ଜାଣନ୍ତୁ ଆଖି ଡେଇଁବାର ଅର୍ଥ କଣ ? ଶୁଭ ଅଟେ ନା ଅଶୁଭ.. କଣ ଦିଏ ସଂକେତ

ନମସ୍କାର ବନ୍ଧୁଗଣ, ଭଗବାନ ସାରା ସଂସାରକୁ ସୃଷ୍ଟି କରିଛନ୍ତି । ତାଙ୍କ ସନ୍ତାନ ହେଉଛନ୍ତି ମଣିଷ । ନିଜ ଦୁଃଖ କଷ୍ଟରେ ଆକୁଳ ହୋଇ ମଣିଷ ଭଗବାନଙ୍କୁ ଡାକିଥାଏ କିନ୍ତୁ ଭଗବାନ କେବେ ମଧ୍ୟ ସାମ୍ନାକୁ ଆସି ସାହାର୍ଯ୍ୟ କରିନଥାନ୍ତି । କାରଣ ଭଗବାନ ଆଗରୁ ହିଁ ବିପଦର ସଙ୍କେତ ଦେଇଥାନ୍ତି ଯାହାକୁ ଆମେ ବୁଝି ନଥାଉ ଆଉ ଭଗବାନଙ୍କୁ ଦୋଷ ଦେବାକୁ ଲାଗିଥାଉ । ନିହାତି ଆପଣ ମାନଙ୍କର କେବେ ନା କେବେ ଆଖି ଡେଇଁଥିବ କିଏ ଏହାକୁ ଶୁଭ କହିଥାଏ ତ କିଏ ଏହାକୁ ଅଶୁଭ ।

ଆଉ କିଏ ବୈଜ୍ଞାନିକ ଦୃଷ୍ଟି କୋଣ ହିସାବରେ କହିଥାଏ ପେଟ ଗରମ ପାଇଁ ଡେଉଁଛି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ପ୍ରକୃତରେ ଆଖି ଡେଇଁବାର ଅର୍ଥ କଣ ହୋଇଥାଏ । ପୁରୁଷ ମାନଙ୍କର ଡାହାଣ ଆଖି ଡେଇଁବା ଭଲ ହୋଇଥାଏ । ଆଉ ମହିଳା ମାନଙ୍କର ବାମ ଆଖି ଡେଇଁବା ଭଲ ହୋଇଥାଏ ।

ଯଦି କୌଣସି ମହିଳା କିମ୍ବା ଝିଅମାନଙ୍କର ଡାହାଣ ଆଖି ଡେଇଁଥାଏ ତେବେ ଏହାକୁ ଶୁଭ ବୋଲି ମାନାଯାଇନଥାଏ । ତେଣୁ ଯଦି କୌଣସି ମହିଳାର ଡାହାଣ ଆଖି ଡେଇଁଥାଏ ତେବେ ତାଙ୍କୁ ସଚେତନ ରହିବା ଆବଶ୍ୟକ । କାରଣ ଏହାର ପରିଣାମ ବିଲକୁଲ ମଧ୍ୟ ଭଲ ହୋଇନଥାଏ । ଆଗକୁ କିଛି ବିପଦ ଆସିବାର ଆଭାସ ଏହା ହୋଇଥାଏ ।ଯଦି ପୁରୁଷମାନଙ୍କର ଡାହାଣ ଆଖି ଡେଇଁ ଥାଏ ତେବେ ଏହାକୁ ବହୁତ ହିଁ ଶୁଭ ମନାଯାଇଥାଏ । ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ଜୀବନରେ କିଛି ଖୁସି ଆସିବାକୁ ଯାଉଛି ।

ଯଦି ମହିଳା ମାନଙ୍କର ବାମ ଆଖି ଡେଇଁଥାଏ ତେବେ ଏହାକୁ ଅତ୍ୟନ୍ତ ହିଁ ଶୁଭ ବୋଲି ବିବେଚନା କରାଯାଇଥାଏ । ଯଦି ଝିଅ ମାନଙ୍କର ବାମ ଆଖିର ଚାରିପଟ ଡେଇଁଥାଏ ତେବେ ଏହା ବିବାହର ଯୋଗ ଆଣିଥାଏ । ସେହିଭଳି ଯଦି ପୁରୁଷମାନଙ୍କର ବାମ ଆଖି ଡେଇଁଥାଏ ତେବେ ଏହା ପୁରୁଷ ମାନଙ୍କ ଜୀବନରେ ଆନେକ କଷ୍ଟ ଆସିବାର ସୂଚନା ଆଗରୁ ହିଁ ଦେଇଥାଏ । ତେଣୁ ପୁରୁଷ ମାନଙ୍କ ବାମ ଆଖି ଡେଇଁବାକୁ ଅଶୁଭ ମାନା ଯାଇଥାଏ ।

ଯଦି ଆପଣ ମାନଙ୍କୁ ବାମ ଆଖି ଡେଇଁ ବାର ସଙ୍କେତ ମିଳେ ତେବେ ଆଗରୁ ହିଁ ସଚେତନ ରହିବା ଆବଶ୍ୟକ । ଏକା ସାଙ୍ଗରେ ବାମ ଏବଂ ଡାହାଣ ଆଖି ଡେଇଁବା ପୁରୁଷ ଓ ମହିଳାଙ୍କ ଉପରେ ସମାନ ପ୍ରଭାବ ପକାଇଥାଏ । ଯଦି ଆପଣ ଦୁଇ ଆଖି ଡେଇଁବାର ଅନୁଭବ କରନ୍ତି ତେବେ ଆପଣ ନିଜର ପୁରୁଣା ମିତ୍ରଙ୍କ ସହ ଭେଟ ହେବାର ସୁଯୋଗ ପାଇବେ ବୋଲି ଜାଣିଯିବେ ।

ଯଦି ପୁରୁଷ ମାନଙ୍କ ବାମ ଆଖିର ନାକର କୋଣ ପାଖରୁ ଡେଇଁଥାଏ ତେବେ ଏହା ଶୁଭ ହୋଇଥାଏ । ଏହା ସନ୍ତାନ ପ୍ରାପ୍ତିର ସଙ୍କେତ ଦେଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *