ଚନ୍ଦ୍ର ଗ୍ରହଣ 2022, Novemebr 08 ରେ ଲାଗୁଛି ଭୟଙ୍କର ଚନ୍ଦ୍ରଗ୍ରହଣ, ଦେଖନ୍ତୁ ପାଳନ କରିବାର ସଠିକ ସମୟ, 8ଟି ରାଶି ହେବେ ମହାଭାଗ୍ୟଶାଳୀ

ନମସ୍କାର ବନ୍ଧୁଗଣ, ଆସୁଥିବା ପବିତ୍ର କାର୍ତ୍ତିକ ପୁର୍ଣିମା ଦିନ ଅର୍ଥାତ 8 ନଭେମ୍ବର ମଙ୍ଗଳବାର ଦିନ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ଚନ୍ଦ୍ର ଗ୍ରହଣ ସମୟରେ କଣ ସବୁ କରିବା ଉଚିତ ହୋଇଥାଏ । ଏବଂ କଣ ସବୁ କରିବା ଅନୁଚିତ ହୋଇଥାଏ । ଆପଣଙ୍କୁ କେଉଁ ସବୁ କଥାର ଧ୍ୟାନ ରଖିବାକୁ ପଡିଥାଏ । ଏହି ସମୟରେ ଆନେକ ନିୟମର ପାଳନ କରିବାକୁ ମଧ୍ୟ ପଡିଥାଏ । ନଚେତ ଏହାର କୁପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା ସମସ୍ତ କଥା ବିଷୟରେ ।

ଏହି ଚନ୍ଦ୍ର ଗ୍ରହଣ ବର୍ଷର ଶେଷ ଗ୍ରହଣ ଅଟେ । ଚନ୍ଦ୍ର ଗ୍ରହଣ ଲାଗିବାର ସମୟ ସୀମା ଜାଣନ୍ତୁ । 8 ନଭେମ୍ବର ମଙ୍ଗଳବାର: ଅପରାହ୍ନ 2ଟା 38 ମିନିଟ 14 ସେକେଣ୍ଡରେ ଆରମ୍ଭ ହେବ । ମଧ୍ୟ କାଳ ସମୟ 4ଟା 28 ମିନିଟ 17 ସେକେଣ୍ଡ ହେବ । 6ଟା 18 ମିନିଟ 47 ସେକେଣ୍ଡରେ ଗ୍ରହଣ ଶେଷ ହେବ ବା ମୋକ୍ଷ ପ୍ରାପ୍ତି ହେବ । ଏହି ଚନ୍ଦ୍ର ଗ୍ରହଣ 3 ଘଣ୍ଟା 38 ମିନିଟ 36 ସେକେଣ୍ଡ ପର୍ଯ୍ୟନ୍ତ ଲାଗି ରହିବ ।

ଓଡିଶାରେ ଦୃଶ୍ୟମାନ ହେବାର ସମୟ: ସନ୍ଧ୍ୟା 5 ଘଣ୍ଟା 10 ମିନିଟରେ ଆରମ୍ଭ ହେବ । ସନ୍ଧ୍ୟା 6ଟା 18 ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ଓଡିଶାରେ ଚନ୍ଦ୍ର ଗ୍ରହଣ 1 ଘଣ୍ଟା 8 ମିନିଟ 36 ସେକେଣ୍ଡ ରହିବ । ଗର୍ଭ ବତୀ ମହିଳାଙ୍କ ପାଇଁ ସୂଚନା: ଗ୍ରହଣ ଲାଗିବା ସମୟଟି ଗର୍ଭବତୀ ମହିଳା ମାନଙ୍କ ପାଇଁ ଅଶୁଭ ହୋଇଥାଏ । ସମାନେ ଚନ୍ଦ୍ର ଗ୍ରହଣ ଦେଖିବା ମଧ୍ୟ ନିଷେଧ ଅଟେ ।

ଏହି ଗ୍ରହଣ ସମୟରେ ଗର୍ଭବତୀ ମହିଳା ମାନେ କୌଣସି ଜିନିଷ କଟା କଟି କରିବା ଅନୁଚିତ । କୌଣସି କପଡା ମଧ୍ୟ ଏହି ସମୟରେ ସିଲେଇ କରନ୍ତୁ ନାହିଁ । ଚନ୍ଦ୍ର ଗ୍ରହଣ ସମୟରେ ନିଷେଧ ଥିବା କାର୍ଯ୍ୟ: ଏହି ଗ୍ରହଣ ସମୟରେ କେବେ ହେଲେ ରୋଷେଇ କାର୍ଯ୍ୟ କରନ୍ତୁ ନାହିଁ । ଏହାକୁ ବିଷ ସମାନ ମନାଯାଇଥାଏ ଶାସ୍ତ୍ରରେ । ଗ୍ରହଣ ସମୟରେ କିଛି ଖାଦ୍ୟ ମଧ୍ୟ ସେବନ କରନ୍ତୁ ନାହିଁ ।

ଏହାଦ୍ବାରା ଶରୀର ଉପରେ କୁପ୍ରଭାବ ପଡିଥାଏ । ଗ୍ରହଣ ସମୟରେ ପେଟ ଖାଲି ରହିବା ଉଚିତ । ଶୁଖିଲା ଖାଦ୍ୟ ତଥା ଫଳମୂଳ ଇତ୍ୟାଦି ଆପଣ ଖାଇପାରିବେ । ଗ୍ରହଣ ଲାଗିବା ସମୟରେ ଠାକୁର ପୂଜା କରିବା ଅନୁଚିତ । ଏହି ସମୟରେ ଠାକୁର ଘରକୁ ସମ୍ପୂର୍ଣ ଭାବରେ ବନ୍ଦ କରି ରଖନ୍ତୁ । ଚନ୍ଦ୍ର ଗ୍ରହଣ ସମୟରେ କାହା ସହ କଳି ଝଗଡା କରନ୍ତୁ ନାହିଁ ।

ଗ୍ରହଣ ସମୟରେ କେବେ ବି ଭୁଲରେ ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ । ଶୁଭ ରାଶି: ମିଥୁନ, କର୍କଟ, ବିଛା, କୁମ୍ଭ । ଅଶୁଭ ରାଶି: ମେଷ, ବୃଷ, କନ୍ୟା, ମକର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *