ଯେତେ ରୋଜଗାର କଲେ ମଧ୍ୟ ଏହି 5 ଜଣ ବ୍ୟକ୍ତି କେବେବି ହୋଇପାରିବେ ନାହିଁ ଧନୀ 

ଶାସ୍ତ୍ରରେ ବର୍ଣନା କରାଯାଇଥିବା ନୀତି ନିୟମକୁ ଯେଉଁ ମାନେ ପାଳନ କରନ୍ତି ସେମାନଙ୍କୁ ଜୀବନରେ ବହୁତ ସଫଳତା ମିଳିଥାଏ । ଶାସ୍ତ୍ରରେ ମାନବ ଜୀବନ ଶୈଳୀକୁ ନେଇ ନୀତି ନିୟମ ବିଷୟରେ ଉଲେଖ କରାଯାଇଛି । ଯଦି ଜଣେ ବ୍ୟକ୍ତି ନିଜ ଜୀବନରେ ଏହି ସବୁ ନୀତି ନିୟମକୁ ପାଳନ କରେ ଏବଂ ନିଜ କର୍ମରେ ଲଗାଇ ଥାଏ ତେବେ ସେହି ବ୍ୟକ୍ତିଙ୍କୁ ଜୀବନରେ ଅନେକ ସୁଖ ଶାନ୍ତି ମିଳିଥାଏ ।

ଯେତେବେଳେ ଟଙ୍କା ପଇସା ଉପରେ କଥା ଆସେ ତେବେ ସମସ୍ତେ ଧନୀ ହେବାକୁ ଇଛା କରି ଥାନ୍ତି । ସମସ୍ତଙ୍କ ସ୍ଵପ୍ନ ଥାଏକି ଅଧିକରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ । କିନ୍ତୁ ଲୋକ ଅଜାଣତରେ ଏମିତି କିଛି ଭୁଲ କରିଥାନ୍ତି ଯାହା ଦ୍ଵାରା ସେମାନେ କେବେବି ଧନୀ ହୋଇପାରନ୍ତି ନାହିଁ । ଏବଂ ଯେତେ ରୋଜଗାର କଲେ ମଧ୍ୟ ସେମାନେ ସେହି ଟଙ୍କାକୁ ସଞ୍ଚଯ କରି ପାରନ୍ତି ନାହିଁ ।

ଆଜି ଆମେ ଆଜି ଏହି ପାଞ୍ଚଟି ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରିବା ଯେଉଁ ମାନେ ଯେତେ ରୋଜଗାର କଲେ ମଧ୍ୟ ଜୀବନରେ କେବେବି ଧନୀ ହୋଇ ପାରନ୍ତି ନାହିଁ । ମଇଳା ପୋଷାକ ପିନ୍ଧୁଥିବା ବ୍ୟକ୍ତି ଯେଉଁ ମାନଙ୍କର ସୁନ୍ଦର ଓ ପରିଷ୍କାର ପୋଷାକ ଥାଇ ମଧ୍ୟ ସେମାନେ ମଇଳା ବା ଛିଡା ପୋଷାକ ପିନ୍ଧି ଥାନ୍ତି ।

ତେବେ ମାତା ଲକ୍ଷ୍ମୀ ଏମିତି ବ୍ୟକ୍ତିଙ୍କ ପାଖକୁ କେବେବି ଆସନ୍ତି ନାହିଁ । ଯେଉଁମାନେ ସର୍ବଦା ଅପରିଷ୍କାର ଜୀବନ ଜାପାନ କରନ୍ତି ଆଉ ତାଙ୍କ ଚାରି ପାଖରେ ପରିଷ୍କାର ପରିଛନ ରଖନ୍ତି ନାହିଁ । ତେବେ ମାତା ଲକ୍ଷ୍ମୀଙ୍କ କୃପା ତାଙ୍କ ଉପରେ କେବେବି ଆସିବ ନାହିଁ । ଆଗାମୀ ଦିନ ମାନଙ୍କରେ ସେମାନଙ୍କୁ ଅପମାନର ସମ୍ମୁଖୀନ ହେବାକୁ ପଡିଥାଏ । ଯେଉଁ ବ୍ୟକ୍ତି ଦାନ୍ତ ସଫା ରଖନ୍ତି ନାହିଁ ତେବେ ସେହି ଲୋକ ମାନଙ୍କୁ ଦରିଦ୍ରତାର ସମ୍ମୁଖୀନ ହେବାକୁ ପଡିଥାଏ ।

କୁହାଯାଏ ମଇଳା ଥିବା ଦାନ୍ତ ଲୋକଙ୍କ ପାଖକୁ ମାତା ଲକ୍ଷ୍ମୀ କେବେବି ଆସିବେ ନାହିଁ । ଭୋକ ଠାରୁ ଅଧିକ ଭୋଜନ କରୁଥିବା ବ୍ୟକ୍ତି ଜୀବନ ଶାସ୍ତ୍ର ଅନୁସାରେ ଭୋକ ଅପେକ୍ଷା ଅଧିକ ଖାଉଥିବା ବ୍ୟକ୍ତି ମଧ୍ୟ ଧନୀ ହୋଇପାରିବେ ନାହିଁ । ଦାରିଦ୍ର୍ଯ ହିଁ ମନୁଷ୍ୟକୁ ଦରିଦ୍ର କରିଥାଏ ।

ଏବଂ ସେହି ସମୟରେ ଅଧିକ ଖାଉଥିବା ବ୍ୟକ୍ତି ଜୀବନରେ କେବେବି ସୁସ୍ଥ ରହି ପାରିବେ ନାହିଁ । କଟୁ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି କେବେବି ଧନୀ ହୋଇପାରିବେ ନାହିଁ । ଯେଉଁ ବ୍ୟକ୍ତି ନିଜ ଶବ୍ଦରେ ଅନ୍ୟକୁ ଆଘାତ କରିଥାନ୍ତି ସେ କେବେ ମଧ୍ୟ ମାତା ଲକ୍ଷ୍ମୀଙ୍କର କୃପା ପାଇନଥାନ୍ତି ।

Leave a Reply

Your email address will not be published. Required fields are marked *