ଅଳତା ଏହିପରି ଲଗାଇଲେ ଗୃହକୁ ଆସିଥାଏ ଧନ ଓ ବଢିଥାଏ ସ୍ଵାମୀର ଆୟୁଷ

ନାରୀ ମାନଙ୍କର ୧୬ ଶୃଙ୍ଗାର ମଧ୍ୟରୁ ସବୁଠାରୁ ସୁନ୍ଦର ଶୃଙ୍ଗାର ହେଉଛି ଅଳତା । ଏହି ଅଳତା କେବଳ ଶାସ୍ତ୍ର ଅନୁସାରେ ନୁହେଁ ବୈଜ୍ଞାନିକ ଅନୁସାରେ ମଧ୍ୟ ଲଗାଇବା ଦ୍ୱାରା ବହୁତ ଲାଭ ମିଳିଥାଏ ।  ମା ଲଷ୍ମୀଙ୍କ ପାଦ ରେ ଲାଗିଥିବା ଅଳତା ଏହା ର ଅନ୍ୟନାମ ହେଉଛି ରକ୍ତ ଚରଣ ।  ଆଗରୁ ଆପଣ ଜାଣିଥିବେ ପୌରାଣିକ ସମୟରେ ସବୁ ଦେବୀ ମାନ୍ନେ  ସର୍ବଦା ପାଦ ରେ ଅଳତା ପରିଧାନ କରି ଥାନ୍ତି । ତେବେ କୁମାରୀ ଝିଅ ମାନେ ଅଳତା ପରିଧାନ କରିଲେ ତାଙ୍କୁ ମା ଗୌରୀଙ୍କ ସ୍ୱରୂପ କୁହା ଯାଏ ।

ନାରୀମାନେ ଅଳତା ପରିଧାନ କଲେ ତାହାକୁ କୁହା ଯାଏ ଗୃହଲଷ୍ମୀ। ଅଳତା ପରିଧାନ କରିବା ଦ୍ୱାରା ମା ଲଷ୍ମୀ ବହୁତ ସନ୍ତୁଷ୍ଟ ହୋଇଥାନ୍ତି । ତେବେ ଅଳତା ସାଧାରଣତଃ ନାରୀ ମାନେ କୌଣସି ପୂଜା, ପର୍ବାଣୀ ବା କୌଣସି ଶୁଭ କାର୍ଯ୍ୟ ସମୟରେ ଲଗାଇଥାନ୍ତି ।

କିନ୍ତୁ ଅଳତା ପ୍ରତେକ ଦିନ ଲଗାଇବା ଉଚିତ । କାରଣ ରାହିଁ ଗ୍ରହ ସର୍ବଦା ଘରେ କ୍ଳେଶ, ଦାରିଦ୍ରତା ଆଣିଥାଏ ତେଣୁ ରାହୁ ଗ୍ରହ କେବଳ ମା ଲଷ୍ମୀଙ୍କର ଚରଣ ଦେଖିଲେ ଶାନ୍ତ ହୋଇ ଥାଏ ରାହୁ ଗ୍ରହ ର ପ୍ରିୟ ହେଉଛି ନାଲି ରଙ୍ଗ । ତେଣୁ ଘରର ସବୁ ମହିଳାଙ୍କୁ ଅଳତା ଲଗାଇବା ଉଚିତ ।

ଅଳତା ଲଗାଇବା ଦ୍ୱାରା ପାଦ ଜନିତ ସମସ୍ୟା ଯେପରିକି ପାଣି ଖାଇଯିବା, ଗୋଡ଼ ଫାଟିବା ଭଳି ରୋଗ ଭଲ ହୋଇଥାଏ । ଅଳତା ଲଗାଇବା ଦ୍ୱାରା ମା ଲଷ୍ମୀ ଅନେକ ପ୍ରସନ୍ନ ହୋଇ ଥାନ୍ତି ।  ଘରର ବୋହୁ ସକାଳୁ ଉଠି ନିଜର ନିତ୍ୟ କର୍ମ ସାରି ନିଜର ଶାଶୁ, ନଣନ୍ଦ ଆଦିଙ୍କୁ ଅଳତା ଲଗା ଇବା ଅତ୍ୟନ୍ତ ଶୁଭ ହୋଇ ଥାଏ ।

ଅଳତା ଏକ ପବିତ୍ର ଜିନିଷ ଅଟେ । ତେଣୁ ଏହାକୁ ସର୍ବଦା ପବିତ୍ର ଓ ସ୍ୱଚ ଥିବା ସମୟରେ ଲଗାଇବା ଉଚିତ ।  ନାରୀ ମାନଙ୍କର ମାସିକ ଧର୍ମ ଚାଲିଥିବା ସମୟରେ ଅଳତା ଲଗାଇବା ଉଚିତ ନୁହେଁ  ।  ଯେତେ ବେଳେ ଘରେ ଅଶୁଦ୍ଧି କାର୍ଯ୍ୟ ହୋଇ ଥାଏ ତେବେ ବାରିକ ଆସି ଅଳତା ଲଗାଇ ଥାଆନ୍ତି ।

ଏହାର ଅର୍ଥ ଏହା ପବିତ୍ର ହୋଇ ଥିବା ରୁ ଆପଣଙ୍କର ଅଶ୍ୱଚତା ଦୂର ହୋଇ ଥାଏ ।  ଅଳତା ଲଗାଇବା ଦ୍ୱାରା ମା ଲଷ୍ମୀଙ୍କ କୃପା ମଧ୍ୟ ମିଳି ଥାଏ । ଆପଣ ଯଦି ବୁଧବାର ରାତି ଓ ଗୁରୁବାର ସକାଳ ହେଉଥିବା ସମୟକୁ ବ୍ରହ୍ମ ମୁହୂର୍ତ୍ତ କୁହନ୍ତି ।

ଏହି ବ୍ରହ୍ମପୁର ମୁହୂର୍ତ୍ତ ରେ ଆପଣ ନିଜର ଦ୍ୱାର ବା ପୂଜା ଘରେ ଯଦି ଅଳତା ରେ ମା ଲଷ୍ମୀଙ୍କ ପାଦ ର ଝୋଟି ପକାଇବେ ଏଥିରେ ଦୁବ ଓ ବରକୋଳି ପତ୍ର ଦେଇ ପୂଜା କରିବେ ।  ମା ଲଷ୍ମୀ ପ୍ରସନ୍ନ ହୋଇଥାନ୍ତି ।  ଘରର ଦ୍ୱାର ବନ୍ଧ ରେ ବସି କେବେବି ଅଳତା ଲଗାଇବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *