ଅକ୍ଷୟ ତୃତୀୟା ଦିନ ଘରକୁ ଆଣନ୍ତୁ ଏହି ଜିନିଷ, ଘରକୁ ଧାଇଁ ଆସିବେ ମା’ ଲକ୍ଷ୍ମୀ…. କରିବେ ଧନ ବର୍ଷା

ଅକ୍ଷୟ ତୃତୀୟ ପର୍ବ ବୈଶାଖ ମାସ ଶୁଳ୍କ ପକ୍ଷ ତୃତୀୟ ତିଥିରେ ପଡି ଥାଏ । ତେବେ ଅକ୍ଷୟ ର ଅର୍ଥ ହେଉଛି ଯାହାର କେବେବି କ୍ଷୟ ହୁଏ ନାହିଁ ବା ଯାହା କେବେ ସରେ ନାହିଁ । ତୃତୀୟା ର ଅର୍ଥ ଏହା ମାସର ତୃତୀୟ ଦିନ କୁ କୁହାଯାଇଥାଏ । ତେଣୁ ଏହାକୁ ଅକ୍ଷୟ ତୃତୀୟା ବୋଲି କୁହା ଯାଏ । ଏହୂ ଦିନ ଭଗବାନ ଶ୍ରୀ କୃଷ୍ଣ ଙ୍କର ଷଷ୍ଠ ଅଵତାର ପର୍ଶୁରାମଙ୍କର ଜନ୍ମ ହୋଇ ଥିଲା । ଏହି ଦିନ ମା ଗଙ୍ଗା ପୃଥିବୀ ପୃଷ୍ଠ ରେ ପାଦ ରଖିଥିଲେ ।

ଏହି ଦିନ ସତ୍ୟଯୁଗ, ଦ୍ଵାପର ଯୁଗ, ତ୍ରେତୟା ଯୁଗର ଆରମ୍ଭ ହୋଇ ଥିଲା । ଏହି ଦିନ ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ଦ୍ୱାରା ବହୁତ ଶୁଭ ହୋଇ ଥାଏ । ଏହି ଦିନ ଚାଷୀ ଭାଇ ମାନେ ଚାଷ ଜମିକୁ ପୂଜା କରି ସେଥିରେ ହାତରେ ମୁଠା କରି ଧାନ ନେଇ ବୁଣି ଥାଆନ୍ତି ।

ତେଣୁ ଏହି ଦିନ ଟି ଅତ୍ୟନ୍ତ ଶୁଭ ଅଟେ । ଏହାକୁ ଅକ୍ଷୟ ମୁଠି ମଧ୍ୟ କୁହଯାଏ । ଏହି ଦିନ ମା ଲଷ୍ମୀଙ୍କ ପୂଜା କରାଯାଇଥାଏ । ଅକ୍ଷୟ ତୃତୀୟା ଦିନ ଘରକୁ କିଛି ନୂଆ ଜିନିଷ ଆଣି ପୂଜା କରିବା ଅତ୍ୟନ୍ତ ଶୁଭ ମଣା ଯାଇ ଥାଏ । ଅନେକ ଲୋକ ବହୁତ ଛୋଟ ବଡ଼ ଜିନିଷ ଆଣି ଘରେ ପୂଜା କରିଥାନ୍ତି ।

ତେବେ ଏପରି ବି କୁହାଯାଏ କି ଏହି ଅକ୍ଷୟ ତୃତୀୟ ଦିନ ଆପଣ ଯେଉଁ କାର୍ଯ୍ୟ ଆରମ୍ଭ କରିବେ ତାହା କେବେବି କ୍ଷୟ ହୁଏ ନାହିଁ । ତେବେ ଅକ୍ଷୟ ତୃତୀୟା ଦିନ ଆପଣ କେଉଁ କେଉଁ ଜିନିଷ ଆଣିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସି ଥାଏ ତାହା ଆମେ ଆପଣଙ୍କ ଜଣାଇବୁ ।

ଅକ୍ଷୟ ତୃତୀୟା ଦିନ ଆପଣ ମା ଲଷ୍ମୀଙ୍କର ଚରଣ ସୁନା ବା ଚାନ୍ଦିର ଆଣି ପୂଜା କରିପାରିବେ । ଏହା ବହୁତ ଶୁଭ ହେବା ସହିତ ଘରେ ଧନ ବୃଦ୍ଧି କରିଥାଏ । ଏହା ଛଡା ଆପଣ ଧଳା କଉଡ଼ି ମଧ୍ୟ ଆଣି ଯଥା ରୀତି ଭାବେ ପୂଜା କରି ରଖି ପାରିବେ ।

ଅନେକ ଲୋକ ଏହି ଦିନ ମା ଲଷ୍ମୀଙ୍କର ପ୍ରତିମା ମଧ୍ୟ ଆଣି ଥାନ୍ତି ତେବେ ଏହା ମଧ୍ୟ ବହୁତ ଶୁଭ ହୋଇଥାଏ । ଯଦି ଆପଣ ଚାହିଁବେ ତ ମା ଲଷ୍ମୀଙ୍କର ପ୍ରତିମା ଆଣି ମଧ୍ୟ ପୂଜା କରି ସ୍ଥାପନା କରିପାରିବେ । ଏହା ଛଡା ଯଦି ଆପଣ ଏହି ଅକ୍ଷୟ ତୃତୀୟା ଦିନ ଦକ୍ଷିଣ ମୁଖୀ ଶଙ୍ଖ ଘରକୁ ଆଣିବେ ଓ ଏହାର ପୂଜା କରିବେ ଆପଣଙ୍କ ଘରେ ଧନ ବୃଦ୍ଧି ହୋଇଥାଏ ।

ଆପଣ ଏହି ଦିନ କିଛି ଏକ ଆଖି ଥିବା ନଡିଆ ଆଣିକି ମଧ୍ୟ ରଖୀ ପାରିବେ । ଏହା ମା ଲକ୍ଷ୍ମୀ ଙ୍କ ଅତି ପ୍ରିୟ ଅଟେ । ଏହି ଦିନ ତୁଳଶି ଗଛ ଲଗାଇବା ଭଲ ହୋଇ ଥାଏ । ଏହି ଦିନ ଆପଣ କିଛି ସୁନା କିମ୍ବା ଶୁଭ ହୋଇ ଥାଏ ଏହାକୁ ପୂଜା କରିବା ପରେ ଆପଣ ଏହାକୁ ସମ୍ଭାଳିକି ରଖିବେ ଏହା ଭଲ ହୋଇ ଥାଏ ।

Leave a Reply

Your email address will not be published. Required fields are marked *