କେବଳ ଥରେ ମାତ୍ର ପିଅନ୍ତୁ, ସକାଳୁ ପେଟ ସଫା ହୋଇଯିବ- Constipation Remedy

ନମସ୍କାର ବନ୍ଧୁଗଣ, ରୋଗ ବ୍ୟାଧିରେ ସମସ୍ତେ କଷ୍ଟ ପାଉଛନ୍ତି ଆଜିର ଏହି ଦୁନିଆରେ । କେହି କାହାକୁ ଦେଖି ଆଉ ଦୁଖ ବି ପ୍ରକାଶ କରୁନାହାନ୍ତି କାରଣ ସେମାନେ ମଧ୍ୟ ରୋଗରେ ପୀଡିତ । ତେବେ ଏହି ସବୁ ସମସ୍ୟାର ସମଧାନ ନିମନ୍ତେ ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏଭଳି କିଛି ଉପାୟ ଯାହାକୁ ଥରେ ବ୍ୟବାହାର କରିବା ମାତ୍ରେ ମଳତ୍ୟାଗ କରିବାର ସମସ୍ୟା ଦୂର ହେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ପ୍ରଥମ: ଏହି ଉପାୟଟିକୁ ବନାଇବା ପାଇଁ ୨୦ ଗ୍ରାମ ଅଳସି ମଞ୍ଜିକୁ ନେଇ ଗ୍ରାଇଣ୍ଡିଙ୍ଗ କରି ତାହାର ପାଉଡର ପ୍ରସ୍ତୁତ କରନ୍ତୁ । ଏହାପରେ ଆପଣ ଏକ ଗ୍ଳାସ ପାଣିରେ ଏହି ଅଳସି ଗୁଣ୍ଡକୁ ପକାଇ ରାତି ସାରା ରଖିଦିଅନ୍ତୁ । ଏହାଦ୍ବାରା ଏହା ଫୁଲିଯିବ । ଏବଂ ସକାଳ ହେବା ମାତ୍ରେ ଆପଣ ଏହାକୁ ଛାଣି ପିଇନିଅନ୍ତୁ । ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କର କଠିନ ହୋଇଯାଇଥିବା ମଳ ପତଳା ହୋଇ ବାହାରକୁ ବାହାରିଯାଏ ।

ଏହି ଉପାୟଟିକୁ ଆପଣ ପ୍ରତିଦିନ ତିଆରି କରି ସେବନ କରିପାରିବେ ଯେବେ ପର୍ଯ୍ୟନ୍ତ ଆପଣଙ୍କ ମଳ ସମସ୍ୟା ଦୂର ନ ହୋଇଯାଇଛି । ଯଦି ଆପଣଙ୍କୁ ଅଧିକ ମାତ୍ରେ ଏହି ସମସ୍ୟା ଦେଖା ଦେଉଛି ତେବେ ଆପଣ ଏହାକୁ ରାତିରେ ମଧ୍ୟ ସେବନ କରିପାରିବେ । ନହଲେ ଦିନକୁ ଥରେ ନିହାତି ଏହାର ସେବନ କରନ୍ତୁ ।

ଦିତୀୟ: ଏହି ଉପାୟଟି ବନାଇବା ପାଇଁ ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀର  ନିଅନ୍ତୁ । ସେଥିରେ ଦୁଇ ଚାମଚ କେଷ୍ଟର ଅଏଲ ବା ଜଡା ତେଲ ମିଶାନ୍ତୁ । ଯଦି ଛୋଟ ପିଲା ଏହାର ସେବନ କରିବେ ତେବେ ଏକ ଚାମଚ ମିଶାନ୍ତୁ । ଯଦି ବଡ ଲୋକ ଏହାର ସେବନ କରିବେ ତେବେ ଦୁଇ ଚାମଚ ମିଶାନ୍ତୁ । ରାତିରେ ଶୋଇବାର ଅଧଘଣ୍ଟା ପୂର୍ବରୁ ଏହାର ସେବନ କରି ଆପଣ ଶୋଇପଡନ୍ତୁ ।

ଏହାର ସେବନ କରିବା ଦ୍ଵାରା ସକାଳୁ ସମ୍ପୂର୍ଣ ଭାବେ ଆପଣଙ୍କ ପେଟ ସଫା ହୋଇଯାଏ । ତୃତୀୟ: ପାଳଙ୍ଗ ଶାଗ ଆଣି ତାହାକୁ ଭଲ ଭାବେ ଧୋଇ ତାହାର ଜୁସ ବାହାର କରନ୍ତୁ । ଏହାପରେ ଏହାକୁ ଛାଣି ପ୍ରତିଦିନ ଏକ ଗ୍ଲାସ ପାଳଙ୍ଗ ଜୁସ ନିହାତି ପିଅନ୍ତୁ । ଏହା ଆପଣଙ୍କର କବଜ ସମସ୍ୟାକୁ ଦୂର କରିଦେବ ।

ଚତୁର୍ଥ: ସକାଳୁ ଉଠି ଏକ ଗ୍ଳାସ ଉଷୁମ ପାଣିରେ ଅଧା ଲେମ୍ବୁ ରସ ମିଶାଇ ଏହାର ସେବନ କରନ୍ତୁ । ଏହା କରିବା ଫଳରେ ଆପଣଙ୍କ ପେଟ ସମସ୍ଯା ଦୂର ହେବା ସହ ଓଜନ କମାଇବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଏହି ସମସ୍ତ ଉପାୟକୁ ନିଶ୍ଚୟ ଅପଣାନ୍ତୁ । ଆଶା କରୁଛୁ ଆପଣ ସୁସ୍ତ ଜୀବନ କଟାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *