ଆପଣଙ୍କ ପାଖରେ ଥିଲେ H ନାମର ବ୍ୟକ୍ତି ଜାଣନ୍ତୁ ସେମାନଙ୍କ ବିଷୟରେ କିଛି ଗୁପ୍ତ କଥା

ନମସ୍କାର ବନ୍ଧୁଗଣ, ଜନ୍ମ ସମୟ ନାମର ନିରୂପଣ କରିଥାଏ । ତେଣୁ ସେହି ରାଶି ନକ୍ଷତ୍ର ଆଧାରରେ ଦିଆଯାଇଥିବା ନାମର ପ୍ରଥମ ଅକ୍ଷର ହିଁ ଜଣାଇଦେଇଥାଏ ବ୍ୟକ୍ତିର ସ୍ଵାଭାବ । ଆଜି ଆମେ ଆପଣ ମାନଙ୍କ ମନରେ ରହିଥିବା ଡରକୁ ଦୂର କରିବାକୁ ଯାଉଛୁ । ସେହି ଡର ହେଉଛି ବ୍ୟକ୍ତିର ସ୍ଵାଭାବ ଆମେ କିଭଳି ଜାଣିବା ନ ଜାଣି ପାରି କିଭଳି ସମ୍ପର୍କ ଯୋଡିବା । ତାହା ଆଜି ଆମେ ସହଜ କରାଇବାକୁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା H ଅକ୍ଷର ନାମର ବ୍ୟକ୍ତିଙ୍କ ସ୍ଵାଭାବ ବିଷୟରେ ।

H ନାମର ଲୋକ ବହୁତ ଆକର୍ଷଣୀୟ ହୋଇଥାନ୍ତି । ଏମାନଙ୍କ ପ୍ରତି ସମସ୍ତେ ସହଜରେ ଆକର୍ଷିତ ହୋଇଯାନ୍ତି । ଏମାନଙ୍କ ହୃଦୟ ବହୁତ ସଫା ଓ ନିର୍ମଳ ହୋଇଥାଏ । ଏମାନେ ଜୀବନକୁ ଖୋଲା ମିଞ୍ଜାସ ଭାବରେ ବଞ୍ଚିବା ପାଇଁ ପସନ୍ଦ କରିଥାନ୍ତି । ଏମାନେ ନିଜର କଥାକୁ ଅନ୍ୟ କାହା ଆଗରେ ପ୍ରକାଶ କରିବା ପାଇଁ ଡରିଥାନ୍ତି । ଏମାନଙ୍କୁ ବୁଝିବା ମଧ୍ୟ ବହୁତ କଷ୍ଟକର ହୋଇଥାଏ ।

ଏହି ନାମର ଲୋକଙ୍କ ଉପରେ ଆଖି ବନ୍ଧ କରି ଭରସା କରାଯାଇପାରିବ । କିନ୍ତୁ ଏମାନଙ୍କର ଗୋଟିଏ ଗୁଣ ହେଉଛି ଅନ୍ୟ କାହା କଠାରେ ମୁଣ୍ଡ ଖେଳାଇବାଠାରୁ ଏମାନେ ସବୁବେଳେ ଦୂରରେ ରହିଥାନ୍ତି । ଦରକାର ଥିବା ଲୋକଙ୍କ ସାହାର୍ଯ୍ୟ ପାଇଁ ସବୁବେଳେ ନିଜ ଦ୍ଵାର ଖୋଲାକରି ରଖିଥାନ୍ତି । କୌଣସି ବିଷୟରେ କିଛି ନିର୍ଣୟ ନେବା ପାଇଁ କେବେ ଡେରି କରିନଥାନ୍ତି । ସବୁବେଳେ ଏମାନେ ନିଜର ମାନ ସମ୍ମାନକୁ ନେଇ ସଜାଗ ଥାନ୍ତି ।

ଏମାନେ ହୃଦୟ ଖୋଲା ସ୍ଵଭାବର ଲୋକ ଅଟନ୍ତି । ଏମାନଙ୍କ ଭବିଷ୍ୟତ ଉଜ୍ଵଳ ହୋଇଥାଏ । ରାଜଗାଦିରେ ବସିବାର କ୍ଷମତା ଏମାନେ ରଖିଥାନ୍ତି । ଜୀବନରେ କେବେ ପଇସା ଜନିତ ଅସୁବିଧାର ଭୋଗ ଏମାନଙ୍କୁ କରିବାକୁ ପଡିନଥାଏ । କାରଣ ନିଜ ପରିଶ୍ରମ ବଳରେ ନିଜ ଗୋଡରେ ନିଜେ ଠିଆ ହୋଇ ରୋଜଗାର କ୍ଷମ ଏମାନେ ହୋଇଥାନ୍ତି । କାହା ଉପରେ ଭରସା କରି ଜୀବନ ବଞ୍ଚିବା ଏମାନଙ୍କ ପକ୍ଷେ ଅସମ୍ଭବ ।

ନିଜ ଜୀବନକୁ ରାଜକୀୟ ଠାଣିରେ ବିତାଇଥାନ୍ତି । ଜୀବନର ମଜା ଭରପୁର ମାତ୍ରାରେ ଏମାନେ ଉଠାଇଥାନ୍ତି । ନିଜ କର୍ମ ବଳରେ କ୍ୟାରିଅରରେ ସବୁବେଳେ ସଫଳତା ହାସଲ କରିଥାନ୍ତି ଏହି ନାମର ଲୋକ । ଏମାନେ କେବେ ନିଜ ଭଲ ପାଇବାକୁ ନିଜ ସାଥି ସାମ୍ନାରେ କହି କରିପାରନ୍ତି ନାହି । କିନ୍ତୁ ଏମାନେ ଯାହାକୁ ବି ଭଲ ପାଇଥାନ୍ତି ହୃଦୟର ସହ ଭଲ ପାଇଥାନ୍ତି ।

ବୈବାହିକ ଜୀବନ ଏମାନଙ୍କର ହସ ଖୁସିରେ କଟିଥାଏ । ନିଜ ଜୀବନରେ ହସ ଖୁସି ମିଳିବାର ହକଦାର ମଧ୍ୟ ଏମାନେ ହୋଇଥାନ୍ତି । ଯଦି ଆପଣ ମାନଙ୍କୁ  ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *