ମନ୍ଦିରରୁ ଫେରିବାବେଳେ ଏହି ଭୁଲ କରନ୍ତୁ ନାହିଁ, ମିଳିଥାଏ ପୂଜାର ଓଲଟା ଫଳ

ନମସ୍କାର ବନ୍ଧୁଗଣ, ଲୋକମାନେ ମନ୍ଦିର ଯିବା ପୂର୍ବରୁ ନିଜକୁ ସ୍ଵଚ୍ଛ ଓ ଅନେକ ନୀତି ନିୟମର ପାଳନ କରି ମନ୍ଦିରକୁ ପୂଜା କରିବା ପାଇଁ ଯାଇଥାନ୍ତି । ଏବଂ ମନ୍ଦିରରୁ ପୂଜା କରି ଆସିବା ପରେ ଭବିଥାନ୍ତି ସବୁ କାମ ସରିଗଲା ଏବେ ଆଉ କୌଣସି ଜିନିଷର ଧ୍ୟାନ ନ ରଖିଲେ ଚଳିବ । କିନ୍ତୁ ଏହା ଆପଣଙ୍କର ବହୁତ ବଡ ଭୁଲ ହୋଇଥାଏ । କାରଣ ମନ୍ଦିରରୁ ଆସିଲା ବେଳେ ମଧ୍ୟ ଅନେକ ଜିନିଷର ଧ୍ୟାନ ରଖିବା ଉଚିତ । ତେବେ ଆସନ୍ତୁ ଜାଣିବା ମନ୍ଦିରରୁ ଫେରିଲା ବେଳେ କେଉଁ ଭୁଲ କରିବା ଅନୁଚିତ ।

ଆପଣ ମନ୍ଦିରରେ ପୂଜା କରିସାରିବା ପରେ ମନ୍ଦିର ଚାରିପଟେ ପରିକ୍ରମା ନିହାତି କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଶୁଭଫଳ ମିଳିଥାଏ । ଯଦି ଆପଣ ପୂଜା ପରେ କିଛି ନିୟମ ନ ମାନିଥାନ୍ତି ତେବେ ଆପଣଙ୍କ ପୂଜା ସଫଳ ହୁଏ ନାହିଁ । ମନ୍ଦିର ପରିକ୍ରମା କରୁଥିବା ସମୟରେ ନିଜ ମନକୁ ଶୁଦ୍ଧ ରଖିବା ସହ ମନକୁ ଶାନ୍ତ ରଖନ୍ତୁ ।

ଏହି ସମୟରେ ଆପଣ ସଂସାର ନିଜ ପରିବାର ଇତ୍ୟାଦି କଥାକୁ ଭାବିବା ଅନୁଚିତ । ପରିକ୍ରମା କରୁଥିବା ସମୟରେ କାହା ସହ ମଧ୍ୟ କୌଣସି କଥାର ଚର୍ଚ୍ଚା କରିବା ଉଚିତ ହୋଇନଥାଏ । ମନ୍ଦିର ପରିକ୍ରମା କରୁଥିବା ସମୟରେ ଆପଣ ନିଜ ମନରେ ପ୍ରିୟ ଦେବା ଦେବୀଙ୍କ ନାମକୁ ସ୍ମରଣ କରିବା ଉଚିତ । ପରିକ୍ରମା ସମୟରେ ଆପଣ କୌଣସ ମନ୍ତ୍ର ମଧ୍ୟ ଜପ କରିପାରିବେ ଯାହା ଆପଣଙ୍କର ପ୍ରିୟ ହେଇଥିବ ।

ଧ୍ୟାନ ରଖିବେ ପରିକ୍ରମା କରିବା ସମୟରେ ଧୀରେ ଚାଲନ୍ତୁ ନାହିଁ । କିମ୍ବା ଦଉଡି ମଧ୍ୟ ପରିକ୍ରମା କରନ୍ତୁ ନାହିଁ । ନିଜର ସାମାନ୍ୟା ଗତିରେ ପରିକ୍ରମାକୁ ପୁରା କରନ୍ତୁ । ପରିକ୍ରମା କରୁଥିବା ସମୟରେ କେବେ ମଧ୍ୟ ପଛକୁ ଫେରିବା ଉଚିତ ହୋଇନଥାଏ । ପରିକ୍ରମା ପୁରା କରି ସାରିବା ପରେ ପିଠି ଦେଖାଇ ବାହାରକୁ ଆସନ୍ତୁ ନାହିଁ । ଏହାକୁ ଅଶୁଭ ମନାଯାଇଥାଏ ।

ବେଢାର ପରିକ୍ରମା କରୁଥିବା ସମୟରେ ମଝିରେ ଅଟକିବା ଉଚିତ ନୁହେଁ । ଭଗବାନ ଗଣେଶଙ୍କର 3ଥର ପରିକ୍ରମା କରିବା ବିଧି ରହିଛି । ଭଗବାନ ଶିବଙ୍କର ଅଧା ପରିକ୍ରମା କରାଯାଏ । ଏବଂ ତାଙ୍କ ସହ ରହିଥିବା ଅନ୍ୟ ଭଗାବାନଙ୍କର 4ଥର ପରିକ୍ରମା କରିବା ଉଚିତ । ଭଗବାନ ଶନିଦେବଙ୍କର 3ଥର ପରିକ୍ରମା କରନ୍ତୁ । ଓସ୍ତ ଗଛର 7ଥର ପରିକ୍ରମା କରିବା ବିଧାନ ରହିଛି ।

ଆପଣ ମନ୍ଦିରରୁ ପୂଜା କରି ଆସିବା ପରେ ଏହି କଥାର ଧ୍ୟାନ ରଖିବା ନିହାତି ଜରୁରୀ ହୋଇଥାଏ । ଏହା ଆପଣଙ୍କ ଜୀବନରେ ଅନେକ ଖୁସି ଆଣିଥାଏ । ତେଣୁ ଆପଣ ମନ୍ଦିରୁ ପୂଜା ସାରି ଆସିବା ପରେ ମନ୍ଦିରର ପରିକ୍ରମା କରନ୍ତୁ ଏହା ଆପଣଙ୍କ ପୂଜାକୁ ସମ୍ପୂର୍ଣ କରିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *