ବିଲେଇ ଦେଇଥାଏ ଭାଗ୍ୟ ବଦଳିବାର 10ଟି ସଂକେତ, ଜାଣନ୍ତୁ କେମିତି

ବନ୍ଧୁଗଣ ଆପଣ ମାନେ ଦେଖିଥିବେ କି ଅନେକ ଲୋକ ବିଲେଇ ଘରେ ରଖିବାକୁ ଭଲ ପାଇଥାନ୍ତି । ବିଲେଇ ଘରେ ରଖିବା ଜଣ ଜଣଙ୍କର ସଉକ ମଧ୍ୟ ହୋଇଥାଏ । ବିଲେଇ ଘରେ ରହିଲେ ଅନେକ ପ୍ରକାରର ଶୁଭ ଓ ଅଶୁଭ ସଂକେତ ମଧ୍ୟ ଦେଇଥାଏ ଯାହା ବିଷୟରେ ଖୁବ କମ ଲୋକେ ଜାଣି ଥାନ୍ତି । ବିଲେଇ ଏମିତି ଏକ ଜୀବ ଯେ ଯଦି ରାସ୍ତା ରେ ଯାଉଥିବା ସମୟରେ ବିଲେଇ ଦେଖି ନିଅନ୍ତି ତେବେ ଅଶୁଭ ବୋଲି କୁହାଯାଏ । ଆଜି ଆମେ ଆପଣଙ୍କୁ ବିଲେଇ ର କିଛି ଶୁଭ ଅଶୁଭ ସଂକେତ ବିଷୟରେ କହିବାକୁ ଯାଉଛୁ ।

୧- ବିଲେଇ ଘରକୁ ଆସି କାନ୍ଦିଲେ ଅଶୁଭ ସଂକେତ ହେବା ସହ ଆପଣଙ୍କ ଘରେ କିଛି ବଡ ଦୁର୍ଘଟଣା ହୋଇପାରେ ।

୨- ବିଲେଇ ଘରେ ମାଂସ ଖଣ୍ଡ ବା ହାଡ ଖଣ୍ଡ ପକାଇ ଦେଲେ ଅଶୁଭ ମାନାଯାଏ । ଏହା ଦ୍ଵାରା ଘରର ମୁଖିଆଙ୍କ ଉପରକୁ ବଡ ବିପଦ ଆସିବାର ସୂଚନା ମିଳିଥାଏ ।

୩- ବିଲେଇ ସକାଳୁ ସକାଳୁ ଘରକୁ ଆସିଲେ ଶୁଭ ହୋଇଥାଏ । କାରଣ ସକାଳ ସମୟରେ ବିଲେଇ ଆସିଲେ ସେହି ଦିନ ଧନର ବର୍ଷା ହେବାର ସଂକେତ ମିଳିଥାଏ ଓ କାର୍ଯ୍ୟରେ ସଫଳତା ଆମିଳିଥାଏ ।

୪- ଯଦି ବିଲେଇ ଘରେ ଛୁଆ ଜନ୍ମ କରେ ତେବେ ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଘରକୁ କୌଣସି ନବଜାତ ଶିଶୁର ଆଗମନ ହେବାକୁ ଯାଉଛୁ । ଏହା ସହ ପଜେଟିଭ ଉର୍ଜ ସୃଷ୍ଟି ହୋଇଥାଏ ।

୫- ଯଦି ଆପଣଙ୍କ ସ୍ଵପ୍ନ ରେ ବିଲେଇ ଆସିଥାଏ ତେବେ ଶୁଭ ହୋଇଥାଏ । ଏହା ଦ୍ଵାରା ଘରର ସମସ୍ଯା, ସଙ୍କଟ, କରଜ ଆଦି ଦୂର ହେବାର ସୂଚନା ମିଳିଥାଏ ।

୬- ଯଦି ବିଲେଇ ଘରକୁ ଆସି ପାଇ ପିଇଥାଏ ତେବେ ଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା ଧନ ଆଗମନର ସୂଚନା ଦେଇଥାଏ । ବିଲେଇ କ୍ଷୀର ଲୁଚିକି ପିଇଲେ ଅଶୁଭ ସଂକେତ ହେବା ସହ ଖରାପ ହୋଇଥାଏ ।

୭- ଯଦି ଆପଣ ଉଦାସ ଅବସ୍ଥାରେ ବିଲେଇ ଦେଖନ୍ତୁ ତେବେ ଅଶୁଭ ହୋଇଥାଏ । ମାନାଯାଏ କି ଆପଣଙ୍କ ଘରେ ବହୁତ କିଛି ଘଟଣା ଘଟିପାରେ ।

୮- ଯଦି ଯାତ୍ରା ସମୟରେ ଆପଣ କଳା ବିଲେଇ ଦେଖନ୍ତି ତେବେ ଅଶୁଭ ସଂକେତ ହୋଇଥାଏ । ଅଚାନକ ବିଲେଇ ଦେଖାଗଲେ ସତର୍କ ରୁହନ୍ତୁ ନଚେତ ଯାତ୍ରା ରୋକୀ ଦିଅନ୍ତୁ । ଯଦି କାମ ଅଧିକ ଜରୁରୀ ହୋଇଥାଏ ତେବେ କିଛି ସମୟ ରହି ତା ପରେ ଯାଆନ୍ତୁ ।

୯- ଯଦି କଳା ବିଲେଇ ଆପଣଙ୍କ ଉପରକୁ ପଞ୍ଚା ମାରୁଛି ତେବେ ଜାଣିବେ ଆପଣଙ୍କ ସହ କିଛି ଖରାପ ହେବାକୁ ଯାଉଛି । ତେଣୁ ସତର୍କ ରହିବାର ଅଛି ।

୧୦- ଯଦି ବିଲେଇ ମାନେ କଳହ କରୁଥିବାର ଦେଖନ୍ତି ତେବେ ଅଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଘର ପରିବାରରେ କଳହ ହେବାର ସୂଚନା ଦେଇଥାଏ । ବନ୍ଧୁଗଣ ଆପଣାକୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *