ଅତ୍ୟନ୍ତ ଶୁଭ ହୋଇଥାଏ ଏହି 4ଟି ସ୍ଵପ୍ନ, ଭୁଲରେ ବି କୁହନ୍ତୁ ନାହିଁ କାହା ଆଗରେ- Swapna Shastra

ନମସ୍କାର ବନ୍ଧୁଗଣ, ଶୋଇଥିବା ଅବସ୍ଥାରେ ଦେଖୁଥିବା ସ୍ଵପ୍ନାର ମଧ୍ୟ ଅନେକ ଅର୍ଥ ରହିଛି । ଆମେ ଦେଖୁଥିବା ସ୍ଵପ୍ନ ମଧ୍ୟରୁ କିଛି ସ୍ଵପ୍ନ ଶୁଭର ସଙ୍କେତ ହୋଇଥାଏ ଆଉ କିଛି ସ୍ଵପ୍ନ ଅଶୁଭର ସଙ୍କେତ ହୋଇଥାଏ । ତେବେ ଆପଣ କିଭଳି ଜାଣିବେ ଆପଣ ଦେଖୁଥିବା ସ୍ଵପ୍ନ ଶୁଭ ନା ଅଶୁଭ ? ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ 4ଟି ସ୍ଵପ୍ନ ବିଷୟରେ ଯାହା ଆପଣଙ୍କୁ ଶୁଭ ସଙ୍କେତ ଦେଇଥାଏ ।

ପ୍ରଥମ: ଯଦି ଆପଣ ଶୋଇବା ସମୟରେ ନିଜ ମୃତ୍ୟୁ ବିଷୟରେ ସ୍ଵପ୍ନ ଦେଖନ୍ତି ତେବେ ଏହାକୁ ଆପଣ ଅନ୍ୟ ମାନଙ୍କ ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ । କାରଣ ଏହି ସ୍ଵପ୍ନ ବହୁତ ଶୁଭ ହୋଇଥାଏ । ଏହାର ଅର୍ଥ ହୋଇଥାଏ ଆପଣଙ୍କର ବହୁତ ବଡ ସମସ୍ୟା ଦୂର ହେବାକୁ ଯାଉଛି । ଆପଣଙ୍କ ଜୀବନରୁ ଦୁଃଖ ସବୁର ଅନ୍ତ ହେବାକୁ ଯାଉଛି । ଅନ୍ୟ ମାନଙ୍କ ଆଗରେ ଦେଖୁଥିବା ସ୍ଵପ୍ନ ସମ୍ପର୍କରେ କହିବା ଦ୍ଵାରା ସ୍ଵପ୍ନର ପ୍ରଭାବ ନଷ୍ଟ ହୋଇଯାଏ ।

ଦିତୀୟ: ଯଦି ଆପଣ ସ୍ଵପ୍ନରେ ଦେଖନ୍ତି କି ଆପଣ କୌଣସି ଜଙ୍ଗଲରେ ବୁଲୁଛନ୍ତି । କିମ୍ବା କୌଣସି ନଦୀ ପାଖରେ ଏକା ବସିଥିବାର ଦେଖନ୍ତି ତେବେ ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି । ଆପଣ ବହୁତ ବଡ କାର୍ଯ୍ୟ ନିଜର ଦକ୍ଷତା ଦେଖାଇବା ପାଇଁ ଯାଉଛନ୍ତି ବୋଲି ଜାଣିଯିବେ । ତେଣୁ ଆପଣ ଦେଖୁଥିବା ସ୍ଵପ୍ନ ସମ୍ପର୍କରେ କାହା ଆଗରେ କୁହନ୍ତୁ ନାହିଁ । ନଚେତ  ଆପଣଙ୍କ ଖୁସି ଉପରେ ଅନ୍ୟ ମାନଙ୍କ ନଜର ଲାଗି ଯାଇଥାଏ ।

ତୃତୀୟ: ଯଦି ଆପଣ ଶୋଇଥିବା ସମୟରେ ଗାଈ ଏବଂ ବାଛୁରୀକୁ ଏକା ସାଙ୍ଗରେ ଚରୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ହୋଇଥାଏ କି ଆପଣ ଭବିଷ୍ୟତରେ ଧନବାନ ହେବାର ଯୋଗ ରହିଛି । ଯଦି ଆପଣ ଏହି କଥାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିଦେବେ ତ ଆପଣଙ୍କ ଆଶା ସବୁଦିନ ପାଇଁ ଆଶାରେ ହିଁ ରହିଯିବ । ତେଣୁ ଭୁଲରେ ମଧ୍ୟ ଆପଣ କାହା ଆଗରେ ଏହି ସ୍ଵପ୍ନ ବିଷୟରେ ପ୍ରକାଶ କରନ୍ତୁ ନାହିଁ ।

ଚତୁର୍ଥ: ଯଦି ଆପଣ ଶୋଇବା ସମୟରେ ସାପ ଦେଖନ୍ତି ତେବେ ବୁଝିଯିବେ ଆପଣଙ୍କ ଜୀବନରେ ମାନ ସମ୍ମାନର ବୃଦ୍ଧି ହେବାକୁ ଯାଉଛି । କିଛି ଲୋକ ସାପ ସ୍ଵପ୍ନକୁ ଦେଖି ଡରି ଯାଇଥାନ୍ତି । ଭାବିଥାନ୍ତି ସାପ ସ୍ଵପ୍ନ ଦେଖିବା ବହୁତ ବଡ ଅଶୁଭ ସଙ୍କେତ ହୋଇଥାଏ । କିନ୍ତୁ ଏହା ସମ୍ପୂର୍ଣ ଭୁଲ ଭାବନା ।

ସ୍ଵପ୍ନରେ ଠାକୁରଙ୍କୁ ଦେଖିବାର ଅର୍ଥ ଆପଣଙ୍କ ଜୀବନରେ ବହୁତ କିଛି ଭଲ ହେବାକୁ ଯାଉଛି । ଆପଣଙ୍କ ଜୀବନରେ ଅନେକ ଖୁସି ଆସିବାକୁ ଯାଉଛି । ଯାହା ଆପଣଙ୍କ ଜୀବନକୁ କଷ୍ଟ ମୁକ୍ତ କରିଦେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *