ଆସୁଅଛି ସୂର୍ଯ୍ୟ ଗ୍ରହଣ (25 October) 5ଟି ରାଶି ହୋଇଯାନ୍ତୁ ସାବଧାନ !

ନମସ୍କାର ବନ୍ଧୁଗଣ, ସୂର୍ଯ୍ୟ ଗ୍ରହଣ ଲାଗିବାର ପ୍ରଭାବ ସର୍ବଦା କିଛି ରାଶି ଉପରେ ପଡିଥାଏ । ତେବେ କିଛି ରାଶି ଉପରେ ଏହି ସୂର୍ଯ୍ୟ ଗ୍ରହଣ ଖରାପ ପ୍ରଭାବ ପକାଇଥାଏ ତ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ଆଜି ଆମେ ଆପଣମାନଙ୍କୁ ଜଣାଇବାକୁ ଯାଉଛୁ କି ଆସୁଥିବା ସୂର୍ଯ୍ୟ ଗ୍ରହଣ ୫ଟି ରାଶିର ଲୋକଙ୍କ ଉପରେ ଶୁଭ ପ୍ରଭାବ ପକାଇବ ବା ଅଶୁଭ । ତେଣୁ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ସମ୍ପୂର୍ଣ ଭାବରେ ।

ବୃଷ ରାଶି: ୨୫ ଅକ୍ଟୋବରରେ ଲାଗୁଥିବା ଗ୍ରହଣରେ ନିଜର ସ୍ଵାସ୍ତର ଧ୍ୟାନ ରଖନ୍ତୁ । ନିଜର ଚିନ୍ତା ଧାରାକୁ ସକାରାତ୍ମକ ରଖନ୍ତୁ । ପୂଜା ପାଠ, ଜପ ତପ ଇତ୍ୟାଦି ନିୟମିତ ଭାବେ କରିବାର ଅଭ୍ୟାସ ରଖନ୍ତୁ । ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ମିଥୁନ ରାଶି: ଏହି ରାଶିର ଲୋକଙ୍କୁ ସୂର୍ଯ୍ୟ ଗ୍ରହଣ ସମୟରେ ଯାତ୍ରା କରିବା ବେଳେ ଅଧିକ ସାବଧାନ ରହିବାକୁ ପଡିବ ।

ଚାକିରି ଏବଂ ବ୍ୟାପାର ବାଣିଜ୍ୟରେ କିଛି ନା କିଛି ବାଧା ଆସିପାରେ । ଆପଣଙ୍କୁ ଏହି ସମୟରେ ଚିନ୍ତା ବିଚାର କରି ସମସ୍ତ କାର୍ଯ୍ୟ କରିବାକୁ ପଡିବ । ଆର୍ଥିକ କ୍ଷତି ହେବାର ଯୋଗ ମଧ୍ୟ ରହିଛି । କନ୍ୟା ରାଶି: ଜୋତିଶ ଶାସ୍ତ୍ର ଅନୁଯାୟୀ କନ୍ୟା ରାଶିର ବ୍ୟକ୍ତି ଏହି ସମୟରେ ବିଦେଶ ବ୍ୟାପାର ସହିତ ଜଡିତ ଥିବା ଲୋକଙ୍କୁ ଅଧିକ ସାବଧାନ ରହିବାକୁ ପଡିବ ।

କିଛି ବଡ ଯୋଜନାରୁ ଆପଣ ବଞ୍ଚିତ ହୋଇପାରନ୍ତି । ଏହି ସମୟରେ ଅଧିକ ଖର୍ଚର ଯୋଗ ରହିଛି । କୌଣସି ପ୍ରକାର ନିବେଶରୁ ଆପଣ ସାବଧାନତାର ସହ କାର୍ଯ୍ୟ କରନ୍ତୁ । ଅର୍ଥ ଜନିତ ଦିଆ ନିଆ କାର୍ଯ୍ୟରେ ଟିକେ ସତର୍କ ରୁହନ୍ତୁ । କାହାକୁ ଉଧାର ଦେବା ସମୟରେ ଆପଣ ବହୁତ ଭାବି ଚିନ୍ତି ଦିଅନ୍ତୁ । ତୁଳା ରାଶି: ଏହି ସୂର୍ଯ୍ୟ ଗ୍ରହଣର ପ୍ରଭାବ ସବୁଠାରୁ ବେଶି ତୁଳା ରାଶିରେ ହିଁ ପଡିବାକୁ ଯାଉଛି ।

ଆର୍ଥିକ ଦିଆ ନିଆ କାର୍ଯ୍ୟରୁ ସମ୍ପୂର୍ଣ ଭାବେ ନିବୃତ ରୁହନ୍ତୁ । ପ୍ରତ୍ୟକ କ୍ଷେତ୍ରରେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ । ଆପଣଙ୍କ ଦ୍ଵାରା ଏହି ସମୟରେ କୌଣସି ଭୁଲ ନିରଣୟ ହୋଇପାରେ । ତେଣୁ ଅନ୍ୟ କାହାର ପରାମର୍ଶ ଗ୍ରହଣ କରିବା ଆପଣଙ୍କ ପାଇଁ ଠିକ ରହିବ । ବିଛା ରାଶି: ଗ୍ରହଣ ସମୟରେ ଆପଣଙ୍କର ଆୟ କମେଇବାର କ୍ଷମତା କମିପାରେ । ସମସ୍ତ ଝଗଡାରୁ ନିବୃତ ରହିବା ପାଇଁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ଏହି ସମୟରେ ଧନ ସମ୍ବନ୍ଧୀୟ ଡିସିସନ ନେବାରୁ ବଞ୍ଚନ୍ତୁ । କୌଣସି ବଡ ଧରଣର ନିବେଶ କରନ୍ତୁ ନାହିଁ । ବିଶେଷ ଭାବରେ ନିଜ ଦେହର ଯତ୍ନ ନିଅନ୍ତୁ ଏହି ସମୟରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ବନ୍ଧୁଗଣ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *