍ୟାକୁ ଏକ ଅପରାଧ ବୋଲି ମନାଯାଏ । ଏହା କରିବା ପରମତ୍ମାଙ୍କ ଅସମ୍ମାନ କରିବା ସଙ୍ଗେ ସମାନ ଅଟେ ।

କୌଣସି ପ୍ରାଣୀ ଶରୀର ତ୍ୟଗ କଲା ପରେ ହିଁ ତତକ୍ଷଣାତ ଅନ୍ୟ ଏକ ଶରୀର ମିଳିଯାଏ । ଯେଉଁ ପ୍ରାଣିର ମୃତୁ ଆତ୍ମ ହତ୍ୟା ବା ଦୁର୍ଘଟଣା ରେ ମୃତୁ ହୋଇଥାଏ ତାଙ୍କୁ ୪୦ ଦିନ ପରେ ମଧ୍ୟ ଅନ୍ୟ ଏକ ଶରୀର ମିଳିପାରେ ନାହିଁ । ଏହି ଆତ୍ମ ପୃଥିବୀ ଲୋକରେ ଘୁରି ବୁଲୁଥାଏ । ସେହି ଆତ୍ମକୁ ସ୍ଵର୍ଗ କିମ୍ବା ନର୍କ ଯିବା ପାଇଁ ରାସ୍ତା ମିଳେ ନାହିଁ । ଏବଂ ସେ ଆଉଥରେ ମଧ୍ୟ ଜନ୍ମ ନେଇପାରେ ନାହିଁ । ଆତ୍ମାର ଏହି ଅବସ୍ତାକୁ ଅଗତି କୁହାଯାଏ ।

ସେହି ଆତ୍ମା ସେବେ ଯାଏଁ ଘୁରି ବୁଲନ୍ତି ଯେତେବେଳ ପର୍ଯ୍ୟନ୍ତ ତାଙ୍କ ସମୟ ଚକ୍ର ପୁରା ହୋଇନଥାଏ । ତେଣୁ କୁହାଯାଏ ଯେଉଁ ବ୍ୟକ୍ତି ଆତ୍ମ ହତ୍ୟା କରେ ସେ ଆହୁରି ବି କଷ୍ଟ ଦାୟକ ଅବସ୍ଥାରେ ପହଞ୍ଚିଯାଏ । ଜୀବିତ ଅବସ୍ଥାରେ ଯେତେ କଷ୍ଟରେ ଥିଲେ ମଧ୍ୟ ନିଜକୁ ଖୁସି କରିବା ପାଇଁ ସମସ୍ତ ସାଧନ ପାଖରେ ଥାଏ । କିନ୍ତୁ ଅକାଳ ମୃତୁ ପରେ ଭୋକ ଉପାସରେ ସଂଭୋଗ ସୁଖରୁ ବିରକ୍ତ ରାଗ, ଲୋଭ ସମସ୍ତ ପ୍ରକାର ଇଚ୍ଛାକୁ ନେଇ ଅନ୍ଧାରରେ ଘୁରି ବୁଲୁଥାଏ ।

ଶାସ୍ତ୍ରରେ କୁହାଯାଇଛି ଯଦି କୌଣସି ପୁରୁଷ ଅକାଳ ମୃତୁ ପ୍ରାପ୍ତ କରେ ତେବେ ସେ ଭୁତ ପ୍ରେତ ପିଶାଚ ବେତାଳ ହୋଇଯାଏ । ସେହିଭଳି ଯଦି କୌଣସି ସ୍ତ୍ରୀ ଅକାଳ ମୃତୁକୁ ପ୍ରାପ୍ତ କରେ ତେବେ ତାହାକୁ ଅଲଗା ଅଲଗା ନାମରେ ଜଣାଯାଏ । ଯଦି କୌଣସି ନବ ବିବାହିତା, ବା ପ୍ରସବ ନାରୀର ମୃତୁ ଅକାଳ ମୃତୁ କରେ ତେବେ ସେ ଚୁଡେଲ ହୋଇଯାଏ । ଯଦି କୌଣସି କୁଆଁରୀ ଝିଅ ମୃତୁକୁ ପ୍ରାପ୍ତ କରେ ତେବେ ତାକୁ ଦେବୀ କୁହାଯାଏ ।

ଏବଂ ଯେଉଁ ସ୍ତ୍ରୀ ଖରାପ କାମ କରି ମୃତୁ ବରଣ କରିଥାଏ ତାଙ୍କୁ ଡାହାଣୀ କୁହାଯାଏ । ଗରୁଡ ପୁରାଣରେ ଆତ୍ମହତ୍ୟାରେ ମୃତୁ ବରଣ କରିଥିବା ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ବହୁତ ଉପାୟ କୁହାଯାଇଛି । ମରୁତ ଆତ୍ମା ପାଇଁ ତର୍ପଣ, ପିଣ୍ଡ ଦାନ ଏବଂ ତାଙ୍କ ଅଧୁରା ଇଚ୍ଛାକୁ ପୁରା କରିବା ଏବଂ ଦାନ ପୂଣ୍ୟ ଇତ୍ୟାଦି ପ୍ରମୁଖ ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ ସେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *