ବିଧବା ଯୋଗ – ଆପଣଙ୍କ ଜାତକରେ ଅଛିକି ! କେମିତି ଖଣ୍ଡନ ହୁଏ ଜାଣନ୍ତୁ, ଭୟଙ୍କର କଥା… ଜଲ୍ଦି ଜାଣନ୍ତୁ ଓ ସତର୍କ ହୁଅନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ସୁନ୍ଦର ବିଷୟ ବସ୍ତୁ ନେଇ ଆସିଛୁ । ଏହା ନାରୀ ଜୀବନର ଦୁର୍ଭାଗ୍ୟଜନିତ ହୋଇଥାଏ ଯାହାକୁ ଆମେ ବିଧବା ଯୋଗ କହିଥାଉ । ଯଦି କୌଣସି ନାରିଙ୍କ ଜୀବନରେ ବିଧବା ଯୋଗ ଅଛି ତେବେ ତାହା କିପରି ଖଣ୍ଡନ କରି ହେବ ସେହି ବିଷୟରେ ଆମେ ଆପଣଙ୍କ ସହ ଆଲୋଚନା କରିବା ଯାଉଛୁ । ଯଦି କୌଣସି ନାରୀର ବିଧବା ଯୋଗ ଭଙ୍ଗ ହୋଇଥାଏ ତେବେ ତାର ଜୀବନ ସୁଖମୟ ହେବ । କିନ୍ତୁ ଯଦି ବିଧବା ଯୋଗ ଭଙ୍ଗ ନ ହେଉଛି ତେବେ ନାରୀ ଜୀବରେ ଦୁର୍ଭାଗ୍ୟ ଆଣିଥାଏ ।

ବିଧବାକୁ ବିଚାର କରିଲେ ୩ଟି ସ୍ଥିତି ଯେମିତି ବିବାହର କିଛି ଦିନ ବା ବିବାହର ୨ରୁ ୩ ବର୍ଷ ମଧ୍ୟରେ ଯଦି କାହାର ସ୍ଵାମୀ ମୃତ୍ୟୁବରଣ କରିଥାଏ କିମ୍ବା ବିବାହର ୨୫ରୁ ୩୦ ବର୍ଷ ପରେ ସ୍ବାମୀଙ୍କ ମୃତ୍ୟୁ ହୋଇଥାଏ ତେବେ ତାହା ବେସୀ ଦୁର୍ଭାଗ୍ୟଜନକ ହୋଇ ନ ଥାଏ । ଏହା ସହ ବୃଦ୍ଧ ଅବସ୍ଥାରେ ଯଦି ବିଧବା ଯୋଗ ହୁଏ ତେବେ ଦୁର୍ଭାଗ୍ୟଜନକ ହୁଏ ନାହି । କିନ୍ତୁ ପ୍ରାରମ୍ଭିକ ଜୀବନରେ ବିଧବା ଯୋଗ ଦୁଖଦାୟକ ଅଟେ ।

କିନ୍ତୁ ମୃତ୍ୟୁ କେବେ କାହାକୁ ଆସିବ ତାହା କେହି କହି ପାରିବେ ନାହି । କୌଣସି ଜ୍ଯୋତିଷ ବା ପଣ୍ଡିତଙ୍କ ଅଧୀନରେ ମୃତ୍ୟୁ ନ ଥାଏ ବରଂ ସେମାନେ ସୂଚନା ଦେଇଥାନ୍ତି । କିନ୍ତୁ କିଏ କେତେବେଳେ ମୃତ୍ୟୁବରଣ କରିବ ତାହା ଭଗବାନ ସ୍ଥିର କରିଥାନ୍ତି । କାରଣ ଜନ୍ମ ମୃତ୍ୟୁ ଈଶ୍ବରଙ୍କ ଅଧୀନରେ ଥାଏ ।

ଏମିତିକି ଦେଖା ଯାଇଛି ଗୋଟେ ସ୍ତ୍ରୀ ର ସତୀ ଗୁଣ, ପତୀବ୍ରତା ଓ ଈଶ୍ବରଙ୍କ ପ୍ରତି ଭକ୍ତି ଆରାଧନା ତାର ଆୟୁଷ ବୃଦ୍ଧି କରାଇଥାଏ । କର୍ମ ଦ୍ଵାରା ଭାଗ୍ୟ ନିଶ୍ଚୟ ପରିବର୍ତ୍ତନ ହୋଇଥାଏ । ଯାହା କି ଗୀତାରେ ଲେଖାଯାଇଛି । ଯଦି ସପ୍ତାମାଧିପତି ଓ ଅଷ୍ଟମାଧିପତି ଦୁଇ ଭାଗର ଗ୍ରହ ପାପ ଗ୍ରହଙ୍କ ସହିତ ଷଷ୍ଠ ଓ ଦ୍ଵାଦଶ ଭାଗରେ ବସିଛନ୍ତି ତା ହେଲେ ସ୍ତ୍ରୀ ବିଧବା ହୋଇଥାଏ ବୋଲି ଜ୍ଯୋତିଷ ଶାସ୍ତ୍ରରେ କୁହାଯାଇଛି ।

ସପ୍ତାମାଧିପତି ଓ ଅଷ୍ଟମାଧିପତି ଯୋଗ ହେଲେ ମଧ୍ୟ ବିଧବା ଯୋଗ ସୃଷ୍ଟି ହୋଇଟହାଏ । ସପ୍ତମ ଭାଗରେ ମଙ୍ଗଳ ଥାଇ ପାପ ଗ୍ରହ ରାହୁ, ଶନି କେତୁଙ୍କ ସହ ଯୋଗ ରହିଛି ଓ ସପ୍ତମାଧିପତି ସଂପୂର୍ଣ୍ଣ ରୂପେ ଦୁର୍ବଳ ରହିଛି ତା ହେଲେ ନାରୀ ବିଧବା ହୋଇଥାଏ । ଯଦି ଲଗ୍ନରେ ମଙ୍ଗଳ ରହିଛି ଓ ସପ୍ତମରେ ଶନି ରହିଛି ଓ ଅଷ୍ଟମରେ ରହୁ ରହକିହି ତେବେ ନାରୀ ବିଧବା ଯୋଗ ରହିଥାଏ ।

ମଙ୍ଗଳ ସପ୍ତମ ଓ ଅଷ୍ଟମ ଭାଗରେ ରହିଛି ଓ ସଂପୂର୍ଣ୍ଣ ରୂପେ ରାହୁ, କେତୁ, ଶନିଙ୍କ ପ୍ରଭାବରେ ରହିଛି ତେବେ ବିଧବା ଯୋଗ ଥାଏ । ଏବେ ଆସନ୍ତୁ ଜାଣିବା ବିଧବା ଯୋଗ କେମିତି ଭଙ୍ଗ ହୋଇଥାଏ । ଯଦି ସପ୍ତମାଧିପତି ଜନ୍ମ ଜାତକରେ ସଂପୂର୍ଣ୍ଣ ରୂପରେ ବଳବାନ ଅଛନ୍ତି ଓ ସପ୍ତମ ସ୍ଥାନକୁ ଶୁଭ ଗ୍ରହ ବୃହସ୍ପତିଙ୍କ ଦ୍ରୁଷ୍ଟି ରହିଛି ଏବଂ ଶୁକ୍ରଙ୍କର ଦ୍ରୁଷ୍ଟି ରହିଛି ଯାହା ଫଳରେ ବିଧବା ଯୋଗେ ହେଲେ ବି ତାହା ଖଣ୍ଡନ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *