ଅଧିକ ଧନ ସମ୍ପତି ଚାହୁଁଥିଲେ ଠାକୁର ଘରେ ରଖନ୍ତୁ ଏହି ଜିନିଷ, ତା ପରେ ଦେଖନ୍ତୁ ଚମତ୍କାର- Vastu Tips

ନମସ୍କାର ବନ୍ଧୁଗଣ,ଧନ ସମ୍ପତି ବଢିବା ପାଇଁ ସମସ୍ତେ ଚାହାନ୍ତି ଏବଂ ସେଥିପାଇଁ ବହୁତ କିଛି ମଧ୍ୟ କରନ୍ତି । କଷ୍ଟ କାଲେ ତ କୃଷ୍ଣ ମିଳନ୍ତି ଏହା ସମସ୍ତେ ଜାଣନ୍ତି କିନ୍ତୁ ଆମକୁ କିଛି ନୀତି ନିୟମ ମଧ୍ୟ ମାନିବାକୁ ପଡିଥାଏ ଯାହାଦ୍ଵାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି । ଏବଂ କେଉଁ ସବୁ ଜିନିଷ ଠାକୁର ଘରେ ରଖିଲେ କୃପା ଲାଭ ହୁଏ, ତେବେ ଆସନ୍ତୁ ଜାଣିବା କଣ ସବୁ କରିବା ଦ୍ଵାରା ଆମକୁ ଧନ ସମ୍ପତି ପ୍ରାପ୍ତି ହୋଇଥାଏ ।

ଆମେମାନେ ସାଧରଣତଃ ପ୍ରତ୍ୟକ ଦିନ ପୂଜା କରିଥାଉ । ପୂର୍ବପୁରୁଷ ମାନେ ଯଙ୍ଗ୍ୟ ଦ୍ଵାରା ଆରାଧନା କରୁଥିଲେ । ହେଲେ ବର୍ତ୍ତମାନ ଠାକୁର ଘରେ ମୂର୍ତ୍ତି ବା ଫଟୋ ରଖି ପୂଜା କରୁଅଛେ । ବାସ୍ତୁଶାସ୍ତ୍ର ଅନୁସାରେ ଘରର ଇଶାଣ କଣରେ ଠାକୁର ଘର ରହିବା ଉଚିତ । ଏହା ହେଉଛି ଭଗବାନଙ୍କ ସ୍ଥାନ । ଏହାଦ୍ବାରା ଘରର ସବୃଦ୍ଧି ହୋଇଥାଏ, ଓ ଧନ ସମ୍ପତି ବା ସୁଖ ଶାନ୍ତି ବନି ରହିଥାଏ । ଏହି ଆଠଟି ଜିନିଷ ଠାକୁର ଘରେ ରଖନ୍ତୁ ।

ପ୍ରଥମେ ହେଉଛି ପଞ୍ଚାମ୍ବୃତ, ଏହା କ୍ଷୀର, ଦହି, ମହୁ, ମିଶ୍ରି, ଘିଅ ଏହିସବୁ ମିଶ୍ରଣ ରେ ପ୍ରସ୍ତୁତ । ଏଥିରେ ରୋଗ ନିବାରଣ ଶକ୍ତି ରହିଥାଏ । ଦିତୀୟରେ ହେଉଛି ଚନ୍ଦନ, ଏହା ଶାନ୍ତି ଓ ଶୀତଳତାର ପ୍ରତୀକ ହୋଇଥାଏ । ଠାକୁର ଘରେ ଏହାକୁ ରଖିବା ଉଚିତ । ଏହି ଚନ୍ଦନର ମହକରେ ମନର ନକରାମ୍ତକ ଭାବନା ନଷ୍ଟ ହୋଇଥାଏ । ଏବଂ ଚନ୍ଦନ ଟୀକାକୁ ସବୁବେଳେ ମଥାରେ ଲଗାଇବା ଉଚିତ ।

ତୃତୀୟ ଜିନିଷ ହେଉଛି ଅରୁଆ ଚାଉଳ, ଯେଉଁ ଚାଉଳ ଭାଙ୍ଗି ନଥିବା ଗୋଟାଥିବା ଯାହାକୁ ଆମେ ଅଖ୍ୟତ ଚାଉଳ ବୋଲି କହୁ, ଏହା ଆମ୍ଭମାନଙ୍କୁ ସମ୍ପୁର୍ଣତା ପ୍ରଦାନ କରିଥାଏ । ଅରୁଆ ଚାଉଳ ଭଗବାନ ଙ୍କୁ ଅର୍ପଣ କରିବା ବହୁତ ଶୁଭ ଅଟେ । ଚତୁର୍ଥ ଜିନିଷ ଟି ହେଉଛି ଫୁଲ, ଏହା ହେଉଛି ସୁନ୍ଦରତା ର ପ୍ରତୀକ । ଏହାଦ୍ଵାରା ମନରେ ଖୁସି ଭାବ ଓ ସୁନ୍ଦରତା ଭାବ ଆସିଥାଏ ।

ପଞ୍ଚମ ଜିନିଷଟି ହେଉଛି ମିଠା, ଭଗବାନଙ୍କୁ ମିଠା ଅର୍ପଣ କରିବାର ଅର୍ଥ ହେଲା ଆମେ ଆମ ଜୀବନରେ ମଧୁରତା ପ୍ରାପ୍ତ କରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାଥନା କରିଥାଉ । ଷଷ୍ଠ ଜିନିଷ ହେଉଛି ଦୀପ, ଠାକୁରଙ୍କ ନିକଟରେ ଦୀପ ଜାଳିବାର ଅର୍ଥ ଆମେ ଆମ ଜୀବନରେ ଅନ୍ଧକାରକୁ ଦୂର କରି ଆଲୋକ କୁ ପ୍ରକାଶିତ କରିବାକୁ ପ୍ରାଥନା କରିବା ।

ସପ୍ତମ ଜିନିଷ ହେଉଛି ସିନ୍ଦୁର, ଏହା ରଙ୍ଗର ପ୍ରତୀକ ଅଟେ । ଏହା ଦ୍ଵାରା ଆମ ଜୀବନରେ ରଙ୍ଗ ଭରିବ ବୋଲି ଆମେ ପ୍ରାଥନା କରିବା ଦରକାର ଭଗବାନ ଙ୍କ ନିକଟରେ । ଅଷ୍ଟମ ଜିନିଷ ଟି ହେଉଛି ଘଣ୍ଟି, ଯେଉଁ ସ୍ଥାନରେ ନିୟମିତ ଘଣ୍ଟି ବାଜିବାର ଶବ୍ଦ ଶୁଣାଯାଏ ସେହି ସ୍ଥାନରେ ବାତାବରଣ ସବୁଠାରୁ ଶୁଦ୍ଧ ଓ ପବିତ୍ର ହୋଇଯାଏ । ଏହିସବୁ ଜିନିଷ ଠାକୁର ଘରେ ରଖନ୍ତୁ ଏବଂ ଖୁସିରେ ରୁହନ୍ତୁ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *