ଆପଣଙ୍କ ହାତରେ ଅଛିକି M ଚିହ୍ନ? ଥରେ ନିଶ୍ଚୟ ଦେଖନ୍ତୁ- Hasta Rekha Shastra

ଆମ ଜ୍ୟୋତିଷ ଶାସ୍ତ୍ର ରେ ଅନେକ ଜିନିଷ ଅଛି ଯାହା ଦ୍ୱାରା ଆମେ ଆମ ବ୍ୟକ୍ତିତ୍ୱ ବା ନିଜ ବିଷୟରେ କିଛି କଥା ଜାଣି ଥାଉ । ଯେମିତି କି ଜାତକ, ରାଶି, କପାଳ ରେଖା, ନାମର ପ୍ରଥମ ଅକ୍ଷର ଓ ହାତ ର ରେଖା । ଆମ ହାତରେ ଅନେକ ପ୍ରକାରର ରେଖା ମାନ ସବୁ ରହି ଥାଏ । ଯେମିତି ଭାଗ୍ୟ ରେଖା, ଜୀବନ ରେଖା, ଲଭ ଲାଇଫ ରେଖା, କ୍ୟାରିୟର ରେଖା । ତେବେ ଏହି ସବୁ ରେଖା ମିଶି କରି ଆମ ହାତ ରେ କିଛି ଇଂରାଜୀ ଅକ୍ଷର ଲୁଚି ରହି ଥାଏ ।

ତେବେ ସେହି ଅକ୍ଷରର ସବୁ ର ଅର୍ଥ ଜାଣିବା ନିହାତି ଆବଶ୍ୟକ । ତେବେ ଏହି ଭଳି ଇଂରାଜୀ ଅକ୍ଷର ର “m” ଅକ୍ଷର ଯେଉଁ ମାନଙ୍କ ହାତ ର ରେଖା ରେ ଦେଖା ଯାଇ ଥାଏ ତେବେ ସେମାନ ଙ୍କ ବିଷୟରେ ଆଜି ଆମେ ଜାଣିବା ।

ଯେଉଁ ବ୍ୟକ୍ତିଙ୍କ ର ହାତ ରେ ଇଂରାଜୀ ଅକ୍ଷର ର “m” ଅକ୍ଷର ଦେଖା ଯାଇ ଥାଏ ସେମାନେ ବହୁତ ଭଲ ବିଜନେସ ପାର୍ଟନର ହୋଇଥାନ୍ତି । ତେବେ ଏହା ଛଡା ଏହି ଲୋକ ମାନେ ବହୁତ ଭଲ ଜୀବନ ସାଥି ମଧ୍ୟ ହୋଇ ଥାନ୍ତି ।

ଏହି ରେଖା ଥିବା ଲୋକ ମାନଙ୍କୁ ଯଦି ଆପଣ ଭଲ ପାଉ ଥାନ୍ତି ତେବେ କେବେବି ଏମାନଙ୍କୁ ମିଛ କହିବେ ନାହିଁ । ଏମାନେ ବହୁତ ଜଲ୍ଦି ମିଛ ଧରି ନେଇ ଥାନ୍ତି । ଏମାନଙ୍କ ଧନ ଅର୍ଜନ କରିବା ରେ ବହୁତ ଭଲ ବିଚାର ରହି ଥାଏ ।

ଏହି “M” ଅକ୍ଷର ର ଯଦି ଆପଣଙ୍କ ଡାହାଣ ହାତ ରେ ରହି ଥାଏ ତେବେ ଏହା ବହୁତ ଶୁଭ ହୋଇ ଥାଏ । ଏହି ଅକ୍ଷରର ଥିବା ଲୋକ ମାନେ ଦେଖିବାକୁ ମଧ୍ୟ ବେଶ ସୁନ୍ଦର ହୋଇ ଥାନ୍ତି । ଏମାନଙ୍କୁ ଭଗବାନ କୌଣସି ମହତ କାର୍ଯ୍ୟ ପାଇଁ ପୃଥିବୀ ପୃଷ୍ଟ ପଠାଇ ଥାନ୍ତି ।

ଏହି ଲୋକମାନେ ଭଗବାନଙ୍କର ବେଶ ପ୍ରିୟ ହୋଇ ଥାନ୍ତି । ଏହି ଲୋକ ମାନେ ବହୁତ ବିଶ୍ୱାସୀ ହୋଇ ଥାନ୍ତି । ଏମାନେ ବହୁତ ପରିଶ୍ରମୀ ଓ ଦୟାଳୁ ହୋଇଥାନ୍ତି । ଏହି ଅକ୍ଷରର ରେଖା ବହୁତ କମ ଲୋକଙ୍କ ହାତ ରେ ଦେଖା ଯାଇ ଥାଏ ।

କିନ୍ତୁ ଯାହାଙ୍କ ହାତରେ ଦେଖା ଦେଇ ଥାଏ ସେମାନେ ବହୁତ ଭାଗ୍ୟବାନ ହୋଇ ଥାନ୍ତି । ଏହି ଅକ୍ଷରର ଥିବା ଲୋକମାନେ ବହୁତ ଶାନ୍ତ ସ୍ଵଭାଵ ର ହୋଇ ଥାନ୍ତି । ଏମାନେ ଯାହାକୁ ବି ଭଲ ପାଇଥାନ୍ତି କେବେବି ତାଙ୍କୁ ଧୋକା ଦିଅନ୍ତି ନାହିଁ । ଏମାନେ କେବେବି କୌଣସି କାର୍ଯ୍ୟ କରି ବାକୁ ଯଦି ମନସ୍ଥ କରି ଦିଅନ୍ତି ତେବେ ସେହି କାର୍ଯ୍ୟ ପୂର୍ଣ କରି ଥାନ୍ତି ।

Leave a Reply

Your email address will not be published. Required fields are marked *