ହୃଦୟରୁ ବାଛନ୍ତୁ କୌଣସି ଗୋଟେ ପାତ୍ର ଓ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କେଉଁ ଖୁସି ଲେଖା ଅଛି 

ନମସ୍କାର ବନ୍ଧୁଗଣ, ଯେଉଁ ମଣିଷର ଜୀବନ ଦୁଃଖରେ ବୁଡି ରହିଛି ସେହି ମଣିଷ ହିଁ କେବଳ ସୁଖର ମାନେ ବୁଝିପାରିଥାଏ । ସୁଖ ସମୟର ଆଶାରେ ସେହି ମଣିଷ ଚାତକ ଭଳି ସରା ଜୀବନ ଚାହିଁ ବସିଥାଏ । କିନ୍ତୁ ଏହା ଜଣାନଥାଏ ସୁଖ ଆସିବ କେବେ । ତେଣୁ ଆଜି ଆମେ ସେହି ଲୋକ ମାନଙ୍କ ପାଇଁ ନେଇ ଆସିଛୁ, ଗୋଟିଏ ପାତ୍ର ବାଛି କିଭଳି ନିଜ ଖୁସିର ଆଗମନର ସଙ୍କେତ ପାଇପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ପ୍ରଥମ ପାତ୍ର: ଆପଣଙ୍କ ବ୍ୟବସାୟରେ ଅଚାନକ ଭାବରେ ପରିବର୍ତ୍ତନ ହେବ । କେବଳ ବ୍ୟବସାୟ ହିଁ ନୁହେଁ ସମସ୍ତ କ୍ଷେତ୍ରରେ ଯେଉଁଥିରେ ଆପଣଙ୍କର ସମୟ ଭଲ ଚାଲୁନାହି ସେହି ସବୁଥିରେ ଆପଣଙ୍କର ପରିବର୍ତ୍ତନ ହେବ । ଲୋକଙ୍କ ସାଥିରେ ଆପଣ ମିଳି ମିଶି ଚଳିବେ । ନୂଆ ଲୋକଙ୍କ ସହ ଗଢୁଥିବା ସମ୍ପର୍କ ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ନୂଆ ନୂଆ ଅବସର ମାନ ଆଣିଦେବ । ଆପଣଙ୍କୁ ନୂଆ ନୂଆ ଅଫର ସବୁ ମିଳିବାକୁ ଯାଉଛି କାର୍ଯ୍ୟ ନିମନ୍ତେ ।

ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ପଦୋନ୍ନତି ହେବାର ଯୋଗ ରହିଛି । ପରିସ୍ଥିତିକୁ ଭଲ ଭାବରେ ବୁଝିସାରିବା ପରେ ହିଁ ଆପଣ କୌଣସି ନିର୍ଣୟ ନିଅନ୍ତୁ । ଏହା ଆପଣଙ୍କୁ ଶୁଭ ଫଳ ଆଣିଦେବ । ଯଦି ଆପଣ ଏହା ନକରନ୍ତି ତେବେ ଆପଣଙ୍କର ବହୁତ ବଡ କ୍ଷତି ହେବାର ସମ୍ଭାବନା ରହିଛି । ଆପଣଙ୍କ ଜୀବନସାଥି ଯଦି ଆପଣଙ୍କ ସହ ତାଙ୍କର କୌଣସି ରାଜକୁ କୁହନ୍ତି ତେବେ ତାଙ୍କୁ ପ୍ରଥମେ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ପ୍ରେମ ସମ୍ପର୍କରେ ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି ।

ଦିତୀୟ ପାତ୍ର: ଆପଣ କୌଣସି କାମ କରିବା ପୂର୍ବରୁ ଆପଣ ବହୁତ ଭୟଭୀତ ହୋଇଯାଇଥାନ୍ତି । ସବୁବେଳେ ଆପଣ ସବୁ କଥାକୁ ନେଇ ବହୁତ ଚିନ୍ତିତ ହୋଇଯାନ୍ତି । ଆପଣଙ୍କ ସମସ୍ତ କଥାରେ ଆପଣଙ୍କ ସାଥ ଦେବା ପାଇଁ ଆପଣଙ୍କ ସାଥି ହିଁ ଏହି ସମୟରେ ଆପଣଙ୍କ ସହ ରହିବେ । ପୁରୁଣା କଥାକୁ ସମ୍ପୂର୍ଣ ଭାବରେ ଅଣଦେଖା ଦେଖା କରିବା ପାଇଁ ଚେଷ୍ଟା କରନ୍ତୁ ।

ଅତୀତକୁ ଆପଣ ବେଶି ମନେ ପକାନ୍ତୁ ନାହିଁ । ଆପଣଙ୍କୁ ନିଜ ଭିତରେ କିଛି ପରିବର୍ତ୍ତନ ଆଣିବାକୁ ହେବ । ତାହା ହେଉଛି ଆପଣ ପୁରୁଣା କଥାକୁ ଭୁଲିଯିବା । ସବୁବେଳେ ଭାବନ୍ତୁ ଯଦି ଜୀବନରେ କିଛି ଘଟୁଅଛି ତେବେ ଚିନ୍ତିତ ନହୋଇ ସେଥିରେ ଆପଣ କିଛି ଶିଖିବାକୁ ପାଉଛନ୍ତି ବୋଲି ଭାବନ୍ତୁ । ଏହା କରିବାଦ୍ବାରା ଆପଣଙ୍କ ଚିନ୍ତା କମିଥାଏ ।

ଆପଣଙ୍କ ଜୀବନରେ ଏବେ ଖୁସି ଆସିବାକୁ ଯାଉଛି । ଆପଣଙ୍କ ସ୍ଥଗିତ ଥିବା କାର୍ଯ୍ୟ ଏବେ ପୁରା ହେବାକୁ ଯାଉଛି । ଆପଣ ନିଜ ଲକ୍ଷ୍ୟକୁ ଏବେ ପୁରା କରିବା ପାଇଁ ସକ୍ଷମ ହେବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *