ଡିସେମ୍ବର (December) ମାସରେ ଇତିହାସ ବଦଳିଯିବ କୁମ୍ଭ (Aquarius) ରାଶିର, ଜୀବନରେ ଘଟିବ 6 ଟି ବଡ ଘଟଣା 

ନମସ୍କାର ବନ୍ଧୁଗଣ, ଆଗାମୀ ସମୟରେ ଆସିବାକୁ ଯାଉଥିବା ସମୟ କିଭଳି ରହିବାକୁ ଯାଉଛି ଏହି କଥାର ଆଭାସ କାହାକୁ ନଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଏହାର ସୂଚନା ଦେବାକୁ ଯାଉଛୁ । ଆଉ ଅଳ୍ପ ଦିନ ମଧ୍ୟରେ ନଭେମ୍ବର ମାସ ଶେଷ ହୋଇ ବର୍ଷର ଶେଷ ମାସ ଡିସେମ୍ବର ମାସ ଆସିବାକୁ ଯାଉଛି । ଏହି ମାସଟି କୁମ୍ଭ ରାଶି ପାଇଁ କିଭଳି ରହିବାକୁ ଯାଉଛି ଆସନ୍ତୁ ଜାଣିବା । ଆଉ ଡେରି ନକରି ଜାଣନ୍ତୁ 6ଟି ବଡ ଘଟଣା ସମ୍ପର୍କରେ ।

ପ୍ରଥମ: ମଙ୍ଗଳଙ୍କ ଦୃଢ ସ୍ଥିତି ହେତୁ ଆପଣ ଯଦି କ୍ରିଡା କ୍ଷେତ୍ରରେ ଥାନ୍ତି ତେବେ ଆଗଧାଡିରେ ରହିବେ । ଆପଣ ସଫଳତା ମଧ୍ୟ ହାସଲ କରିବେ । ବାହାର ଜାଗାକୁ କ୍ରିଡା ପ୍ରଦର୍ଶନ ପାଇଁ ଯାଇପାରନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଚାକିରି କରିବାର ଆଶା ରଖିଥିବା ବ୍ୟକ୍ତି ଚାକିରି ସୁନିଶ୍ଚିନ୍ତ ପାଇବେ ।

ଦିତୀୟ: ଅବିବାହିତ ଥିବା ଲୋକଙ୍କ ଜୀବନରେ ନୂଆ ଜୀବନସାଥୀ ଆସିବାକୁ ଯାଉଛନ୍ତି । ଆପଣ ମାନଙ୍କ ପାଇଁ ବିବାହ ନିମନ୍ତେ ଭଲ ଭଲ ପ୍ରସ୍ତାବ ଆସିବାକୁ ଯାଉଛି । ଯେଉଁମାନେ ବିବାହିତ ଅଟନ୍ତି ସେମାନେ ନିଜ ଜୀବନସାଥିଙ୍କ ସହ ଭଲ ସମୟ କାଟିବେ । ତୃତୀୟ: 25 ଡିସେମ୍ବର ପରେ ଆପଣଙ୍କ ସ୍ୱଭାବରେ ପରିବର୍ତ୍ତନ ଆସିବ । ଆପଣ ଜିଦି ସ୍ଵଭାବର ହେବାକୁ ଲାଗିବେ । ଅନ୍ୟ ମାନଙ୍କ କଥା ନ ଭାବି ନିଜ କଥା ଭାବିବେ । ଆପଣ ସ୍ଵାର୍ଥୀ ହେବାକୁ ଲାଗିବେ ।

ଚତୁର୍ଥ: ଯେଉଁ ମାନଙ୍କର ବ୍ଲଡ ପ୍ରେସର ସମସ୍ୟା ରହିଛି ସେମାନେ ଏହି ସମୟରେ ସତର୍କ ରହିବା  ଦରକାର । ଆପଣଙ୍କୁ ଏହି ସମୟରେ ନିଜ ସସ୍ଥ୍ୟର ଅଧିବା ଧ୍ୟାନ ରଖିବାକୁ ହେବ । ପଞ୍ଚମ: ଯଦି ଆପଣ 25 ଡିସେମ୍ବର ପରେ କୌଣସି ଯାତ୍ରା କରୁଛନ୍ତି ତେବେ ଆପଣ ସାବଧାନ ରୁହନ୍ତୁ । ଯାନ ବାହନ ଚଳାଇବା ବେଳେ ସାବଧାନ ରହିବା ଦରକାର ।

କାରଣ ଆପଣ ଦୁର୍ଘଟଣା ଗ୍ରସ୍ତ ହେବାର ଯୋଗ ରହିଛି ଆଗାମୀ ସମୟରେ । ଷଷ୍ଠ: ଶୁକ୍ର ନିଜର ରାଶି ବଦଳାଇବାକୁ ଯାଉଛନ୍ତି । ତାଙ୍କର ଏହି ରାଶି ପରିବର୍ତ୍ତନ ଆପଣଙ୍କ ଜୀବନରଫେ ସୁଖ ଆଣିବାକୁ ଯାଉଛି । କଳା ସହ ଜଡିତ ଥିବା ଲୋକଙ୍କ ପାଇଁ ଏହି ସମୟ ଉତ୍ତମ ରହିବ । ହୀରା ଏବଂ ଚାନ୍ଦି ବ୍ୟାପାର ସହ ଜଡିତ ଥିବା ଲୋକମାନେ ଏହି ସମୟରେ ଲାଭବାନ ରହିବେ ।

ଆପଣ ବିଦେଶ ଯାତ୍ରା କରିବାର ଯୋଗ ରହିଛି । ବୈଦେଶିକ ବ୍ୟାପାର କ୍ଷେତ୍ରରୁ ଆପଣ ବହୁତ ଲାଭ ପାଇବେ । ଏହା ଥିଲା କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ଡିସେମ୍ବର ମାସର ସମ୍ପୂର୍ଣ ବିବରଣୀ । ଆପଣ ଏହି ସମସ୍ତ କଥାକୁ ଧ୍ୟାନରେ ରଖି କାର୍ଯ୍ୟ କରନ୍ତୁ ଆପଣଙ୍କ ପାଇଁ ଶୁଭ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *