ଆଲମାରୀରେ ଭୁଲରେ ବି ରଖନ୍ତୁ ନାହିଁ ଏହି 4ଟି ଜିନିଷ ନଚେତ ଧୀରେ ଧୀରେ ହୋଇଯିବ ଭଣ୍ଡାର ଶୂନ୍ୟ- Vaastu Tips

ନମସ୍କାର ବନ୍ଧୁଗଣ, ଘରର ଆଲମାରୀ ଟଙ୍କା ରଖିବା ସ୍ଥାନ ହୋଇଥାଏ । କିନ୍ତୁ କିଛି ଲୋକ ଜାଗାର ଅଭାବ ହେତୁ ବହୁତ ଜିନିଷ ଆଲମାରି ଭିତରେ ରଖି ଦେଇଥାନ୍ତି । ତେବେ ଆପଣ କଣ ଜାଣିଥାନ୍ତି କେଉଁ ଜିନିଷ ରଖିବା ଉଚିତ ଏବଂ କେଉଁ ଜିନିଷ ରଖିବା ଅନୁଚିତ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆଲମାରୀରେ କେଉଁ ୪ଟି ଜିନିଷ ରଖିବା ଦ୍ଵାରା ଆପଣଙ୍କ ଜୀବନରେ ପଇସାର ଅଭାବ ଦେଖା ଦେଇଥାଏ ଆପଣ ସମ୍ପୂର୍ଣ ଗରିବ ହୋଇଯାଇଥାନ୍ତି ।

ପ୍ରଥମ: ମଇଳା କପଡା କେବେ ମଧ୍ୟ ଆଲମାରୀ ଭିତରେ ରଖନ୍ତୁ ନାହିଁ । ଆପଣ ଘରର ଆଲମାରୀ ଭିତରେ ସବୁବେଳେ ସଫା ସୁତୁରା କପଡା ବା ଡ୍ରେସ ଇତ୍ୟାଦି ରଖିବା ଉଚିତ । ମଇଳା କପଡା ଆଲମାରୀରେ ରହିବା ଦ୍ଵାରା ଆପଣଙ୍କ ଜୀବନ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏହି ଖରାପ ଆପଣଙ୍କ ଆଲମାରୀରେ ରହିଥିବା ପଇସା ଉପରେ ମଧ୍ୟ ପଡିଥାଏ । ଏହା ଫଳରେ ଆପଣଙ୍କ ପଇସା ବହୁତ ଖର୍ଚ ହେବାକୁ ଲାଗିଥାଏ । ଆପଣ ଚାହିଁଲେ ମଧ୍ୟ ସଞ୍ଚୟ କରିପାରନ୍ତି ନାହିଁ ।

ଦିତୀୟ: ଚିରା ଫଟା କପଡା ବା ଡ୍ରେସ କେବେ ମଧ୍ୟ ନିଜ ଆଲମାରୀରେ ରଖନ୍ତୁ ନାହିଁ । କିଛି ଲୋକ ଚିରା ଫଟା କପଡା ଆଲମାରୀ ଭିତରେ ସେମତି ଅନେକ ଦିନ ଧରି ପଡି ରହିବାକୁ ଦେଇଥାନ୍ତି । ଅନେକ ଦିନର ପୁରୁଣା କପଡାକୁ ମଧ୍ୟ ଟଙ୍କା ରଖୁଥିବା ଆଲମାରି ମଧ୍ୟରେ ରଖନ୍ତୁ ନାହିଁ ।

ତୃତୀୟ: ଘରର ଅଲାମାରୀକୁ ସବୁବେଳେ ସଫା ସୁତୁରା କରି ରଖିବା ଦରକାର । ଆଲମାରୀରେ ଧୁଳି ଜମିବା ପାଇଁ ଦେବା ଉଚିତ ହୋଇନଥାଏ । ବୁଢିଆଣୀ ଜାଲ ମଧ୍ୟ ହେବାକୁ ଦିଅନ୍ତୁ ନାହିଁ । ଆପଣ ନିହାତି ଭାବରେ ଜାଣିଥିବେ କି ମା ଲକ୍ଷ୍ମୀ ପରିଷ୍କାର ସ୍ଥାନରେ ରହିଥାନ୍ତି ।

ତେଣୁ ଯଦି ଆପଣ ଟଙ୍କା ରଖୁଥିବା ଆଲମାରୀକୁ ଅପରିଷ୍କାର କରି ରଖିବେ ତେବେ ଲକ୍ଷ୍ମୀଙ୍କ କୋପ ଦୃଷ୍ଟି କାରଣରୁ ଆପଣଙ୍କ ଜୀବନରେ ଟଙ୍କା ପଇସାର ଅଭାବ ହେବାକୁ ଲାଗିଥାଏ । ତେଣୁ ଆପଣ ସର୍ବଦା ଆପଣଙ୍କ ଘରର ପରିଷ୍କାର କରିବା ଉପରେ ଧ୍ୟା ଦେବା ଜରୁରୀ । ନଚେତ ଦାରିଦ୍ରତା ଆସିପାରେ ଆପଣଙ୍କ ଜୀବନରେ ।

ଚତୁର୍ଥ: ଆପଣ ଆଲମାରୀ ଭିତରେ ପଇସା ରଖିଥିବା ସ୍ଥାନର ଆଖ ପାଖରେ କୌଣସି କଳା ରଙ୍ଗର ବସ୍ତୁ ବା ଡ୍ରେସ ଇତ୍ୟାଦି ରଖନ୍ତୁ ନାହିଁ । କଳା ରଙ୍ଗର ପର୍ସରେ କେବେ ମଧ୍ୟ ପଇସା ରଖିବା ଉଚିତ ହୋଇନଥାଏ । କଳା ରଙ୍ଗ ପଇସା ବଢାଇବା ବଦଳରେ ଘଟାଇବାର କାର୍ଯ୍ୟ କରିଥାଏ । କାରଣ କଳା ରଙ୍ଗ ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ବେଶି ରହିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *