ବିଛଣା ତଳେ ଭୁଲରେ ବି ରଖନ୍ତୁ ନାହିଁ ଏହି 3 ଟି ଜିନିଷ, ନଚେତ ଧିରେ ଧିରେ ହୋଇଯିବ ସର୍ବନାଶ…. Vaastu Shastra

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଏପରି ଗୋଟେ ବିଷୟ ଯାହା ଆମ ଘରେ ପଜେଟିଭ ଊର୍ଜା ବୃଦ୍ଧି କରିଥାଏ ଓ ନେଗେଟିଭ ଊର୍ଜା ହ୍ରାସ କରିବାକୁ ସାହାଜ୍ୟ କରିଥାଏ । ଗୃହରେ ସୁଖ ଶାନ୍ତି ଓ ଧନ ସମ୍ପତି ବଜାୟ ରଖିବା ପାଇଁ ପରିବେଶରେ ପଜେଟିଭ ରହିବା ଜରୁରୀ ଅଟେ । ଯଦି ଆପଣଙ୍କ ଗୃହରେ ଜିନିଷ ଗୁଡିକ ବାସ୍ତୁର ନିୟମ ଅନୁସାରେ ନାହି ତେବେ ନେଗେଟିଭ ଶକ୍ତି ବଢିଯିବା ସହ ପରିବାରର ବିନାଶ ଦିଗକୁ ଅଗ୍ରସର ହୋଇଥାଏ ।

ଆଜି ଆମେ ଆପଣଙ୍କୁ କହିବୁ ଖଟ ସହ ଜଡିତ କିଛି ବାସ୍ତୁ ଶାସ୍ତ୍ର ବିଷୟରେ । ୧- ଚପଲ ବା ଜୋତା : ପଲଙ୍କ ତଳେ ଭୁଲରେ ବି ଚପଲ ବା ଜୋତା ରଖନ୍ତୁ ନାହି । କିଛି ଲୋକ ସ୍ଥାନର ଅଭାବ କାରଣରୁ ଏହାକୁ ଖଟ ତଳେ ରଖିଥାନ୍ତି । ଯଦି ଏମିତି କରନ୍ତି ତେବେ ନିଜ ଅଭ୍ୟାସକୁ ସୁଧାରି ଦିଅନ୍ତୁ । ଏହାକୁ ଖଟ ତଳେ ରଖିବା ଦ୍ଵାରା ରାତିରେ ନେଗେଟିଭ ଊର୍ଜା ପ୍ରଭାବିତ ହୋଇଥାଏ । ଏହା ଆଗକୁ ଯାଇ ଆପଣଙ୍କ ବିନାଶର କାରଣ ହୋଇପାରେ ।

୨- ଗୋଡପୋଛା : ଅଧିକାଂଶ ଲୋକ ଗୋଡପୋଛା କୁ ଖଟ ଅଲେ ଗୋଡ ପୋଛିବାକୁ ପକାଇଥାନ୍ତି । କାରଣ ବିଛଣା ଉପରକୁ ଶୋଇବାକୁ ଯିବା ବେଳେ ପାଦ ପୋଛିବାକୁ ଗୋଡାପୋଛା ପକାଯାଏ । ଏହାକୁ ଖଟ ର କିଛି ଦୂରତାରେ ରଖନ୍ତୁ । କିନ୍ତୁ ପଲଙ୍କ ତଳକୁ ଯେମିତି ନ ରଖନ୍ତୁ । ଏହା ଦ୍ଵାରା ନେଗେଟିଭ ଶକ୍ତି ଉତପନ ହୋଇଥାଏ ।

୩- ଫାଟ : ଆପଣ ଯେଉଁ ଠାରେ ଶୋଉ ଛନ୍ତି ତାହା ତଳେ ସେଠାରେ ଯେମିତି ଫାଟ ନ ଥିବା ଉଚିତ । ଯେଉଁ ଖଟ ରେ ଶୋଉ ଛନ୍ତି ସେଥିରେ ଫାଟ ନ ଥିବା, ଯେଉଁ ଭୂମିରେ ଶୋଉ ଛନ୍ତି ବା ପଲଙ୍କ ରଖା ଯାଇଛି ସେଥିରେ ମଧ୍ୟ ଫାଟ ନ ଥିବା ଉଚିତ । ଏହା ଦ୍ଵାରା ଗୃହକୁ ଦାରିଦ୍ରତା ଆସିଥାଏ । ଏହା ଫଳରେ ଗୃହରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହା ସହ ବହୁତ ଦୁର୍ଘଟଣା ଘଟିଥାଏ ଏବଂ ରୋଗ ବ୍ୟାଧି ହୋଇଥାଏ ।

ଏହି ଫାଟ ନିଜର ଓ ଅନ୍ୟ ମାନଙ୍କର ନେଗେଟିଭ ଶକ୍ତି କୁ ଆକର୍ଷିତ କରିଥାଏ । ଏଥିପାଇଁ ଯଦି ଆପଣ ଭାଙ୍ଗିଥିବା ବା ଫାଟ ସୃଷ୍ଟି ହୋଇଥିବା ଖଟ ଉପରେ ଶୋଉ ଛନ୍ତି ତେବେ ଏହାକୁ ଠିକ କରି ନିଅନ୍ତୁ । ଯଦି ଆପଣ ନିଜ ଗୃହକୁ ଦାରିଦ୍ରତା ରୁ ରକ୍ଷା କରିବାକୁ ଚାହୁଁ ଛନ୍ତି ତେବେ ବାସ୍ତୁ ଶାସ୍ତ୍ର ର ଏହି ସବୁ ନିୟମକୁ ନିଶ୍ଚୟ ପାଳନ କରନ୍ତୁ ।

ଏହି ସବୁ ନିୟମର ପାଳନ କରିଲେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଓ ଧନର ଆଗମନ ହେବ । ଯାହା ଦ୍ଵାରା ଆପଣ ଦାରିଦ୍ରତା ରୁ ରକ୍ଷା ପାଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *