ଚକଟା ଅଟାକୁ ଫ୍ରିଜରେ ରଖୁଥିଲେ ଏହାକୁ ନିଶ୍ଚୟ ଦେଖନ୍ତୁ, ନଚେତ ହେବ ଭୟଙ୍କର କ୍ଷତି

ନମସ୍କାର ବନ୍ଧୁଗଣ, କିଛି ମହିଳା ଅଟା ଚକଟୁଥିବା ସମୟରେ ଭାଗ ମାପ ନ ପାଇ ବା ଅନ୍ୟ କୌଣସି କାରଣ ପାଇଁ ବେଶି ଅଟା ଚକଟି ଦେଇଥାନ୍ତି । ତେଣୁ ସେମାନେ ଭାବନ୍ତି ଅଧିକ ହୋଇଥିବା ଅଟାକୁ ଫ୍ରିଜରେ ରଖି କାଲି ପୁଣି ସେଥିରେ ରୁଟି କରିବା ପାଇଁ । ତେବେ ଏହି କାମ କରୁଥିବା ମହିଳା ମାନଙ୍କୁ କଣ ଜଣା ଏହା କରିବାର ପରିଣାମ କଣ ହୋଇଥାଏ ? ତେଣୁ ଅଟାକୁ ଫ୍ରିଜରେ ରଖି କାହିଁକି ବ୍ୟବହାର କରିବା ଅନୁଚିତ ତାହା ଏହି ପୋଷ୍ଟ ମାଧ୍ୟମରେ ଜାଣନ୍ତୁ ।

କିଛି ମହିଳା ଜାଣି ଶୁଣି ନିଜର କାମ କମ କରିବା ପାଇଁ ଅଧିକ ଅଟା ଆଜି ଚକଟି ତାକୁ ଫ୍ରିଜରେ ରଖିଥାନ୍ତି କାଲି ବ୍ୟବହାର କରିବା ପାଇଁ । କିନ୍ତୁ ବଳକା ଅଟାକୁ ଫ୍ରିଜରେ ରଖିବା ଆପଣଙ୍କ ପାଇଁ ବହୁତ କ୍ଷତିକାରୀ ସାବ୍ୟସ୍ତ ହୋଇଥାଏ । ଅଟାକୁ ଆପଣ ଦୁଇ ତିନି ଘଣ୍ଟା ପର୍ଯ୍ୟନ୍ତ ଚକଟି ସାରିଲା ପରେ ରଖି ରୁଟି କରିପାରିବେ ।

ଅଧିକ ସମୟଧରି ରହୁଥିବା ଚକଟା ଅଟାରେ କିଛି ରାସାୟନିକ ପରିବର୍ତ୍ତନ ହୋଇଥାଏ । ଏହା ଆପଣଙ୍କ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଯଦି ଆମେ ଏହାକୁ ଆୟୁର୍ବେଦ ଆଧାରରେ ଦେଖିବା ତେବେ ଏହାର ଉଲ୍ଲେଖ ମଧ୍ୟ ମିଳିବ ଆପଣ ମାନଙ୍କୁ । ତେଣୁ ଫ୍ରିଜରେ ଅଟା ରଖିବା ଉଚିତ ନୁହେଁ । ଶାସ୍ତ୍ର ଅନୁଯାୟୀ ବାସି ଭୋଜନକୁ ଭୂତର ଭୋଜନ ସଙ୍ଗେ ସମାନ କରାଯାଇଛି ।

ଫ୍ରିଜରେ ରହିଥିବା ଅଟା ଅଶୁଭ ଶକ୍ତି  ମାନଙ୍କୁ ବା ନକରାତ୍ମକ ଶକ୍ତିକୁ ଆପଣଙ୍କ ଘରକୁ ଆମନ୍ତ୍ରିତ କରିବାରେ ସାହାର୍ଯ୍ୟ କରିଥାଏ । ଯେଉଁ ମାନେ ମୃତ୍ୟୁ ପରେ ପିଣ୍ଡ ଗ୍ରହଣ କରିନଥାନ୍ତି ବା ବଞ୍ଚିତ ଥାନ୍ତି ସେମାନେ ଏହି ଫ୍ରିଜରେ ରଖା ଯାଇଥିବା ଅଟାରୁ ନିଜର ତୃପ୍ତି ପାଇବାର ରାସ୍ତା ଖୋଜିଥାନ୍ତି । ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କ ଘରେ ଆଳସ୍ୟ, କଳହ, କ୍ରୋଧ ଇତ୍ୟାଦି ବସା ବାନ୍ଧି ରହିଯାନ୍ତି ।

ବାସି ଭୋଜକୁ ଶାସ୍ତ୍ର ଅନୁଯାୟୀ ଭୁତ ଭୋଜନର ମାନ୍ୟତା ଦିଆ ଯାଇଛି । ତେଣୁ ଏହି ବାସି ଜିନିଷର ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତି ସବୁବେଳେ ରୋଗ ବ୍ୟାଧିରେ ଘାଣ୍ଟି ହୋଇ ଜୀବନ କଟାଇଥାନ୍ତି । ଏହା ହେଉଛି ମୁଖ୍ୟ କାରଣ ଅଟାକୁ ଫ୍ରିଜରେ ନ ରଖିବାର । କାରଣ ଯଦି କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ଥରେ ଆପଣଙ୍କ ଘର ଉପରେ ପଡେ ତେବେ ବହୁତ କଷ୍ଟ ସାଧ୍ୟ ହୋଇଥାଏ ଏଥିରୁ ମୁକୁଳିବା ପାଇଁ ।

ଆପଣଙ୍କ ଜୀବନରେ ଅନେକ କିଛି ବାଧା ବିଘ୍ନ ଆସିଥାଏ ଏହି ଅଶୁଭ ପ୍ରଭାବ ହେତୁ । ଯାହା ଆପଣଙ୍କ ଜୀବନରୁ ଶାନ୍ତି ଛଡାଇ ନେଇଥାଏ । ତେଣୁ ଆପଣ ଭୁଲରେ ମଧ୍ୟ ଫ୍ରିଜରେ ଅଟା ରଖି ନିଜ ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରନ୍ତୁ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *