August 18 ପବିତ୍ର ଜନ୍ମାଷ୍ଟମୀ ପୂର୍ବରୁ ଘରକୁ ନେଇ ଅସନତୁ ଏହି 5ଟି ଚମତ୍କାରୀ ଜିନିଷ, ପୁରା ହେବ ସବୁ ମନୋକାମନା

ଚଳିତ ବର୍ଷ ଅଗଷ୍ଟ ୧୮ ତାରିଖରେ ପଡୁଅଛି ଜନ୍ମାଷ୍ଟମୀ । ଘରେ ଘରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମ ଉଶ୍ଚବ ପାଳନ କରାଯାଇଥାଏ । ଭାଦ୍ରବ ମାସର ଶୁକ୍ଳ ପକ୍ଷର ଅଷ୍ଟମୀ ତିଥିରେ ଭଗବାନ କୃଷ୍ଣଙ୍କର ଜନ୍ମ ହୋଇଥିଲା । ଏଥିପାଇଁ ପ୍ରତି ବର୍ଷ ଏହି ଦିନ ଭକ୍ତମାନେ ଭଗବାନ କୃଷ୍ଣଙ୍କର ଜନ୍ମ ଉଶ୍ଚବ ପାଳନ କରିଥାନ୍ତି । ଏହି ଦିନ କିଛି ଖାସ ଗୁପ୍ତ ଉପାୟ କରିବା ଦ୍ଵାରା ମନୁଷ୍ୟକୁ ସୁଖ, ସମୃଦ୍ଧି, ଧନ, ସଫଳତା, ମାନ, ସମାନ ପ୍ରାପ୍ତ ହୋଇଥାଏ । ଯେଉଁ ଲୋକ ସନ୍ତାନ ପ୍ରାପ୍ତି କରିବାକୁ ଚାହିଁଥାନ୍ତି ସେମାନେ ଏହି ବ୍ରତ କରିବା ଉଚିତ । ଆଜି ଆମେ ଆପଣଙ୍କୁ ଏମିତି କେଉଁ ଜିନିଷ ଆଣିବା ଦ୍ଵାରା ଧନ ସମ୍ପତିର ଅଭାବ ରୁହେ ନାହି ସେହି ବିଷୟରେ କହିବାକୁ ଯାଉଛୁ ।

୧- ଗାଈ ଓ ବାଛୁରି : ଜନ୍ମାଷ୍ଟମୀ ଦିନ ଭଗବାନ କୃଷ୍ଣଙ୍କ ପାଖରେ ରୂପର ଗାଈ ଓ ବାଚିରି ସ୍ଥାପିତ କରନ୍ତୁ । ଯଦି ରୁପାର ମୂର୍ତ୍ତି ଆଣିପାରିବେ ନାହି ତେବେ ମାଟିର ମୂର୍ତ୍ତି ଆଣିପାରିବେ । ଆର୍ଥିକ ସମସ୍ଯା ଲାଗି ରହିଥିଲେ ଜନ୍ମାଷ୍ଟମୀ ଦିନ ଗାଈ ଓ ବାଛୁରି ମୂର୍ତ୍ତି ଆଣିବା ଉଚିତ । ଏମିତି କରିବା ଦ୍ଵାରା ଆର୍ଥିକ ସମସ୍ୟା କମ ହେବା ସହ ସନ୍ତାନ ପ୍ରାପ୍ତି ମଧ୍ୟ ହୋଇଥାଏ ।

୨- କଇଁଛ : ଭଗବାନ କୃଷ୍ଣଙ୍କୁ କଇଁଛ ମାଳ ପିନ୍ଧା ଯାଇଥାଏ ଆପଣ ମାନେ ଦେଖିଥିବେ । ତେବେ ପବିତ୍ର ଜନ୍ମାଷ୍ଟମୀରେ ଭଗବାନ କୃଷ୍ଣଙ୍କୁ କଇଁଛ ମାଳ ଅର୍ପଣ କରିବା ବହୁତ ଖାସ ହୋଇଥାଏ । ପରେ ଆପଣ ଏହି ମାଳକୁ ନିଜେ ଧାରଣ କରିବା ସହ ସିନ୍ଧୁକରେ ହଳଦିଆ କନାରେ ବାନ୍ଧି ରଖିଲେ ଧନର ବୃଦ୍ଧି ହୋଇଥାଏ ।

୩- ଶଙ୍ଖ : ଯେଉଁ ଘରେ ଦକ୍ଷିଣାମୁଖୀ ଶଙ୍ଖ ରହିଥାଏ ସେଠାରେ କେବେ ବି ଧନ ସମ୍ପତିର ଅଭାବ ରୁହେ ନାହି ବୋଲି ମାନ୍ୟତା ରହିଛି । ଯେଉଁ ପରିବାରରେ ବିଧି ବିଧାନ ଅନୁଯାୟୀ ଏହି ଶଙ୍ଖ ସ୍ଥାପନ କରାଯାଏ ସେଠାରେ ନେଗେଟିଭ ଶକ୍ତି ବାସ କରେ ନାହି । ଜନ୍ମାଷ୍ଟମୀରେ ଏହି ଶଙ୍ଖରେ କ୍ଷୀରରେ ରଖି ଭଗବାନ କୃଷ୍ଣଙ୍କର ଅଭିଷେକ କରିଲେ ଶୁଭଦାୟକ ହୋଇଥାଏ ।

୪- ବଂଶୀ : ପବିତ୍ର ଜନ୍ମାଷ୍ଟମୀରେ ବଂଶୀ ନିଜ ଘରକୁ ଆଣନ୍ତୁ । କାରଣ ପ୍ରେମ ଓ ଶକ୍ତିର ପ୍ରତୀକ ହେଉଛି ବଂଶୀ ଯାହାକୁ ଭଗବାନ କୃଷ୍ଣ ନିଜ ପାଖରେ ରଖିଥାନ୍ତି । ବାସ୍ତୁ ଦୋଷ ଘରେ ଥିଲେ ବଂଶୀ ଘରକୁ ଆଣି ଭଗବାନ କୃଷ୍ଣଙ୍କ ପୂଜାରେ ଅର୍ପିତ କରି ପର ଦିନ ସକାଳୁ ଘରର ପୂର୍ବ ଦିଗରେ ଲଗାଇ ଦିଅନ୍ତୁ ।

୫- ଗୋମତୀ ଚକ୍ର : ପବିତ୍ର ଜନ୍ମାଷ୍ଟମୀରେ ଘରକୁ ଗୋମତୀ ଚକ୍ର ଆଣିଲେ ବ୍ୟବସାୟ, ଚାକିରିରେ ପ୍ରମୋସନ ମିଳିଥାଏ । ଜନ୍ମାଷ୍ଟମୀରେ ୧୧ଟି ଗୋମତୀ ଚକ୍ର ଆଣି ଲଡୁ ଗୋପାଳଙ୍କୁ ଅର୍ପଣ କରିଲେ ଆପଣଙ୍କ କାର୍ଯ୍ୟ ରେ ସଫଳତା ମିଳିଥାଏ । ତା ପରେ ସେହି ଚକ୍ର କୁ ଘରର ମୁଖ୍ୟ ଦ୍ଵାର, ଅଫିସ ବା ଦୋକାନରେ ହଳଦିଆ କପଡାରେ ଗୁଡାଇ ଝୁଲାଇ ଦିଅନ୍ତୁ । ଏମିତୀ କରିଲେ ଧନର ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *