ଭାଗ୍ୟଶାଳୀ ସ୍ତ୍ରୀଙ୍କ ଏହି ଅଙ୍ଗରେ ହୋଇଥାଏ ତିଳ, ସ୍ତନ ଉପରେ ତିଳ ଥିଲେ ନିଶ୍ଚୟ ଦେଖନ୍ତୁ- Ajira Anuchinta

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ମଣିଷର ଶରୀରର କଳାଜାଇ ଆଧାରରେ ତାର ବର୍ତ୍ତମାନ ଓ ଭବିଷ୍ୟତ ସହ କିଛି ବିଷୟ ବସ୍ତୁ ଜାଣିବା ବିଷୟରେ କୁହାଯାଇଛି । ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ କଳାଜାଇ ର ନକ୍ଷତ୍ର ମାନଙ୍କ ସହ ଘନିଷ୍ଠ ସମ୍ପର୍କ ରହିଥାଏ । ମନୁଷ୍ୟ ଯେଉଁ ରାଶିରେ ଜନ୍ମ ହୋଇଥାଏ ସେହି ଅନୁଯାୟୀ ତାର ଶରୀରରେ କଳାଜାଇ ରହିଥାଏ । ଯଦି କୌଣସି ବ୍ଯକ୍ତିର ଜନ୍ମ ମେଷ ରାଶିରେ ହୋଇଥାଏ ତେବେ ତାର ମୁହଁ ବା ମୁଣ୍ଡରେ କଳାଜାଇ ରହିଥାଏ । ଯଦି ଜନ୍ମ ସମୟରେ ବୃଷ ରାଶି ହୋଇଥାଏ ତେବେ ଗଳାରେ କଳାଜାଇ ହୋଇଥାଏ । ଆଜି ଆମେ ଆପଣଙ୍କୁ ବ୍ୟକ୍ତିର କେଉଁ ଅଙ୍ଗରେ କଳାଜାଇ ରହିଲେ କଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- କୌଣସି ବ୍ଯକ୍ତିର ଆଖିର ଉପରେ କଳାଜାଇ ରହିଥାଏ ତେବେ ସେହି ବ୍ୟକ୍ତି ଠାରେ ପ୍ରତିଭା ରହିଥାଏ । ଯଦି ବ୍ଯକ୍ତିର ଆଖିର ସାମାନ୍ଯ ତଳକୁ କଳାଜାଇ ରଥିଥାଏ ସେହି ବ୍ୟକ୍ତି ବିଶ୍ଵସ୍ତ, ସରଳ ସ୍ଵଭାବର ହୋଇଥାଏ ।

୨- କୌଣସି ବ୍ୟକ୍ତିର ମୁଣ୍ଡର ଡାହାଣ ପଟେ କଳାଜାଇ ରହିଥାଏ ତେବେ ଅପ୍ରତ୍ୟଶିତ ଧନ, ସମ୍ମାନ ପ୍ରାପ୍ତ କରିଥାଏ । ଯଦି କଳାଜାଇ ବାମ ପଟେ ରହିଥାଏ ତେବେ ଜୀବନରେ ବାରମ୍ବାର ନିରାଶର ସାମନା କରିବାକୁ ପଡିଥାଏ ।

୩- ଯେଉଁ ବ୍ଯକ୍ତିର ନାକରେ କଳାଜାଇ ରହିଥାଏ ସେ ସଚ୍ଚା ମିତ୍ରା ହୋଇଥାଏ । ନିଜ ବନ୍ଧୁତା ପାଇଁ ବଡରୁ ବଡ ତ୍ୟାଗ କରିଥାଏ । ତାର ଦାଂପତ୍ଯ ଜୀବନ ସୁଖୀ ହେବ ସହ ଅଧିକ ଧନ ଲାଭ କରିଥାଏ ଜୀବନରେ । କୌଣସି କାମ କରିବାକୁ ଭୟ କରେ ନାହି ।

୪- ଯେଉଁ ବ୍ୟକ୍ତିଙ୍କର କାନରେ କଳାଜାଇ ଥାଏ ସେମାନେ ଆଶା ଠାରୁ ଅଧିକ ଧନ ଲାଭ କରିଥାନ୍ତି । ଓଠରେ କଳାଜାଇ ଥିଲେ ବ୍ୟକ୍ତି ପ୍ରେମ ମାମଲାରେ ଅଧିକ ରୁଚି ରଖିଥାଏ । ପ୍ରେମ ଜୀବନରେ ସଫଳତା ମଧ୍ୟ ପ୍ରାପ୍ତ ହୋଇଥାଏ ।

୫- ଯଦି କୌଣସି ସ୍ତ୍ରୀ ର ବାମ ପଟ ସ୍ତନରେ କଳାଜାଇ ଥାଏ ତେବେ ସେ ଆଲସୀ ହେବ କାରଣରୁ ନିଜର ଓ ପରିବାରର ସୁଖ ଶାନ୍ତି ନଷ୍ଟ କରି ଦେଇଥାଏ । ଯଦି ସ୍ତ୍ରୀ ଦୃଢ ଇଚ୍ଛା ଶକ୍ତି ଓ ଅନୁଶାସନର ସାହାରା ନେଇଥାଏ ତେବେ ପରିବାରକୁ ସୁଖୀ ରଖିପାରେ ।

୬- କୌଣସି ସ୍ତ୍ରୀ ର ଡାହାଣ ପଟ ସ୍ତନରେ କଳାଜାଇ ଥାଏ ତେବେ ସେ ସକ୍ରିୟ, ବୁଦ୍ଧିମାନ ହୋଇଥାଏ । ଏଭଳି ସ୍ତ୍ରୀ ଧନ ଅର୍ଜିତ କରିବା ସହ ବୈଭବ ଓ ବିଳାସିତ ଜୀବନ ବ୍ଯତୀତ କରିଥାଏ ।

୭- ଯଦି କୌଣସି ପୁରୁଷର ନାଭିରେ କଳାଜାଇ ଥାଏ ସେ ଭାଗ୍ଯବାନ ହୋଇଥାଏ । ସବୁ ପ୍ରକାରର ସୁଖ ପ୍ରାପ୍ତ କରିଥାଏ । ଯଦି କୌଣସି ସ୍ତ୍ରୀର ନାଭିରେ କଳାଜାଇ ତେବେ ତା ମନରେ ବହୁତ ସାରା ସନ୍ତାନର ମା ହେବାର ଇଚ୍ଛା ରହିଥାଏ ।

୮- କୌଣସି ବ୍ଯକ୍ତିର ହାତରେ କଳାଜାଇ ଥିଲେ ସୌଭଗ୍ୟବାନ ହୋଇଥାଏ । ଏମିତି ବ୍ୟକ୍ତି ସ୍ୱାସ୍ଥ୍ୟ, ସୁଖ, ଧନ, ଉତ୍ତମ ସନ୍ତାନ ପ୍ରାପ୍ତ କରିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *