ଧନବାନ ହେବା ପୂର୍ବରୁ ରାତି ଅଧରେ ଦେଖାଦିଏ ଏହି ସ୍ଵପ୍ନ- Ajira Anuchinta

ପ୍ରତେକ ବ୍ୟକ୍ତି ରାତିରେ ଶୋଇବା ସମୟରେ ସ୍ଵପ୍ନ ଦେଖିଥାଏ । କିଛି ସ୍ଵପ୍ନ ଏମତି ଥାଏ ଯାହା ବ୍ୟକ୍ତି ଦେଖିଲେ ଖୁସି ହୋଇଥାଏ ତ ଆଉ କିଛି ସ୍ଵପ୍ନ ଦେଖିଲେ ଭୟ କରିଥାଏ । କିଛି ସ୍ଵପ୍ନ ଏମିତି ରହିଛି ଯାହାକୁ ବ୍ୟକ୍ତି ଦେଖିଲେ ଶୁଭ ସଙ୍କେତ ମିଳିଥାଏ ତ ଆଉ କିଛି କ୍ଷେତ୍ର ରେ ଅଶୁଭ ସଂକେତ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ସ୍ଵପ୍ନର ଫଳ ବିଷୟରେ କହିବାକୁ ଯାଉଛୁ ।

୧- ଯଦି ସ୍ଵପ୍ନରେ ମନ୍ଦିର ଦେଖନ୍ତି ତେବେ ଏହା ଶୁଭ ହୋଇଥାଏ । ଯଦି ସ୍ଵପ୍ନରେ ନିଜେ ଧଳା ବସ୍ତ୍ର ପିନ୍ଧି ଥିବାର ଦେଖନ୍ତି ବା ଅନ୍ୟ କେହି ଧଳା ବସ୍ତ୍ର ପିନ୍ଧିବାର ଦେଖିଛନ୍ତି ତେବେ ବହୁତ ଜଲ୍ଦି ଶୁଭ କହବର ମିଳିବାର ସୂଚନା ମିଳିଥାଏ ।

୨- ଯଦି ସ୍ଵପ୍ନରେ ନିଜେ ସାପ ମାନଙ୍କୁ ଗୋଡାଉଥିବାର ଦେଖିବେ ତେବେ ଆପଣଙ୍କ ଶତ୍ରୁ ଦମନ ହେବାର ସୂଚନା ମିଳିଥାଏ । ସ୍ଵପ୍ନରେ ଭିକାରି ମାନଙ୍କୁ ଦାନ କରୁଥିବାର ଦେଖିଲେ ଆର୍ଥିକ ଲାଭ ହେବା ସହ ସମାଜରେ ସମାନ ମିଳିବାର ସୂଚନା ମିଳିଥାଏ ।

୩- ସ୍ଵପ୍ନରେ କୌଣସି ବୃଦ୍ଧ ବା ସାଧୁଙ୍କୁ ଦେଖିବେ ତେବେ ଭବିଷ୍ୟତରେ ଉଚ୍ଚ ସମାନ ପ୍ରାପ୍ତ କରିବାର ସୂଚନା ମିଳିଥାଏ । ଯଦି ସ୍ଵପ୍ନରେ ବିବାହ ହେବାର ଦେଖନ୍ତି ତେବେ ଆପଣଙ୍କର ବିବାହ ହେବାର ସୂଚନା ମିଳିଥାଏ । ଯଦି ସ୍ଵପ୍ନରେ ନିଜେ ଘୋଡା ଗାଡିରେ ବସି ଥିବାର ଦେଖିବେ ତେବେ ଧନ ପ୍ରାପ୍ତି ହେବାର ସୂଚନା ହୋଇଥାଏ ।

୪- ଯଦି ସ୍ଵପ୍ନରେ ହାତୀ ଚାଲୁ ଥିବାର ଦେଖନ୍ତି ତେବେ ଧନ ପ୍ରାପ୍ତି ହୋଇଥାଏ । ଏହା ସହ ଯଦି ଚନ୍ଦ୍ରମା ଦେଖନ୍ତି ତେବେ ଆପଣଙ୍କୁ ଉଚ୍ଚ ସମାନ ମିଳିବାର ସୂଚନା ରହିଥାଏ । । ଆକାଶରେ ତାରା ସ୍ଵପ୍ନରେ ଦେଖିଲେ ଜୀବନରେ ଚାଲିଥିବା ଦୁଖର ବିନାଶ ହୋଇ ସୌଭାଗ୍ୟ ଆସିଥାଏ ।

୫- ରୁଦ୍ରାକ୍ଷ ମାଳ ସ୍ଵପ୍ନରେ ଦେଖିଲେ କିଛି ଶୁଭ ସମ୍ବାଦ ଶୁଣିବାକୁ ମିଳିବ । ଆପଣ ଯଦି ସ୍ଵପ୍ନରେ ନଦୀ ଦେଖନ୍ତି ତେବେ ଜୀବନରେ ଥିବା ଦୁର୍ଦଶା ଦୂର ହୋଇ ସୌଭାଗ୍ୟ ଆସିଥାଏ । ଗାଈକୁ ସ୍ଵପ୍ନରେ ଦେଖିଲେ ଗୃହକୁ ଶୁଭ ସମୟ ଆସିଥାଏ । ସ୍ଵପ୍ନରେ ନେଉଳ ଦେଖିଲେ ଶତ୍ରୁ ଦମନ ହେବାର ସୂଚନା ମିଳିଥାଏ । ସ୍ଵପ୍ନରେ କୂଅ ଦେଖିଲେ ସମାନ ବୃଦ୍ଧି ହୋଇଥାଏ । ଦୀପ ଜଳୁଥିବାର ଦେଖିଲେ ଆୟୁଷ ବୃଦ୍ଧି ହୋଇଥାଏ ।

୬- ସ୍ଵପ୍ନରେ ପାରା ଦେଖିଲେ ରୋଗରୁ ଜଲ୍ଦି ମୁକ୍ତି ପାଇବାର ସୂଚନା ମିଳିଥାଏ । ଶୁଆ ସ୍ଵପ୍ନରେ ଦେଖିଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ । ଯଦି ସ୍ଵପ୍ନରେ ଜୁଆ ଖେଳିବାର କାହାକୁ ଦେଖନ୍ତି ତେବେ ବେପାରରେ ଲାଭ ହୋଇଥାଏ । କାହାକୁ ଫଳ ଖାଉଥିବାର ସ୍ଵପ୍ନରେ ଦେଖିଲେ ଧନ ପ୍ରାପ୍ତି ହେବାର ସୂଚନା ମିଳିଥାଏ ।

୭- ଧଳା ସାପ କାମୁଡିବାର ସ୍ଵପ୍ନ ଦେଖିଲେ ଗୁପ୍ତ ଧନ ମିଳିବାର ସୂଚନା ମିଳିଥାଏ । ସ୍ଵପ୍ନରେ ଯଦି ଘର ତିଆରି କରିବାର ଦେଖାଯାଏ ତେବେ ସମାଜରେ ମାନ ସମାନ ମିଳିବାର ସୂଚନା ହୋଇଥାଏ । ବହି ଯାଉଥିବା ଝରଣାର ସ୍ଵପ୍ନ ଦେଖିଲେ ଜୀବନର ଯନ୍ତ୍ରଣା ଦୂର ହେବାର ସୂଚନା ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *