ଆପଣ ବାସୀ ମୁହଁରେ ପାଣି ପିଉଛନ୍ତି କି, ତେବେ ପଢନ୍ତୁ ଏହି ଖବର – Baba Ramdev Health Tips

ବନ୍ଧୁଗଣ ଆଜି ଆମେ ଏକ ମହତ୍ବପୂର୍ଣ୍ଣ ବିଷୟ ବସ୍ତୁ ଉପରେ ଆଲୋଚନା କରିବା । ଯାହା ଦ୍ୱାରା ଆମେ ଜାଣିପାରିବା ସକାଳ ସମୟରେ ବାସୀ ମୁହଁରେ ପାଣି ପିଇବା ଦ୍ଵାରା ଆମ ଶରୀରରେ କଣ ହୋଇଥାଏ । ବନ୍ଧୁଗଣ ପାଣି ଆମ ଜୀବନ ପାଇଁ ବହୁତ ଜରୁରୀ ହୋଇଥାଏ ।

କିନ୍ତୁ ଆମେ ବାସୀ ମୁହଁରେ ଯଦି ପାଣି ପିଇଥାଉ ତା ହେଲେ ଆମେ ମୁହଁରେ ଥିବା ବାସୀ ଲାଳ ଆମ ପେଟକୁ ଯାଇଥାଏ ଏବଂ ଏହା ଆମକୁ ଅନେକ ରୋଗରୁ ବଞ୍ଚାଇ ଥାଏ । ବନ୍ଧୁଗଣ ଆମ ପାଟିରେ ହେଉଥିବା ଲାଳ ଏପରି ଏକ ତରଳ ପଦାର୍ଥ ଅଟେ ଯାହା ଆନ୍ଟିସେପ୍ଟିକ ପରି କାମ ଦେଇଥାଏ । ପାଣି ଆପଣ ମାନଙ୍କ ଚର୍ମରେ ଅନେକ ରୋଗକୁ ଦୂର କରିଥାଏ ।

୧. ବନ୍ଧୁଗଣ ସକାଳ ସମୟରେ ବାସୀ ମୁହଁରେ ଦୁଇ ଗ୍ଳାସ ପାଣି ପିଇବା ଦ୍ଵାରା ଶରୀର ମଧ୍ୟରେ ଥିବା ଅଙ୍ଗ ଗୁଡିକ ଆକ୍ଟିଭ ହୋଇଯାନ୍ତି ଏବଂ ଆପଣଙ୍କ ଚେହେରାରେ ଗ୍ଲୋ ଆସିଥାଏ । ଏହା ସହିତ ଶରୀରରେ ଥିବା ସମସ୍ତ ବିଷାକ୍ତ ପଦାର୍ଥ ସଫା ହୋଇ ଯାଇଥାଏ । ଯାହା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ ।

୨. ବନ୍ଧୁଗଣ ରାତିରେ ଶୋଇବା ସମୟରେ ଗୋଟେ ଗ୍ଳାସ ପାଣି ପିଇବା ଦ୍ଵାରା ହାର୍ଟଆଟାକ ପରି ସମସ୍ୟା ଦୂର ହୋଇଥାଏ । ଶୋଇବା ପୂର୍ବରୁ ପାଣି ପିଇବା ଦ୍ଵାରା ଶରୀରର ତାପମାତ୍ରା ଠିକ ରହିଥାଏ ଏବଂ ଏହା ହାର୍ଟଟାକ ଠାରୁ ବଞ୍ଚାଇ ଥାଏ ।

୩. ବନ୍ଧୁଗଣ ଗାଧୋଇବା ପୂର୍ବରୁ ଯଦି ଆପଣ ଗୋଟେ ଗ୍ଳାସ ପାଣି ପିଇବେ ତା ହେଲେ ଆପଣ ଉଚ୍ଚରକ୍ତ ଚାପ ପରି ସମସ୍ଯା ଠାରୁ ମୁକ୍ତି ପାଇ ପାରିବେ । ଯଦି କାହାର ଉଚ୍ଚ ରକ୍ତ ଚାପ ଆଦି ସମସ୍ୟା ରହୁଛି ତା ହେଲେ ସେମାନଙ୍କୁ ମଧ୍ୟ ଏହାର ନିର୍ଦେଶ ଦିଅନ୍ତୁ ।

୪. ବନ୍ଧୁଗଣ ଯଦି ଆପଣ ସନ୍ଧ୍ୟା ସମୟରେ ଜଳଖିଆ କରୁଛନ୍ତି ତା ହେଲେ ତାହା ପୂର୍ବରୁ ନିଶ୍ଚୟ ଗୋଟେ ଗ୍ଳାସ ପାଣି ପିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଦୁଇଟି ଫଳ ମିଳିବ । ପ୍ରଥମଟି ହେଉଛି ପାଣି ପିଇବା ଦ୍ଵାରା ଆପଣ ଅଧିକ ଜଳଖିଆ କରିପାରିବେ ନାହିଁ । ଯାହା ଦ୍ୱାରା ଆପଣ ମୋଟାପଣର ଶିକାର ହେବେ ନାହିଁ ।

ଏହାର ଦ୍ଵିତୀୟ ଫଳ ହେଉଛି ଆପଣ ଯାହା ଖାଉଛନ୍ତି ତାହା ନିଶ୍ଚୟ ତେଲରେ ତିଆରି ହୋଇଥିବ । ଯଦି ଆପଣ ଖାଇବା ପୂର୍ବରୁ ଗୋଟେ ଗ୍ଳାସ ପାଣି ପିଇବେ ତେବେ ଆପଣଙ୍କର ଖାଦ୍ୟ ମଧ୍ୟ ହଜମ ହୋଇଯିବ ଓ ଆପଣ ସୁସ୍ଥ ରହିବେ ।

୫. ଯଦି ଆପଣ ଘରେ କିମ୍ବା ଅଫିସରେ ଚିନ୍ତାରେ ରହୁଛନ୍ତି ତା ହେଲେ ଆପଣ ଦୁଇ ଗ୍ଳାସ ପାଣି ପିଇ ଦିଅନ୍ତୁ । ଏହା ଆପଣ ମାନଙ୍କର ମୁଣ୍ଡକୁ ଥଣ୍ଡା ରଖିବ ଏବଂ ଆପଣ ଆରାମ ଅନୁଭବ କରିବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *