ଆପଣଙ୍କ ପାଖରେ L ନାମର ଲୋକ ଥିଲେ ଏହାକୁ ଥରେ ଅବଶ୍ୟ ଦେଖନ୍ତୁ 

ନମସ୍କାର ବନ୍ଧୁଗଣ, ଆମ ଚାରି ପାଖରେ ରହୁଥିବା ଲୋକଙ୍କ ସ୍ଵାଭାବ ସମ୍ପର୍କରେ ଜାଣିବା ନିହାତି ଦରକାର । କାରଣ ସେମାନଙ୍କ ପ୍ରଭାବ ମଧ୍ୟ ଆମ ଉପରେ ପଡିଥାଏ । ତାଙ୍କ ଆଚାର ବ୍ୟବାହାର କୁ ଆମେ ଅନୁଧ୍ୟାନ କରିଥାଉ ଯାହା ଫଳରେ ଆମ ଭିତରେ ପରିବର୍ତ୍ତନ ଆସିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ L ନାମର ବ୍ୟକ୍ତିଙ୍କ ସ୍ଵାଭାବ ବିଷୟରେ । ଯଦି ଆପଣଙ୍କ ପାଖରେ L ନାମର ବ୍ୟକ୍ତି ରହିଛନ୍ତି ତେବେ ଏହି ପୋଷ୍ଟଟିକୁ ଆରମ୍ଭରୁ  ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ ।

Lନାମର ଲୋକଙ୍କ ସ୍ଵାଭାବ ବହୁତ ଶାନ୍ତ ସରଳ ହୋଇଥାଏ । ସମସ୍ତ କଥାକୁ ଏମାନେ ହୃଦୟର ସହ ଚିନ୍ତା କରିଥାନ୍ତି । ଏମାନେ ସବୁବେଳେ ନିଜର ଲୋକ ମାନଙ୍କୁ ଭଲ ପାଇଥାନ୍ତି । ଏମାନେ କେବେ କାହାର ଦୁଃଖକୁ ଦେଖି ସହି ପାରନ୍ତି ନାହିଁ । ଅନ୍ୟ ମାନଙ୍କ ମଧ୍ୟରେ ସ୍ନେହ ଓ ଭଲ ପାଇବା ବାଣ୍ଟିବା ପାଇଁ ଏମାନେ ଭଲ ପାଇଥାନ୍ତି । ଏମାନେ ବହୁତ ସ୍ନେହୀ ସ୍ନେହୀ ସ୍ଵାଭାବର ହୋଇଥାନ୍ତି ।

ଏମାନଙ୍କର ଏହି ସ୍ଵାଭାବ ହେତୁ ଏମାନେ ସର୍ବଦା ଅନ୍ୟ ମାନଙ୍କର ପ୍ରିୟ ହୋଇଥାନ୍ତି । ଏମାନେ ଅଧିକକୁ ଆଶା କରିନଥାନ୍ତି । ସବୁବେଳେ କମରେ ହିଁ ସନ୍ତୁଷ୍ଟ ରହିଥାନ୍ତି । ଅନ୍ୟର ଦୁଃଖକୁ ଦୂର କରିବା ପାଇଁ ସବୁବେଳେ ଏମାନେ ଆଗଭର ଥାଆନ୍ତି । ଏମାନଙ୍କ ମନରେ ଅଧିକ ବଡ ଲୋକ ହେବାର ଆଶା ବିଲକୁଲ ରହିନଥାଏ । କିନ୍ତୁ ଏମାନେ ଯେଉଁ କାର୍ଯ୍ୟରେ ହାତ ଦେଇଥାନ୍ତି ସେଥିରେ ଏମାନେ ସଫଳତା ପାଇଥାନ୍ତି ।

ସାହିତ୍ଯ କ୍ଷେତ୍ରରେ ଏମାନଙ୍କ କ୍ୟାରିଅର ଭଲ ହୋଇଥାଏ । ମା ଲକ୍ଷ୍ମୀଙ୍କ କୃପା ଏମାନଙ୍କ ଉପରେ ସବୁବେଳେ ଲାଗି ରହିଥାଏ । କାର୍ଯ୍ୟକୁ ବୋଝ ନ ଭାବି ଚିନ୍ତା ନନେଇ ସମସ୍ତ କାର୍ଯ୍ୟକୁ ଆନନ୍ଦର ସହ କରିଥାନ୍ତି । ଏହି ନାମର ଲୋକ ବହୁତ ସ୍ବାଭିମାନୀ ହୋଇଥାନ୍ତି । ଏମାନଙ୍କ ଚିନ୍ତାଧାରା ଦାର୍ଶନିକ ହୋଇଥାଏ । ସମସ୍ତ କଥାକୁ ନିଜ ଭାବନା ଅନୁଯାୟୀ ଏମାନେ ଚିନ୍ତା କରିଥାନ୍ତି ।

ଏମାନଙ୍କ କଥାକୁ ଅନ୍ୟମାନେ ବହୁତ ସମ୍ମାନ ଦେଇଥାନ୍ତି । ତେଣୁ ଏମାନଙ୍କ କଥାର ଓଜନ ରହିଥାଏ । ଏହି ନାମର ଲୋକଙ୍କୁ ଏହି କାରଣ ହେତୁ କେହି ମଧ୍ୟ ସହଜରେ ବୁଝି ପାରନ୍ତି ନାହିଁ । ଏମାନେ ବହୁତ ସହଜରେ ଅନ୍ୟର ଭଲ ପାଇବାରେ ପଡିଯାଇଥାନ୍ତି । କାରଣ ଏମାନଙ୍କ ହୃଦୟ ମଧୁର ଏବଂ ସରଳ କଥାରେ ସହଜରେ ତରଳି ଯାଇଥାଏ ।

ଏମାନେ ବହୁତ ଚତୁର ହୋଇଥିବା ହେତୁ ଏମାନଙ୍କୁ କେହି ମଧ୍ୟ ସହଜରେ ଠକି ପାରନ୍ତି ନାହିଁ । ଧାର୍ମିକ ଚିନ୍ତାଧାରା ନିଜ ମନ ଭିତରେ ସବୁବେଳେ ଏମାନେ ରଖିଥାନ୍ତି । ଭଗବାନଙ୍କ ଉପରେ ବହୁତ ବିଶ୍ଵାସ ରଖିଥାନ୍ତି ଏମାନେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *