ତିନି ପ୍ରକାର ତୁଳସୀ ଘରେ ଭୁଲରେ ବି ଲଗାନ୍ତୁ ନାହିଁ, ନଚେତ…

ନମସ୍କାର ବନ୍ଧୁଗଣ, ତୁଳସୀ ଗଛର ପବିତ୍ରତା ଓ ମହାନତା ବିଷୟରେ ହିନ୍ଦୁ ଧର୍ମର ସମସ୍ତ ଲୋକଙ୍କୁ ନିହାତି ଜଣାଥିବ । ତୁଳସୀର ପୂଜା ସର୍ବ ପ୍ରଥମେ ବିଷ୍ଣୁ ଭଗବାନ ଆରମ୍ଭ କରିଥିଲେ । ତୁଳସୀ ଗଛରେ ସମସ୍ତ ଦେବା ଦେବୀଙ୍କ ବାସ ହୋଇଥାଏ । ଏହି ତୁଳସୀ ଗଛ 5 ପ୍ରକାରର ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଘରେ କେଉଁ ପ୍ରକାର ତୁଳସୀ ଲଗାଇବା ଉଚିତ ନଚେତ ମାତା ଲକ୍ଷ୍ମୀ ରୁଷ୍ଟ ହୋଇ ଘରୁ ଚାଲିଯାଇଥାନ୍ତି । ଆଉ ଡେରି ନକରି ଆସନ୍ତୁ ଜାଣିବା ସମସ୍ତ ତୁଳସୀ ବିଷୟରେ ।

ତୁଳସୀ ଗଛକୁ କେବେ ଘରର ଛାତ ଉପରେ ଲଗାଇବା ଉଚିତ ନୁହେଁ । ତୁଳସୀ ଗଛକୁ ସର୍ବଦା ଘର ସାମ୍ନାରେ ରଖିବା ଉଚିତ । କାରଣ ତୁଳସୀ ଗଛକୁ ସ୍ପର୍ଶ କରି ଆସୁଥିବା ଊର୍ଜା ଘର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ତୁଳସୀ ଗଛକୁ କେବେ ଅନ୍ଧାରୁଆ ଜାଗାରେ ଲଗାଇବା ଉଚିତ ହୋଇନଥାଏ । ତୁଲସୀକୁ ସବୁବେଳେ ସୂର୍ଯ୍ୟ କିରଣ ବେଶି ପଡୁଥିବା ଜାଗାରେ ଲଗାଇବା ଉଚିତ ନୁହେଁ କିମ୍ବା ଅନ୍ଧାରୁଆ ଜାଗାରେ ମଧ୍ୟ ଲଗାଇବା ଉଚିତ ନୁହେଁ ।

ବାସ୍ତୁ ଅନୁଯାୟୀ ତୁଳସୀ ଗଛ ଲଗାଇବା ପାଇଁ ଇଶାଣ ଦିଗ ସବୁଠାରୁ ଶ୍ରେଷ୍ଠ ଅଟେ । ଉତ୍ତର ପୂର୍ବ ଦିଗର ମଝି ଜାଗାରେ ତୁଳସୀ ଲଗାଇବା ଦରକାର । ପୂର୍ବ ଦିଗ ମଧ୍ୟ ତୁଳସୀ ଲଗାଇବା ପାଇଁ ଉତ୍ତମ ହୋଇଥାଏ । ତୁଳସୀ ଗଛ ପାଖରେ ଝାଡୁ, ଚପଲ, ଅଳିଆ ଇତ୍ୟାଦି ରଖିବା ଅନୁଚିତ । ଏହା କାରିବାଦ୍ବାରା ମାତା ଲକ୍ଷ୍ମୀ ଘରୁ ଚାଲିଯାଇଥାନ୍ତି ।

ଏବେ ଜାଣନ୍ତୁ ଘରେ କେଉଁ ତୁଳସୀ ଲଗାଇବା ଦ୍ଵାରା ଉତ୍ତମ ଫଳ ମିଳିଥାଏ: ତୁଳସୀ 5 ପ୍ରକାରଏଅ ହୋଇଥାଏ ରାମ ତୁଳସୀ, ଶ୍ୟାମ ତୁଳସୀ, ବନ ତୁଳସୀ, ବିଷ୍ଣୁ ତୁଳସୀ, ନିମ୍ବ ତୁଳସୀ । ସାଧାରଣତଃ ଘରେ ରାମ କିମ୍ବା ଶ୍ୟାମ ତୁଳସୀ ହିଁ ଲଗାଯାଇଥାଏ । ଶାସ୍ତ୍ର ଅନୁଯାୟୀ ଏହି 2ଟି ତୁଳସୀ ଘରେ ଲଗାଇବା ଉଚିତ ହୋଇଥାଏ । ରାମ ତୁଲସୀର ପତ୍ର ହାଲକ ସବୁଜ ରଙ୍ଗର ହୋଇଥାଏ । ଏହାର ଡାଳ ଧଳା ହୋଇଥାଏ ଏବଂ ସଖା ଶ୍ଵେତ ରଙ୍ଗର ହୋଇଥାଏ ।

ରାମ ତୁଲସୀକୁ ଘର ପୂର୍ବ ଦିଗରେ ଲଗାଇବା ଦରକାର । ଶ୍ୟାମ ତୁଳସୀ: ଏହାର ରଙ୍ଗ ସାମାନ୍ୟ ଜାମୁ ରଙ୍ଗର ହୋଇଥାଏ । ପତ୍ର ଅଣ୍ଡାକାର ଆକୃତିର ହୋଇଥାଏ । ଏହି ତୁଳସୀକୁ ପୂଜା କରିବା ଠାରୁ ଓଷଧୀୟ ଭାବରେ ବ୍ୟବହାର କରିବାର ମାନ୍ୟତା ରହିଛି । ଯଦି ତୁଲସୀରେ ବେଶି ମଞ୍ଜି ହେବାର ଦେଖନ୍ତି ତେବେ ତାହାକୁ ବଦଳାଇ ଆଉ ଏକ ତୁଳସୀ ଲଗାଇବା ଦରକାର ।

ମଞ୍ଜି ହେବାର ଅର୍ଥ ତୁଳସୀ କଷ୍ଟରେ ଅଛନ୍ତି । ତେଣୁ ଆପଣ ଏହା ଦେଖିଲେ ତୁଳସୀ ବଦଳାଇବା ଦରକାର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *