ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ କଣ କହୁଛି ଆପଣଙ୍କ Emoji? Personality Test

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ୧୨ ଗୋଟି ରାଶି ରହିଛି ଆଉ ପ୍ରତେକ ରାଶିର ଖାସ ଚିହ୍ନ ମଧ୍ୟ ରହିଛି । ଯେପରି କର୍କଟ ରାଶି ପାଇଁ କଙ୍କଡା ଚିହ୍ନ, ଧନୁ ରାଶି ପାଇଁ ଧନୁ ଚିହ୍ନ, ତୁଳା ରାଶି ପାଇଁ ତରାଜୁ ଏଭଳି ଭାବେ ୧୨ ରାଶି ପାଇଁ ୧୨ ପ୍ରକାରର ଚିହ୍ନ ତିଆରି କରାଯାଇଛି । କିନ୍ତୁ ବନ୍ଧୁଗଣ କଣ ଆପଣ କେବେ ଭାବିଛନ୍ତି କି ପ୍ରତେକ ରାଶିକୁ ଯଦି ଇମୋଜିର ଚିହ୍ନ ଦିଆଯାଏ ତେବେ କେଉଁ ରାଶି ପାଇଁ କେଉଁ ଚିହ୍ନ ହେବ । ସୋସିଆଲ ମିଡିଆରେ ମ୍ଯାସେଜ କରିବା ସମୟରେ ଏକ ଇମୋଜି ବ୍ୟବହାର କରାଯାଏ ଯାହାର ଅଲଗା ଅର୍ଥ ରହିଥାଏ । ତେବେ ଆସନ୍ତୁ ଜାଣିବା ରାଶି ଅନୁଯାୟୀ କେଉଁ ଇମୋଜି ରହିଥାଏ ।

ମେଷ ରାଶି : ଏହି ରାଶି ପାଇଁ ହସମୁଖ ଇମୋଜି ଚୟନ କରାଯାଇଛି । କାରଣ ଏମାନେ ନିଜେ ଖୁସିରେ ରହିବା ସହ ଅନ୍ୟଙ୍କୁ ମଧ୍ୟ ହସାଇଥାନ୍ତି । ଅନ୍ୟ ମାନଙ୍କୁ ପଜେଟିଭ ଲାଇଫ ବଞ୍ଚିବାର ଶିଖିଥାନ୍ତି ।

ବୃଷ ରାଶି : ଏହି ରାଶିର ଲୋକେ ଅଧିକ ମିଳାମିଶା କରନ୍ତି ନାହି । ତେଣୁ ଏମାନଙ୍କୁ ଏଭଳି ଇମୋଜି ଦିଆଯାଇଛି ନିଜ ଭାବନକୁ ଦବାଇଥାନ୍ତି ।

ମିଥୁନ ରାଶି : ଏହି ରାଶି ପାଇଁ ସ୍ମାର୍ଟନେସ ଇମୋଜି ଦିଆଯାଇଛି । କାରଣ ବହୁତ କମ ଲୋକ ଜାଣିଥାନ୍ତି ଏମାନେ ନିଜର ବୁଦ୍ଧିର ବ୍ୟବହାର ଅଧିକ କରିଥାନ୍ତି ।

କର୍କଟ ରାଶି : ଏହି ରାଶିର ଲୋକେ ଚିନ୍ତାରେ ରହିଥାନ୍ତି ତେଣୁ ତାଙ୍କ ପାଇଁ ଚିନ୍ତାଜନକ ଇମୋଜି ଚୁଜ କରାଯାଇଛି । ଯେବେ ପ୍ରସ୍ତୁତ ଅନୁକୂଳ ନ ଥାଏ ଏମାନେ ଅଧିକ ଚିନ୍ତାରେ ରହିଥାନ୍ତି ।

ସିଂହ ରାଶି : ଏମାନେ ଅନ୍ୟଙ୍କ ଉପରେ ନିଜର ଇମ୍ପପ୍ରେସନ ଦେଖାଇବାକୁ ପସନ୍ଦ କରିଥାନ୍ତି । ତେଣୁ ଏମାନଙ୍କ ପାଇଁ ସ୍ମାଇଲ ଇମୋଜି ଚୁଜ କରାଯାଇଛି ।

କନ୍ୟା ରାଶି : ଏମାନେ ଦେଖିବାକୁ ସୁଖୀ ଓ ଖୁସି ଦେଖାଇଥାନ୍ତି । ଏମାନଙ୍କ ମନରେ କଣ ଚାଲିଛି କେହି ଜଲ୍ଦି ଜାଣି ପାରନ୍ତି ନାହି ସେଥିପାଇଁ ଏଭଳି ଇମୋଜି ଚୁଜ କରାଯାଇଛି ।

ତୁଳା ରାଶି : ଏହି ରାଶିର ଲୋକେ ତରାଜୁ ଭଳି ଜୀବନରେ ସନ୍ତୁଳନ ରକ୍ଷା କରିଥାନ୍ତି । ତେଣୁ ତାଙ୍କ ପାଇଁ ଏମିତି ଇମୋଜି ଚୁଜ କରାଯାଇଛି ଯାହା ଅଧିକ ଖୁସି କି ଦୁଖ ନୁହେଁ ।

ବିଛା ରାଶି : ଏମାନେ ଦୁନିଆକୁ ସ୍ମାର୍ଟନେସ ଦେଖାଇବାରେ ପଛରେ ରୁହନ୍ତି ନାହି । ସେଥିପାଇଁ ଏଭଳି ଇମୋଜି ଚୁଜ କରାଯାଇଛି ।

ଧନୁ ରାଶି : ଏମାନେ ଯେତେ ଦୁଖରେ ଥିଲେ ବି ଅନ୍ୟକୁ ଖୁସି ଦେଇଥାନ୍ତି ଆଉ ମଜାଳିଆ ସ୍ଵଭାବର ହୋଇଥାନ୍ତି ତେଣୁ ଏମାନଙ୍କୁ ଏଭଳି ଇମୋଜି ଚୁଜ କରାଯାଇଛି ।

ମକର ରାଶି : ଏମାନେ ଜୀବନକୁ ମଜାକ ଭାବନ୍ତି ନାହି ହସ ମଜାକୁ ପସନ୍ଦ କରନ୍ତି ନାହି ତେଣୁ ଏମାନଙ୍କ ପାଇଁ ଏଭଳି ଇମୋଜି ଚୁଜ କରାଯାଇଛି ।

କୁମ୍ଭ ରାଶି : ଏମାନଙ୍କର ହାବଭାବ କେମିତି ହୋଇଥାଏ ତାହା କେହି ଜାଣିପାରନ୍ତି ନାହି ସେଥିପାଇଁ ଏଭଳି ଇମୋଜି ଚୁଜ କରାଯାଇଛି ।

ମୀନ ରାଶି : ସମସ୍ତଙ୍କ ପାଇଁ ଖୁସି ବାଣ୍ଟିବା ସହ ଅନ୍ୟକୁ ବି ଖୁସି ଦେଇଥାନ୍ତି ସେଥିପାଇଁ ସ୍ମାଇଲ ଇମୋଜି ଚୁଜ କରାଯାଇଛି । ବନ୍ଧୁଗଣ ଆପଣ କେଉଁ ରାଶି ଅନୁଯାୟୀ କେଉଁ ଇମୋଜି ଚୁଜ କରିଲେ କମେଣ୍ଟରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *