ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ କଣ ଅଟେ ଆପଣଙ୍କ ସବୁଠୁ ବଡ କମଜୋରି

ପ୍ରତେକ ବ୍ୟକ୍ତିର ରାଶି ବ୍ୟକ୍ତି ବିଷୟରେ ଅନେକ କଥା ଦର୍ଶାଇଥାଏ । ଯେପରି କି ବ୍ୟକ୍ତିର ସ୍ବଭବା, ଚରିତ୍ର ବିଷୟରେ ରାଶି ଜରିଆରେ ଜଣା ପଡିଥାଏ । ରାଶି ଜରିଆରେ ବ୍ୟକ୍ତି ନିଜର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ପୂର୍ବରୁ ଜାଣିପାରେ । ଆଜି ଆମେ ଆପଣ ମାନଙ୍କୁ ୧୨ଗୋଟି ରାଶିର ବ୍ୟକ୍ତି ବିଶେଷଙ୍କର ସବୁଠାରୁ ଦୁର୍ବଳତା କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କର ଅନ୍ୟ ମାନଙ୍କ ସହ ଝଗଡା ଅଧିକ ହୋଇଥାଏ । ଏମାନେ ନିଜର ସତ ଖୋଲିଯିବା ଭୟରେ ଅନ୍ୟ ମାନଙ୍କୁ ଦୋଷ ଦେଇଥାନ୍ତି । ପ୍ରେମ ମାମଲାରେ ଏମାନେ ପଛରେ ରହିଥାନ୍ତି ।

ବୃଷ ରାଶି : ଏମାନଙ୍କର ସବୁଠାରୁ ବଡ ଦୁର୍ବଳତା ହେଉଛି କ୍ରୋଧ । ଏମାନେ ଅନେକ ସମୟରେ ରାଗ ଯୋଗୁ ନିଜର କ୍ଷତି କରିବା ସହ ଅନ୍ୟର କ୍ଷତି କରିଥାନ୍ତି । ଏମାନେ ନିଜର ଭୁଲ କେବେ ମାନନ୍ତି ନାହି ।

ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କର ସାହସ କମ ଥିବାରୁ କାମକୁ ଅଧରୁ ଛାଡି ଦେଇଥାନ୍ତି । ପ୍ରେମ ଜୀବନରେ ଏମାଙ୍କର ଗୋଟିଏ ନୁହେଁ ବରଂ ଅନେକ ଲୋକଙ୍କ ସହ ସମ୍ପର୍କ ରହିଥାଏ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ କଠୋର ହୋଇଥାନ୍ତି ଯାହା ପାଇଁ ଏମାନେ ଗୋଟିଏ ଜାଗାରେ ତିଷ୍ଠି ପାରନ୍ତି ଅନହି । ଏମାନେ ଅନ୍ୟର ଅପେକ୍ଷା କରିବାକୁ ପସନ୍ଦ କରନ୍ତି ନାହି ।

ସିଂହ ରାଶି : ଏହି ରାଶିର ଲୋକ ମାନେ ଲୋଭୀ ସ୍ଵଭାବର ହୋଇଥାନ୍ତି । ଏମାନେ ଆଜି ଅପେକ୍ଷା କାଲିର ଚିନ୍ତା କରିଥାନ୍ତି । ଏମାନେ ସହଜରେ ଅନ୍ୟ ଉପରେ ଭରସା କରିଥାନ୍ତି ।

କନ୍ୟା ରାଶି : ଏହି ରାଶିର ଲୋକ ମାନେ ସ୍ଵାର୍ଥୀ ହୋଇଥାନ୍ତି । କୌଣସି କଥାକୁ ଏମାନେ ବଢେଇ କହିବାକୁ ପସନ୍ଦ କରିଥାନ୍ତି । ନିଜର ତାରିଫ ଶୁଣିବାକୁ ଏମାନେ ପସନ୍ଦ କରିଥାନ୍ତି ।

ତୁଳା ରାଶି : ଏମାନେ ଭାବୁକ ହୋଇଥିବାରୁ ଅନେକ ସମୟରେ ଭାରି ପଡିଥାଏ । ଏମାନଙ୍କର ଅଧିକ ସମୟ ଚିନ୍ତାରେ କଟିଥାଏ ।

ବିଛା ରାଶି : ଏମାନଙ୍କୁ କୌଣସି କଥା ଖ-ରା-ପ ଲାଗିଲେ ଏହାକୁ ଧରିଥାନ୍ତି । ଏମାନେ ଅନ୍ୟ ଠାରୁ ପ୍ରତିଶୋଧ ନେବା ପାଇଁ ପଛାନ୍ତି ନାହି ।

ଧନୁ ରାଶି : ଏମାନେ ଖ-ରା-ପ କାମ ପ୍ରତି ଆକର୍ଷିତ ହୋଇଥାନ୍ତି । ଏମାନେ ଯାହା ଇଚ୍ଛା କରିଥାନ୍ତି ତାହା ହାସଲ କରିବାକୁ ଚେଷ୍ଟା କରିଥାନ୍ତି ।

ମକର ରାଶି : ଏମାନେ ସନ୍ଦେହ ଘେରରେ ରହିଥାନ୍ତି । ଏମାନେ ନିଜର ତାରିଫ ଶୁଣିବାକୁ ପସନ୍ଦ କରିଥାନ୍ତି । ସହଜରେ ଅନ୍ୟ ଉପରେ ଭରସା କରି ପରେ ଅନୁତାପ କରିଥାନ୍ତି ।

କୁମ୍ଭ ରାଶି : ଏମାନେ ଗୋଟେ ଜାଗାରେ ରୁହନ୍ତି ନାହି କି କୌଣସି ବ୍ୟକ୍ତି ଉପରେ ଆକର୍ଷିତ ହୁଅନ୍ତି ଅନହି । ଯଦି ଏମାନଙ୍କୁ କେହି ଠିକ ନ ଲାଗେ ତେବେ ଏମାନେ ସମ୍ପର୍କ ଭାଙ୍ଗି ଦେଇଥାନ୍ତି ।

ମୀନ ରାଶି : ଏମାନେ ସମସ୍ୟାରୁ ପଳାୟନ କରିଥାନ୍ତି । ଯେଉଁ ଏମାନେ ସେମାନଙ୍କୁ ମିଛ କହିଥାନ୍ତି ଏମାନେ ତାଙ୍କୁ ପସନ୍ଦ କରନ୍ତି ନାହି । ଏମାନେ ପରିସ୍ଥିତିକୁ ସମାନ ନ କରି ମିଛ କହିବାକୁ ଆଗେଇ ଆସିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *