ବାଛନ୍ତୁ ଆପଣଙ୍କ ନାମର ପ୍ରଥମ ଅକ୍ଷର ଓ ଜାଣନ୍ତୁ ନିଜ ବିଷୟରେ ଗୋଟେ ସତ କଥା- Personality Test

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ବ୍ଯକ୍ତିର ନାମ ସହ ତାଙ୍କର ବ୍ୟକ୍ତିତ୍ବର ଅନେକ ମହତ୍ଵ ରହିଛି । ଜ୍ଯୋତିଷ ବିଦ୍ୟା ଆଧାରରେ ଆମେ କୌଣସି ବ୍ଯକ୍ତିର ନାମ ଅନୁଯାୟୀ ତାର ସ୍ଵଭାବ ସହ ଜଡିତ କଥା ଅନୁମାନ କରିଥାଉ । ଆଜି ଆମେ ଆପଣଙ୍କୁ ଇଂରାଜୀ ଅକ୍ଷର A,D,R,S ନାମରୁ ଆରମ୍ଭ ହେଉଥିବା ଲୋକଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଯଦି କୌଣସି ପୁଅ ବା ଝିଅର ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଏମାନେ ସଂପର୍କକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଏମାନେ ଜୀବନରେ ଅଧିକ ମେହନତ କରିଥାନ୍ତି କିନ୍ତୁ ଜୀବନରେ ପ୍ରତେକ ଜିନିଷ ବିଳମ୍ବରେ ହାସଲ ହୋଇଥାଏ ।

ଏମାନଙ୍କର ସବୁଠାରୁ ଖାସ କଥା ହେଉଛି ଏମାନେ ନିଜର ମନ କଥା କାହା ସହ ସେୟାର କରନ୍ତି ନାହି । ଏମାନେ ଅଳ୍ପ ରାଗି ସ୍ଵଭବର ହୋଇଥାନ୍ତି । କିନ୍ତୁ ଏମାନଙ୍କୁ ଯେତେ ଜଲ୍ଦି ରାଗ ଆସିଥାଏ ସେତିକି ସମୟ ଭିତରେ ସାନ୍ତ ହୋଇଯାଏ । ପ୍ରେମରେ ଏମାନଙ୍କର ସ୍ଵଭାବ କେୟାରିଙ୍ଗ ଓ ଲଭିଙ୍ଗ ହୋଇଥାଏ । ଏମାନେ କାହାକୁ ଧୋକା ଦିଅନ୍ତୁ ନାହି । ନିଜର ଭାବନାକୁ ବ୍ୟକ୍ତ କରିବା ଏମାନଙ୍କ ପାଇଁ ସହଜ ହୋଇନ ଥାଏ । ଏମାନେ ନିଜର ସୁଖ ଦୁଖ କାହା ସହ ସେୟାର କରନ୍ତି ନାହି କିନ୍ତୁ ଅନ୍ୟକୁ ଖୁସି କରିବା ପାଇଁ ଲାଗିଥାନ୍ତି ।

୨- ଯଦି କୌଣସି ପୁଅ ବା ଝିଅର ନାଁ D ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଇମୋସନାଲ ସ୍ବଭାବର ହୋଇଥାନ୍ତି । ଏମାନେ ଗୋଟେ ସମୟରେ ଗୋଟେ ସମ୍ପର୍କ ନିଭାଇଥାନ୍ତି । ଏହି ସ୍ଵଭାବ ଏମାନଙ୍କର ସାଥୀଙ୍କୁ ବହୁତ ପସନ୍ଦ ଆସିଥାଏ । ଏମାନେ କାହା ଉପରେ ଭରସା କରିବାକୁ ପସନ୍ଦ କରନ୍ତି ନାହି । ଲୋକଙ୍କ କଥାକୁ ଧ୍ୟାନ ନ ଦେଇ ନିଜ ମନ ଯାହା କୁହେ ତାହା କରନ୍ତି । ଏମାନେ ମେହନତ ବଳରେ ଆଗକୁ ଯାଇଥାନ୍ତି । କାହା ଉପରେ ଥରେ ଭରସା କରିଲେ ଜୀବନସାରା ତିଷ୍ଠି ରହିଥାଏ ।

୩- ଯଦି ପୁଅ ବା ଝିଅର ନାଁ R ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ଦୁନିଆରେ ହଜି ରହିବା ସହ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ଦରକାର ପଡିଲେ ଅନ୍ୟର ସାହାଜ୍ଯ କରିଥାନ୍ତି । ସବୁଠାରୁ ଖାସ କଥା ଏମାନେ ନୂଆ ନୂଆ ଜିନିଷ ଖୋଜିବାରେ ରହିଥାନ୍ତି । ଯେଉଁଠି ଏମାନଙ୍କୁ ଜ୍ଞାନ ମିଳିରଥାଏ । ପ୍ରେମରେ ଏମାନଙ୍କର ସ୍ବଭାବ ରୋମାଣ୍ଟିକ ଓ ସମ୍ପର୍କକୁ ନେଇ ସମ୍ବେଦନଶୀଳତା ରହିଥାଏ ।

୪- ଯଦି କୌଣସି ପୁଅ ବା ଝିଅର ନାଁ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସ୍ଵଭାବରେ କେୟାରିଙ୍ଗ, ଦାୟିତ୍ଵବାନ, ମେହନତୀ ହୋଇଥାନ୍ତି । ଏମାନେ ମେହନତ ବଳରେ ସବୁ କିଛି ପାଇଥାନ୍ତି । ଏମାନେ ଯେମିତି କହିଥାନ୍ତି ସେମିତି ହୋଇଥାନ୍ତି । ଏମାନେ କାହା ସହ କଥା ସେୟାର କରନ୍ତି ନାହି କିନ୍ତୁ ହୃଦୟରୁ ଖରାପ ମଧ୍ୟ ନୁହେଁ । ଏମାନେ ପ୍ରତିଭାଶାଳୀ ହୋଇଥାନ୍ତି । ରେମରେ ବହୁତ ସିରିଏସ ରହିଥାନ୍ତି । ପ୍ରେମରେ ନିଜର ଦାୟିତ୍ଵ ଭଲ ଭାବେ ନିଭାଇଥାନ୍ତି । ବନ୍ଧୁଗଣ ଆପଣ କେଉଁ ନାମ ଚୁଜ କରିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *