8 November ମଙ୍ଗଳବାର, ଲାଗିବାକୁ ଯାଉଛି ବର୍ଷର ଶେଷ ଓ ଭୟଙ୍କର ଚନ୍ଦ୍ର ଗ୍ରହଣ, ଦେଖନ୍ତୁ ହାଣ୍ଡିଛାଡ ସଠିକ ସମୟ, ଏହି 4ଟି ରାଶି କୋଟିପତି 

ନମସ୍କାର ବନ୍ଧୁଗଣ, ଆସନ୍ତା ନଭେମ୍ବର ମାସ ୮ ତାରିଖ ମଙ୍ଗଳ ବାର ଦିନ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । କାର୍ତ୍ତିକ ପୁର୍ଣିମା ଦିନ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଓଡିଶା ସହ ଭାରତରେ ସମ୍ପୂର୍ଣ ଚନ୍ଦ୍ର ଗ୍ରହଣ ଭାବରେ ଦୃଶ୍ୟମାନ ହେବାକୁ ଯାଉଛି । ତେବେ ଆଜି ଆସନ୍ତୁ ଜାଣିବା ଗ୍ରହଣ ଲାଗିବାର ସଠିକ ସମୟ, ସୁତକ ସମୟର ପ୍ରାରମ୍ଭ, ଗର୍ଭବତୀ ମହିଳା ମାନେ କଣ କରିବା ଉଚିତ ଏହିସବୁ ବିଷୟରେ ଆଉ ଡେରି ନକରି ଆସନ୍ତୁ ଆଲୋଚନା କରିବା ।

ପାକ ନିଷେଧର ସମୟ ସୀମା: ୮ ନଭେମ୍ବର ୨୦୨୨ ମଙ୍ଗଳବାର ସକାଳ ୮ଟା: ୨୯ ମିନିଟ ଠାରୁ ଆରମ୍ଭ । ମଙ୍ଗଳବାର ସନ୍ଧ୍ୟା ୬: ୧୮ ମିନିଟରେ ଶେଷ ହେବ । ଚନ୍ଦ୍ରଗ୍ରହଣ ଲାଗିବାର ସମୟସୀମା: ୮ ନଭେମ୍ବର ମଙ୍ଗଳବାର ଦିନ ଅପରାହ୍ନ ୨ଟା : ୩୮ ମିନିଟ ୧୪ ସେକେଣ୍ଡରେ ଆରମ୍ଭ ହେବ ।  ମଧ୍ୟ କାଳ ସମୟ ୪ଟା : ୨୮ ମିନିଟ ୧୭ ସେକେଣ୍ଡରେ ଶେଷ ହେବ । ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ଗ୍ରହଣ ଶେଷ ହେବ ଏବଂ ମୋକ୍ଷ ପ୍ରାପ୍ତି ହେବ ।

ଏହି ସମୟରେ ଗର୍ଭବତୀ ମହିଳା ମାନେ କଣ କରିବା ଅନୁଚିତ: ଏହି ସମୟଟି ଗର୍ଭବତୀ ମହିଳା ମାନଙ୍କ ପାଇଁ ବହୁତ ଅଶୁଭ ହୋଇଥାଏ । ଗର୍ଭବତୀ ମହିଳା ମାନେ ସାବଧାନ ରହିବା ସହ ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ବାରଣ ମଧ୍ୟ କରାଯାଇଛି । ଗ୍ରହଣ ଲାଗିବା ସମୟରେ ଗର୍ଭବତୀ ମହିଳା ମାନେ କୌଣସି ଜିନିଷକୁ କଟା କଟି କରିବା ଅନୁଚିତ । କୌଣସି କପଡାକୁ ସିଲାଇ ମଧ୍ୟ କରନ୍ତୁ ନାହିଁ  ।

ଧାରୁଆ ଜିନିଷ ଠାରୁ ସମ୍ପୂର୍ଣ ଭାବରେ ଦୂରେଇ ରୁହନ୍ତୁ । ନଚେତ ଏହାର କୁପ୍ରଭାବ ଗର୍ଭ ଉପରେ ଥିବା ଶିଶୁ ଉପରେ ପଡିଥାଏ । ଗ୍ରହଣ ଲାଗୁଥିବା ସମୟରେ କେବେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ । ଗ୍ରହଣ ଲାଗିବା ସମୟରେ ବାହାରକୁ ବାହାରିବ ଅନୁଚିତ ଅଟେ । ଗ୍ରହଣ ସମୟରେ କେବେ ହେଲେ ଶୁଅନ୍ତୁ ନାହିଁ । ଚନ୍ଦ୍ର ଗ୍ରହଣ ଲାଗୁଥିବା ସମୟରେ ଆପଣ ଏକ ପାଣି ଥିବା ନଡିଆ ହାତରେ ଧରି ବସନ୍ତୁ । ଏହାଫଳରେ ଗ୍ରହଣର ଯାହା ପ୍ରଭାବ ପଡିଥାଏ ତାହାକୁ ସେହି ନଡିଆ ଶୋଷଣ କରିନେଇଥାଏ ।

ଏହି ସମୟରେ ଭଗବାନଙ୍କ ନାମ ଜପ କରନ୍ତୁ । ଗ୍ରହଣ ଲାଗିବା ସମୟରେ କେଉଁ କାର୍ଯ୍ୟ କରିବା ଅନୁଚିତ ଜାଣନ୍ତୁ: ଚନ୍ଦ୍ର ଗ୍ରହଣ ସମୟରେ ଖାଦ୍ୟ ତିଆରି କରିବା ଅନୁଚିତ । ଏହିସମୟରେ ତିଆରି ହୋଇଥିବା ଖାଦ୍ୟ ବିଷ ସମାନ ମନାଯାଏ । ଏହି ସମୟରେ ଖାଇବା ମଧ୍ୟ ଅନୁଚିତ । ଚନ୍ଦ୍ର ଗ୍ରହଣ ସମୟରେ ଖାଦ୍ୟ ଖାଇବା ଦ୍ଵାରା ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ । ଠାକୁର ପୂଜା କରିବା ମଧ୍ୟ ନିଷେଧ ଅଟେ । ଚନ୍ଦ୍ର ଗ୍ରହଣ ସମୟରେ କୌଣସି ଗଛକୁ ସ୍ପର୍ଶ କରନ୍ତୁ ନାହିଁ ।

ଶୁଭ ଅଶୁଭ ରାଶି: ମିଥୁନ, କର୍କଟ, ବିଛା ଓ କୁମ୍ଭ ରାଶି ଉପରେ ଚନ୍ଦ୍ର ଗ୍ରହଣର ଶୁଭ ପ୍ରଭାବ ରହିବାକୁ ଯାଉଛି । ସିଂହ, ତୁଳା, ଧନୁ, ମୀନ ରାଶି ଉପରେ ଚନ୍ଦ୍ର ଗ୍ରହଣର ସାମାନ୍ୟ  ପ୍ରଭାବ ପଡିବାକୁ ଯାଉଛି । ଅଶୁଭ ରାଶି ଗୁଡିକ ହେଉଛି ମେଷ ରାଶି, ବୃଷ ରାଶି, କନ୍ୟା ରାଶି, ମକର ରାଶି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *