ଆପଣଙ୍କ ବ୍ଲଡ଼ ଗୃପ ଆପଣଙ୍କ ବିଷୟରେ କଣ କହିଥାଏ ? Personality Test

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ବ୍ୟକିତ୍ବ ସମ୍ବନ୍ଧରେ ଜାଣିବାକୁ ସର୍ବଦା ଇଛୁକ ରହିଥାଏ । ଯଦିଓ ରାଶି ଏବଂ ବାସ୍ତୁଶାସ୍ତ୍ର ଉପରେ କୌଣସି ବ୍ୟକ୍ତି ବିଶ୍ୱାସ କରିନଥାଏ । କିନ୍ତୁ ଯେବେ କଥା ବ୍ୟକ୍ତି ର ସ୍ୱଭାବ ଏବଂ ବ୍ୟକ୍ତିତ୍ବ ଉପରେ ଆସିଥାଏ ତେବେ ସେହି ବ୍ୟକ୍ତି ନିଜ ସମ୍ବନ୍ଧରେ ଜାଣିବାକୁ ଇଚ୍ଛା କରିଥାଏ ।

ତେବେ ରାଶି ଛଡ଼ା ଆମ ମଧ୍ୟରେ ଏଭଳି ଏକ ଜିନିଷ ରହିଛି ଯାହା ଆମ ବ୍ୟକ୍ତିତ୍ବ ସମ୍ବନ୍ଧରେ ଆମକୁ ଜଣାଇଥାଏ ଏବଂ ସେହି ଜିନିଷ ଟି ହେଉଛି, ଆମର ‘ବ୍ଲଡ଼ ଗ୍ରୁପ’ । ଆମ ଶରୀରରେ ଥିବା ଆମ ବ୍ଲଡ଼ ଗ୍ରୁପ ମଧ୍ୟ ଆମ ବ୍ୟକ୍ତିତ୍ବ ସମ୍ବନ୍ଧରେ ଜଣାଇଥାଏ । ପ୍ରତ୍ୟେକ ବ୍ୟକ୍ତି ର ବ୍ଲଡ଼ ଗ୍ରୁପ ସମାନ ନଥାଏ । ମନୁଷ୍ୟ ମଧ୍ୟରେ ଦୁଇ ପ୍ରକାର ଆଣ୍ଟିଜେନ ଦେଖିବାକୁ ମିଳିଥାଏ । ‘A’ ଏବଂ ‘B’ । ଏହି ଆଣ୍ଟିଜେନ ର ଉପସ୍ଥିତି ଏବଂ ଅନୁପସ୍ଥିତି ଦ୍ୱାରା ହିଁ ମନୁଷ୍ୟ ର ବ୍ଲଡ଼ ଗ୍ରୁପ ନିର୍ଦ୍ଧାରିତ ହୋଇଥାଏ ।

ଏହି ଦୁଇ ଆଣ୍ଟିଜେନ କୁ ନିର୍ଦ୍ଧାରିତ କରି ମନୁଷ୍ୟ ଶରୀରର ବ୍ଲଡ଼ ଗ୍ରୁପ କୁ ୪ ଭାଗରେ ବିଭକ୍ତ କରା ଯାଇଛି । ‘A’, ‘B’, ‘AB’ ଏବଂ ‘O’ । ’A’ ଟାଇପ ର ବ୍ଲଡ଼ ଗ୍ରୁପ ରେ କେବଳ ‘A’ ଆଣ୍ଟିଜେନ ରହିଥାଏ ଏବଂ ‘B’ ବ୍ଲଡ଼ ଗ୍ରୁପ ରେ କେବଳ ‘B’ ଆଣ୍ଟିଜେନ ରହିଥାଏ । ‘AB’ ବ୍ଲଡ଼ ଗ୍ରୁପ ରେ ଉଭୟ ଆଣ୍ଟିଜେନ ରହିଥାଏ ଏବଂ ‘O’ ବ୍ଲଡ଼ ଗ୍ରୁପ ରେ ଉଭୟ ମଧ୍ୟରୁ କୌଣସି ଆଣ୍ଟିଜେନ ରହିନଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆପଣଙ୍କ ବ୍ଲଡ଼ ଗ୍ରୁପ ଅନୁସାରେ ଆପଣଙ୍କ ମଧ୍ୟରେ ଥିବା ବ୍ୟକ୍ତିତ୍ବ ସମ୍ବନ୍ଧରେ ।

୧. “A” ବ୍ଲଡ଼ ଗ୍ରୁପ- ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ବହୁତ ସ୍ମାର୍ଟ ହୋଇଥାନ୍ତି । ଏମାନେ ଯେ କୌଣସି କାର୍ଯ୍ୟ କୁ ବହୁତ ଭାବିଚିନ୍ତି କରିଥାନ୍ତି । ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତିଙ୍କୁ ଝଗଡ଼ା କରିବା ଆଦୋୖ ପସନ୍ଦ ନୁହେଁ । ଏମାନେ ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ଅଧିକ ପସନ୍ଦ କରନ୍ତି । ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଅନ୍ୟ ମାନଙ୍କ ସହ ଅଧିକ ମିଳାମିଶା କରିବାକୁ ପସନ୍ଦ କରନ୍ତି ନାହିଁ ଏବଂ ଏକୁଟିଆ ରହିବାକୁ ଅଧିକ ପସନ୍ଦ କରିଥାନ୍ତି । ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ସହଜରେ ନିଜ ମନରେ ଥିବା ଇମୋସନ କୁ ଅନ୍ୟ କୌଣସି ବ୍ୟକ୍ତି ଙ୍କୁ କୁହନ୍ତି ନାହିଁ ।

୨. ”B” ବ୍ଲଡ଼ ଗ୍ରୁପ- ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଟାଇପ ‘A’ ବ୍ଲଡ଼ ଗ୍ରୁପ ର ସମ୍ପୂର୍ଣ୍ଣ ବିପରୀତ ଅଟନ୍ତି । ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି କୌଣସି କାର୍ଯ୍ୟ କରିବା ପୂର୍ବରୁ ବିଚାର କରନ୍ତି ନାହିଁ । ଏମାନେ ବହୁତ କ୍ରିଏଟିଭ ନେଚର ର ହୋଇଥାନ୍ତି । ଏମାନେ ସମସ୍ତଙ୍କ ସହିତ ସହଜରେ ମିଶି ଯାଇଥାନ୍ତି ଏବଂ ମଜା ମସ୍ତି ରେ ନିଜ ଜୀବନ ବିତାଇବାକୁ ପସନ୍ଦ କରିଥାନ୍ତି । ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଙ୍କ ଏହି ନେଚର ଏମାନଙ୍କୁ ଖାସ ବନାଇଥାଏ ।

୩. “AB” ବ୍ଲଡ଼ ଗ୍ରୁପ- ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଟାଇପ ‘A’ ଓ ଟାଇପ ‘B’ ବ୍ଲଡ଼ ଗ୍ରୁପର ମିଶ୍ରଣ ହୋଇଥାନ୍ତି । ଏହି କାରଣ ରୁ ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଙ୍କ ନେଚର ସମ୍ବନ୍ଧରେ ଜାଣିବା କଷ୍ଟକର ହୋଇଥାଏ । ଏମାନେ ବହୁତ କଂପ୍ଲିକେଟେଡ଼ ନେଚର ର ହୋଇଥାନ୍ତି । ଏହା ସହିତ ଏହି ବ୍ଲଡ଼ ଗ୍ରୁପ ର ବ୍ୟକ୍ତି ସ୍ୱାର୍ଥପର ମଧ୍ୟ ହୋଇଥାନ୍ତି ଏବଂ ଏହା ସହିତ ମୁକ୍ତ ବିଚାର ଥିବା ସ୍ୱଭାବ ର ହୋଇଥାନ୍ତି ।

୪. “O” ବ୍ଲଡ଼ ଗ୍ରୁପ- ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଅନ୍ୟ ବ୍ଲଡ଼ ଗ୍ରୁପ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତି । କାରଣ ଏହି ବ୍ଲଡ଼ ଗ୍ରୁପ ରେ ଉଭୟ ଆଣ୍ଟିଜେନ ମଧ୍ୟରୁ କୌଣସି ବି ଆଣ୍ଟିଜେନ ରହି ନଥାଏ । ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଙ୍କ ରକ୍ତ ମଶା ମାନଙ୍କୁ ଅଧିକ ପସନ୍ଦ ହୋଇଥାଏ ।

ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ସ୍ୱାଧୀନ ଭାବରେ ରହିବା କୁ ପସନ୍ଦ କରନ୍ତି । ଏମାନେ ନିଜ ବୁଦ୍ଧି ହିସାବରେ ସମସ୍ତ କାର୍ଯ୍ୟ କରିଥାନ୍ତି । ଏମାନେ ଅଧିକ ରୁଷ୍ଟ ସ୍ୱଭାବ ର ମଧ୍ୟ ହୋଇଥାନ୍ତି । ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ସର୍ବଦା ସଚ୍ଚୋଟ ରୁହନ୍ତି ଏବଂ ଏମାନେ ମିଛ ଓ ଧୋକା କେବେବି ବରଦାସ୍ତ କରନ୍ତି ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *