ବାଛନ୍ତୁ ଶ୍ରୀ ଗଣେଶଙ୍କର ଗୋଟିଏ ନାମ ଓ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ !

ନମସ୍କାର ବନ୍ଧୁଗଣ, ଆମ ମନର ପସନ୍ଦ ହିଁ ଆମ ଜୀବନର ଚଳଣି ଏବଂ ବ୍ୟକ୍ତିତ୍ଵ ଜଣାଇବାରେ ସହାୟ ହୋଇଥାଏ । କାରଣ ମଣିଷର ମନରେ ରହିଥିବା ଇଚ୍ଛା ହିଁ ମଣିଷକୁ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହନ ଦେଇଥାଏ । ତେବେ ଏହାର ଅଧାରରେ ଆଜି ଆପଣ ମାନେ ନିଜ ପସନ୍ଦର ଗଣେଶଙ୍କର ଗୋଟିଏ ନାମ ବାଛି ଜାଣିବାକୁ ପାଇବେ ନିଜର ଆଗାମୀ ଭବିଷ୍ୟତ ବିଷୟରେ । ତେବେ ଆଉ ଡେରି ନକରି ବାଛନ୍ତୁ ଗଣେଶଙ୍କର ଏକ ନାମ ଏବଂ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ।

ଏକଦନ୍ତ: ଗଣେଶଙ୍କର ଏହି ନାମକୁ ବାଛିଥିବା ବ୍ୟକ୍ତି କିଛି ସମୟ ଧରି କୋଣସି ଖରାପ କର୍ମର ଫଳ ଭୋଗ କରୁଅଛନ୍ତି । କିନ୍ତୁ ଏବେ ଆପଣଙ୍କର ସେହି ସମୟ ଶେଷ ହେବ । ଆପଣଙ୍କ ରାଶିରେ ଗ୍ରହ ମାନଙ୍କର ଅବସ୍ଥିତି ଆପଣଙ୍କୁ ଏବେ ଖୁସି ପ୍ରଦାନ କରିବା ପାଇଁ ଯାଉଛନ୍ତି । ଆପଣ ବହୁତ ବିଦ୍ଵାନ ବ୍ୟକ୍ତି ଅଟନ୍ତି । ଧାର୍ମିକ କାର୍ଯ୍ୟରେ ନିଜର ମନ ନିବେଶ କରିଥାନ୍ତି ।

ସମସ୍ତ ନୀତି ନିୟମକୁ ମାନି ଆପଣ ଚାଲିଥାନ୍ତି । ଆପଣ ବହୁତ ସରଳ ସ୍ଵଭାବର ହୋଇଥାନ୍ତି । ଆପଣଙ୍କର ଏହି ସ୍ଵାଭାବର ଫାଇଦା କିଛି ଲୋକ ଉଠାଇଥାନ୍ତି । ଆପଣ ଜଣେ ସତ୍ୟବାନ ବ୍ୟକ୍ତି ହୋଇଥିବା ହେତୁ ଆପଣ ସମସ୍ତ ଅସୁବିଧାରୁ ସହଜରେ ମୁକୁଳିଯାଇଥାନ୍ତି ।

ଗଜାନନ: ଏହି ନାମକୁ ବାଛିଥିବା ବ୍ୟକ୍ତିଙ୍କ ଜୀବନରୁ ଏବେ ଦୁଃଖର ଦିନ ଶେଷ ହେବାକୁ ଯାଉଛି । ଆପଣ ନିଜ ଦୁଃଖକୁ ଛାତିରେ ଚାପି ସହିଜାଇଥାନ୍ତି । କିନ୍ତୁ କାହାରିକୁ କହିବା ପାଇଁ ଚାହିଁନଥାନ୍ତି । ଆପଣ ନିଜ ମନରେ ସବୁବେଳେ ଭବିଷ୍ୟତକୁ କିଛି ଯୋଜନା କରୁଅଛନ୍ତି । ଯାହା ଏବେ ବାସ୍ତବରରୂପ ନେବାକୁ ଯାଉଛି ।

କିନ୍ତୁ ଆପଣ କେବେ ହେଲେ ନିଜ ମନର ଯୋଜନା ସମ୍ପର୍କରେ କାହାକୁ କୁହନ୍ତୁ ନାହିଁ । ହରେଇଥିବା ଜିନିଷର କଥା ଭାବି ଅଯଥା ନିଜକୁ ବୃଥା କଷ୍ଟ ଦେବା ଅନୁଚିତ । ଆପଣଙ୍କୁ ଉଚିତ ସମୟରେ ଧନ,ସମ୍ପତ୍ତିର ଆଦି ଲାଭ ହେବ । ଆପଣ ଛୋଟ ଛୋଟ ପିଲାଙ୍କୁ କିଛି ମିଥା ଖାଦ୍ୟ ଖାଇବା ପାଇଁ ଦିଅନ୍ତୁ ଏହା ଆପଣଙ୍କୁ ଶୁଭ ଫଳ ଆଣିଦେବ ।

ଗଣପତି: ଯଦି ଆପଣ ଏହି ନାମକୁ ବାଛିଛନ୍ତି ତେବେ ଆପଣ ଆବଶ୍ୟକତା ଠାରୁ ବେଶି ଚିନ୍ତା କରିଥାନ୍ତି । କିନ୍ତୁ ଆପଣ ବେଳେ ବେଳେ ଏହାର ସୁଫଳ ମଧ୍ୟ ପାଇଥାନ୍ତି । ଆପଣ ସବୁବେଳେ ସୁରକ୍ଷିତ ଭାବରେ ରହିବା ପାଇଁ ପସନ୍ଦ କରିଥାନ୍ତି । ଅତ୍ୟଧିକ ବିପଦପୂର୍ଣ କାର୍ଯ୍ୟ କରିବା ପାଇଁ ଆପଣ ସାହସ କରନ୍ତି ନାହିଁ ।

କିନ୍ତୁ ଆପଣ ଯେଉଁ ଭି କାର୍ଯ୍ୟ କରିଥାନ୍ତି ତାହାକୁ ପୁରା କରିବା ପରେ ହିଁ ଛାଡନ୍ତି । ଆପଣଙ୍କ ଜିଦି ସ୍ଵାଭାବ ହିଁ ଆପଣଙ୍କ ଦ୍ଵାରା ଏହି ସମସ୍ତ କାର୍ଯ୍ୟ କରାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *