ଦାନ୍ତ ମଝିରେ ଗ୍ୟାପ ଥିଲେ ଏହା ଶୁଭ ଅଟେ ନା ଅଶୁଭ ? Ajira Anuchinta

ସାମୁଦ୍ରିକ ଶାସ୍ତ୍ରରେ ସ୍ତ୍ରୀ ଓ ପୁରୁଷର ଅଙ୍ଗାର ଆଧାରରେ ତାଙ୍କର ଭବିଷ୍ୟ ଜାଣିବାର ବିଧି ବର୍ଣ୍ଣନା କରାଯାଇଛି । ସାମୁଦ୍ରିକ ଶାସ୍ତ୍ରରେ ମଣିଷର ଦାନ୍ତର ଆକାର, ପ୍ରକାର, ଦାନ୍ତର ସଂଖ୍ୟା, ଦାନ୍ତରେ ଗ୍ୟାପ ହେବା,ଏକ ସ୍ଥାନରେ ଦୁଇଟି ଦାନ୍ତ ହେବା ସହ ଜଡିତ ଅନେକ ରହସ୍ୟ ଖୋଲିଥାଏ । ସାମୁଦ୍ରିକ ଶାସ୍ତ୍ରରେ ମଣିଷ ଶରୀରର ବିଭିନ୍ନ ଅଙ୍ଗ ଗୁଡିକର ଲକ୍ଷଣ ବିଷୟରେ କୁହାଯାଇଛି । ଏଥିରେ ନାସିକା, ମୁଖ, ନେତ୍ର, କପୁର, ହସ୍ତର ଲକ୍ଷଣ ବର୍ଣନା କରାଯାଇଛି ।

ଆଜି ଆମେ ଆପଣଙ୍କୁ ଭାଗ୍ୟଶାଳୀ ପୁରୁଷ ଓ ସ୍ତ୍ରୀର ଦାନ୍ତ କେମିତି ହୋଇଥାଏ ଓ କଣ ବିଶେଷତା ରହିଛି ଏବଂ ଦାନ୍ତ ମଝିରେ ଗ୍ୟାପ ରହିବାର ଅର୍ଥ କଣ ସେହି ବିଷୟରେ କହିବାକୁ ଯାଉଛୁ । ସାମୁଦ୍ରିକ ଶାସ୍ତ୍ର ଅନୁଆଯାୟୀ ଦାନ୍ତର ଗୋଟେ ଜାଗାରେ ବା ମିସିକି ରହିବା ନା ଚଉଡା ବା ପତଳା ହେବା ଉତ୍ତମ ମାନାଯାଏ । ଏହାର ଫଳ ସ୍ୱରୂପ ଉତ୍ତମ ଜୀବନ, ସ୍ୱାସ୍ଥ୍ୟ, ଧନ ସମ୍ପତି ମିଳିଥାଏ ।

କିନ୍ତୁ ଦାନ୍ତ ଯଦି ତେଢାମେଢା ରହିଥାଏ ଏହା ସଫଳତାକୁ ରୋକିଥାଏ । ଏଭଳି କ୍ଷେତ୍ରରେ ମାନସିକ ଅସାନ୍ତି ଦେଖାଯାଏ । ଏମିତି ଦାନ୍ତ ଥିବା ବ୍ୟକ୍ତିକୁ ସଫଳତା ପାଇବା ପାଇଁ ପରିଶ୍ରମ କରିବାକୁ ପଡିଥାଏ । ଯେଉଁ ବ୍ଯକ୍ତିର ଦାନ୍ତ ମୋତି ଭଳି ଚମକିଥାଏ ତାର ଜୀବନ ଦୀର୍ଘାୟୁ ଓ ସୁଖ ପ୍ରାପ୍ତ କରିଥାଏ । ଦାନ୍ତ ବହୁତ ପତଳା ହୋଇଥିଲେ ଅଶୁଭ ମାନାଯାଏ ।

ଏଭଳି ବ୍ୟକ୍ତି କୁଟିଳ, କପଟୀ ସ୍ଵଭାବର ହୋଇଥାନ୍ତି । ଦାନ୍ତର ସଂଖ୍ୟା ଅନୁଯାୟୀ ବ୍ଯକ୍ତିର ଭବିଷ୍ୟତ ବିଷୟରେ ଜଣା ପଡିଥାଏ । କୌଣସି ସ୍ତ୍ରୀ ବା ପୁରୁଷର ୩୧ଟି ଦାନ୍ତ ରହିଥାଏ ସେ ଧନବାନ ଓ ପ୍ରତିଷ୍ଠିତ ହୋଇଥାଏ । ଯେଉଁ ବ୍ଯକ୍ତିର ୩୦ଟି ଦାନ୍ତ ରହିଥାଏ ସେ ସୁଖ ଦୁଖ ମିଶ୍ରିତ ଫଳ ପାଇଥାଏ । ଯେଉଁ ବ୍ଯକ୍ତିର ୨୯ଟି ଦାନ୍ତ ରହିଥାଏ ସେ ମାନସିକ ଚାପ ଓ ଶାରୀରିକ କଷ୍ଟ ପାଇଥାଏ ।

ଯେଉଁ ବ୍ଯକ୍ତିର ୨୮ଟି ଦାନ୍ତ ରହିଥାଏ ତାର ଉନ୍ନତି ଧୀମା ଗତିରେ ହୋଇଥାଏ କିନ୍ତୁ ମନ ବାଞ୍ଛିତ ଫଳ ମିଳିଥାଏ । ଏବେ ଆସନ୍ତୁ ଜାଣିବା ଦାନ୍ୟ ମଝିରେ ଜ୍ଞାପ ହେବାର କଣ ଅର୍ଥ ହୋଇଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ଯକ୍ତିର ଦାନ୍ତରେ ଗ୍ୟାପ ରହିଥାଏ ସେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ସେମାନଙ୍କ ପାଖରେ ଅଦଭୂତ ଶକ୍ତି ରହିବା ସହ ଜୀବନରେ ସଫଳ ହୋଇଥାନ୍ତି ।

ଏମାନଙ୍କର ସ୍ଵଭାବ ବହୁତ ସରଳ ଓ ପରୋପକାରୀ ହୋଇଥାନ୍ତି । ଏମାନେ ଖୋଲା ବିଚାର କରୁଥିବା ବ୍ୟକ୍ତି ଅଟନ୍ତି । ଏମାନଙ୍କର ବଚନ ମଧୁର ହେବା ସହ ଅନ୍ୟ ସହ କାଟୁ କଥା କୁହନ୍ତି ନାହି । ଏମାନେ ଦୃଢ ନିଶ୍ଚୟ ହେବା ସହ ସବୁ କାମକୁ ଲଗନ ସହକାରେ କରିଥାନ୍ତି ।

ଯେଉଁ ସ୍ତ୍ରୀର ସାମନାବାଲା ଦାନ୍ତରେ ଗ୍ୟାପ ରହିଥାଏ ସେ ବଫାଦାର ହୋଇଥାନ୍ତି । ମାନେ ଜୀବନ ସାରା ନିଜ ସାଥିଙ୍କର ସାଥ ଦେଇଥାନ୍ତି । ଅନ୍ୟ କ୍ଷେତ୍ରରେ ଏଭଳି ମହିଳା ପଖାଣ୍ଡି, ମିଛେଇ ହେବା ସହ ଧୋକା ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *